Advertisment

ଥିଲେ ଜଣେ ଅକ୍ଷୟ...

ଭୁବନେଶ୍ୱର: ଆଧୁନିକ ଓଡ଼ିଆ ସଂଗୀତ ଜଗତର  କିମ୍ୱଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମ ଦିନ। ୧୯୩୭ ମସିହା ଅକ୍ଟୋବର ୧୨ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେ। ତାଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଓ ମା’ଙ୍କ ନାମ ସବୁର୍ଣ୍ଣା ମଞ୍ଜରୀ ମହାନ୍ତି। ପିଲାଟି ଦିନରୁ ସେ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତକୁ ବାନ୍ଧି ରଖିଥିଲେ ନିଜ ଯାଦୁକାରୀ କଣ୍ଠର ଚମତ୍କାରିତାରେ। ଖଟିରୁ ଖଟିରୁ ହୋଇଯାଉଥିଲା ଗୀତ ରଚନା, […]

ଅଦ୍ୟତନ ହୋଇଛି
ଥିଲେ ଜଣେ ଅକ୍ଷୟ...

akhya

Advertisment

akhyaଭୁବନେଶ୍ୱର: ଆଧୁନିକ ଓଡ଼ିଆ ସଂଗୀତ ଜଗତର  କିମ୍ୱଦନ୍ତୀ ପୁରୁଷ ଅକ୍ଷୟ ମହାନ୍ତିଙ୍କର ଆଜି ଜନ୍ମ ଦିନ। ୧୯୩୭ ମସିହା ଅକ୍ଟୋବର ୧୨ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସେ। ତାଙ୍କ ବାପାଙ୍କ ନାଁ ବିଚିତ୍ରାନନ୍ଦ ମହାନ୍ତି ଓ ମା'ଙ୍କ ନାମ ସବୁର୍ଣ୍ଣା ମଞ୍ଜରୀ ମହାନ୍ତି। ପିଲାଟି ଦିନରୁ ସେ ସଂଗୀତ ପ୍ରତି ଆକର୍ଷିତ ହୋଇଥିଲେ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତକୁ ବାନ୍ଧି ରଖିଥିଲେ ନିଜ ଯାଦୁକାରୀ କଣ୍ଠର ଚମତ୍କାରିତାରେ। ଖଟିରୁ ଖଟିରୁ ହୋଇଯାଉଥିଲା ଗୀତ ରଚନା, କମ୍ପୋଜିସନ୍ ଓ ସବୁକିଛି। ସେ ଖଟି ସଂଗୀତ ହିଁ ଅକ୍ଷୟକୁ ଦେଇଥିଲା ଏକ ଭିନ୍ନ ପରିଚୟ। ଆଉ  ଓଡ଼ିଆ ସଂଗୀତ ଜଗତକୁ ଦେଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ସୁପହିଟ୍ ଗୀତ।

Advertisment

ସେ ୧୯୫୬ରେ ଆକାଶବାଣୀର କଣ୍ଠଶିଳ୍ପୀ ଓ ଗୀତକାର ଭାବେ ସ୍ୱୀକୃତି ପାଇଲେ।‘ମଧୁ ସଞ୍ଜରେ ଭ୍ରମରା’.....ଥିଲା ଆକାଶବାଣୀରେ  ତାଙ୍କ ଗାଇଥିବା ପ୍ରଥମ ଗୀତ।ଓଡ଼ିଆ ଚଳଚ୍ଚିତ୍ର ମା'ରେ ଗୋରୀ....ଗୋରୀ..ଗୋରୀ....ଗୀତରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ।୧୩୦ଟି ଚଳଚ୍ଚିତ୍ରର ସେ ଥିଲେ ପ୍ରଚ୍ଛଦପଟ ଗାୟକ।

ଓଡ଼ିଆ ସଂଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଜୟଦେବ ପୁରସ୍କାର, ସାତ ଥର ରାଜ୍ୟର ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ପରି ବହୁ ଅନୁଷ୍ଠାନରୁ ସେ ପୁରସ୍କୃତ ଓ ସମ୍ୱର୍ଦ୍ଧିତ ହୋଇଛନ୍ତି। ଏକାଧାରାରରେ ଜଣେ ଗୀତିକାର, ସଂଗୀତ ନିର୍ଦ୍ଦେଶକ, ଅଭିନେତା ଓ ଲେଖକ ସେ ଥିଲେ। ଯେଉଁଠି ସେ ହାତ ଦେଇଛନ୍ତି ନିଶ୍ଚୟ ତାଙ୍କୁ ସଫଳତା ମିଳିଛି।

Advertisment

ସବୁ ଶ୍ରୋତାଙ୍କୁ ହସାଉଥିବା ସଂଗୀତ ଜଗତର ପ୍ରବାଦ ପୁରୁଷ ୨୦୦୨ ମସିହା ନଭେମ୍ୱର ୧୭ ତାରିଖରେ  ସମସ୍ତଙ୍କ ଆଖିରେ ଲୁହ ଭରି ଚାଲିଗଲେ ଆରପାରିକୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe