Advertisment

‘ସୀତା ଅପହରଣ’ ଦୃଶ୍ୟ ଦେଖି ହାତ ଯୋଡ଼ିଲେ ରାବଣ

ମୁମ୍ବାଇ: ଏବେ ଲକ୍‌ଡାଉନ୍‌ ପାଇଁ ଦୂରଦର୍ଶନରେ ପୁନଃପ୍ରସାରିତ ହେଉଛି ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’। ଲୋକେ ବହୁଳ ମାତ୍ରାରେ ଏହାକୁ ଦେଖୁଛନ୍ତି। ଏଥିରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ମଧ୍ୟ ଏହାକୁ ଦେଖୁଛନ୍ତି। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କୁ ୮୪ ବର୍ଷ ହେଲାଣି। ସୋଶାଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ ସେ ‘ସୀତା ଅପହରଣ’ ବେଳର ଦୃଶ୍ୟ ଦେଖି ହାତ ଯୋଡ଼ି ପକାଇଥିବା ଦେଖିବାକୁ ମିଳିଛି। […]

‘ସୀତା ଅପହରଣ’ ଦୃଶ୍ୟ ଦେଖି ହାତ ଯୋଡ଼ିଲେ ରାବଣ

arabinda

Advertisment
ମୁମ୍ବାଇ: ଏବେ ଲକ୍‌ଡାଉନ୍‌ ପାଇଁ ଦୂରଦର୍ଶନରେ ପୁନଃପ୍ରସାରିତ ହେଉଛି ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ 'ରାମାୟଣ'। ଲୋକେ ବହୁଳ ମାତ୍ରାରେ ଏହାକୁ ଦେଖୁଛନ୍ତି। ଏଥିରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ମଧ୍ୟ ଏହାକୁ ଦେଖୁଛନ୍ତି। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କୁ ୮୪ ବର୍ଷ ହେଲାଣି। ସୋଶାଲ୍ ମିଡିଆରେ ପୋଷ୍ଟ୍ ହୋଇଥିବା ଏହି ଭିଡିଓରେ ସେ ‘ସୀତା ଅପହରଣ’ ବେଳର ଦୃଶ୍ୟ ଦେଖି ହାତ ଯୋଡ଼ି ପକାଇଥିବା ଦେଖିବାକୁ ମିଳିଛି।
Advertisment

ଏନେଇ ପ୍ରତିକ୍ରିୟା ଦେଇ ଲୋକେ କହିଛନ୍ତି ଯେ ଏହି ଚରିତ୍ରକୁ ଅରବିନ୍ଦ ତ୍ରିବେଦୀଙ୍କ ଛଡ଼ା ଆଉ କେହି ଭଲ ଭାବେ କରିପାରିବେନି।

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଏବେ ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦୂରଦର୍ଶନରେ ‘ରାମାୟଣ’ର ପୁନଃପ୍ରସାରଣ କରାଯାଉଛି। ମାର୍ଚ୍ଚ ୨୮ ତାରିଖରୁ ଏହାର ପୁନଃପ୍ରସାରଣ ହେଉଛି। ଲୋକେ ଏହାକୁ ବହୁଳ ମାତ୍ରାରେ ମଧ୍ୟ ଦେଖୁଥିବା ଜଣାପଡ଼ିଛି। ୧୯୮୭ ଜାନୁଆରୀ ୨୫ରୁ ୧୯୮୮ ଜୁଲାଇ ୩୧ ତାରିଖ ମଧ୍ୟରେ ଏହି ପୌରାଣିକ ଧାରାବାହାକ ପ୍ରସାରିତ ହୋଇଥିଲା।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe