Advertisment

ବିଗ୍‌ ବସ୍‌ ଘରୁ ବାହାରିବେ ଏହି ଦୁଇ ପ୍ରତିଯୋଗୀ

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ ଯେବେଠୁ ଆରମ୍ଭ ହେଲାଣି ସେବେଠୁ ଚର୍ଚ୍ଚାରେ ରହିଛି। ଏବେ ଏହି ଶୋ’କୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏହାକୁ ବନ୍ଦ କରିବାକୁ ମଧ୍ୟ ଦାବି ହେଉଛି। ତେବେ ଏସବୁ ଭିତରେ ଶୋ’ ଆଗେଇ ଚାଲିଛି ଓ ଏଥର ୱିକେଣ୍ଡରେ ‘ବିଗ୍‌ ବସ୍‌’ର ପ୍ରଥମ ଏଲିମିନେସନ୍‌ ହେବାକୁ ଯାଉଛି। https://www.instagram.com/p/B3eenhshR1u/?utm_source=ig_web_copy_link ପ୍ରଥମ ୱିକେଣ୍ଡରେ କୌଣସି ଏଲିମିନେସନ୍ ହୋଇ ନଥିବାରୁ ଏଥର ୱିକେଣ୍ଡରେ ଡବଲ୍‌ ଏମଲିମିନେସନ୍‌ ହେବ। ଆଉ ପ୍ରଥମେ […]

‘ବିଗ୍‌ ବସ୍‌ ୧୩’ର ଏହି ପ୍ରତିଯୋଗୀ ସୋଶାଲ୍‌ ମିଡିଆରେ ହେଉଛନ୍ତି ଟ୍ରେଣ୍ଡ

bigboss

Advertisment

ମୁମ୍ବାଇ: ଟେଲିଭିଜନ୍‌ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୩’ ଯେବେଠୁ ଆରମ୍ଭ ହେଲାଣି ସେବେଠୁ ଚର୍ଚ୍ଚାରେ ରହିଛି। ଏବେ ଏହି ଶୋ’କୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ଏହାକୁ ବନ୍ଦ କରିବାକୁ ମଧ୍ୟ ଦାବି ହେଉଛି। ତେବେ ଏସବୁ ଭିତରେ ଶୋ’ ଆଗେଇ ଚାଲିଛି ଓ ଏଥର ୱିକେଣ୍ଡରେ ‘ବିଗ୍‌ ବସ୍‌’ର ପ୍ରଥମ ଏଲିମିନେସନ୍‌ ହେବାକୁ ଯାଉଛି।

Advertisment

https://www.instagram.com/p/B3eenhshR1u/?utm_source=ig_web_copy_link

ପ୍ରଥମ ୱିକେଣ୍ଡରେ କୌଣସି ଏଲିମିନେସନ୍ ହୋଇ ନଥିବାରୁ ଏଥର ୱିକେଣ୍ଡରେ ଡବଲ୍‌ ଏମଲିମିନେସନ୍‌ ହେବ। ଆଉ ପ୍ରଥମେ ଯିଏ ବିବି’ ହାଉସ୍‌ରୁ ବାହାର ହେବେ ସେ ହେଉଛନ୍ତି, ଦଲଜିତ୍‌ କୌର୍‌। ସୂଚନା ଅନୁଯାୟୀ, ଦଲଜିତ୍‌ଙ୍କୁ ସବୁଠୁ କମ୍‌ ଭୋଟ୍‌ ମିଳିଥିବାରୁ ତାଙ୍କୁ ଶୋ’ରୁ ବାହାର କରି ଦିଆଯାଇଛି। ସେହିଭଳି କୋଏନା ମିତ୍ରାଙ୍କୁ ବିବି’ ହାଉସ୍‌ରୁ ବାହାରି ଯିବାକୁ ପଡ଼ିଛି।

https://www.instagram.com/p/B3bF52FBvid/?utm_source=ig_web_copy_link

ଶୋ’ରେ ଦଲ୍‌ଜିତ୍‌ଙ୍କୁ ତାଙ୍କ ସ୍ୱଭାବ ପାଇଁ ଓ କୋଏନାଙ୍କୁ ତାଙ୍କ ସ୍ଟ୍ରେଟ୍‌ ଫର୍‌ୱାର୍ଡ୍ ଗୁଣ ପାଇଁ ଦର୍ଶକ ବେଶ୍ ପସନ୍ଦ କରୁଥିଲେ। ଏଲିମିନେସନ୍‌ ତାଲିକାରେ ରଶ୍ମି ଦେଶାଇ ଓ ଶେହେନାଜ୍‌ ଗିଲ୍‌ଙ୍କ ନାଁ ବି ଥିଲା। ତେବେ ଏ ଦୁହିଁଙ୍କ ତୁଳନାରେ ଦଲଜିତ୍ ଓ କୋଏନାଙ୍କୁ କମ୍‌ ଭୋଟ୍‌ ମିଳିଥିଲା। ତେଣୁ ସେମାନଙ୍କ ବିଗ୍ ବସ୍‌ ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe