Advertisment

ଜୟଲଳିତା ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ତାମିଲ୍‌ନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଜୀବନ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି। ଏଯାବତ୍ ଏହାର ଶୁଟିଂ ଆରମ୍ଭ ହୋଇନାହିଁ। ଏହାର ନାଁ ରଖାଯାଇଛି ‘ଆଇରନ୍‌ ଲେଡୀ’। ଏବେ ଏହି ଫିଲ୍ମର ପୋଷ୍ଟର୍ ରିଲିଜ୍ ହୋଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ  ନିତ୍ୟା ମେନନ୍‌ ଅଭିନୟ କରିବେ। ଫିଲ୍ମର ନିର୍ଦ୍ଦେଶକ ପ୍ରିୟଦର୍ଶିନୀ କହିଛନ୍ତି,“ମୁଁ ପିଲାଦିନରୁ ହିଁ ଆମ୍ମାଙ୍କୁ ଆଗକୁ ବଢ଼ିବାର ଦେଖିଛି। ଆମ୍ମା ଜଣେ ପ୍ରତିଷ୍ଠିତ ପ୍ରେରଣାଦାୟୀ ମହିଳା। ଆମ୍ମାଙ୍କ ଜୀବନୀରୁ ଅନୁପ୍ରାଣିତ ହୋଇ ମୁଁ […]

author-image
Sangita Sahoo
ଅଦ୍ୟତନ ହୋଇଛି
ଜୟଲଳିତା ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତ୍ରୀ

jaya

ମୁମ୍ବାଇ: ତାମିଲ୍‌ନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଜୀବନ ଉପରେ ଏକ ଫିଲ୍ମ ନିର୍ମାଣ ହେଉଛି। ଏଯାବତ୍ ଏହାର ଶୁଟିଂ ଆରମ୍ଭ ହୋଇନାହିଁ। ଏହାର ନାଁ ରଖାଯାଇଛି ‘ଆଇରନ୍‌ ଲେଡୀ’।

Advertisment

ଏବେ ଏହି ଫିଲ୍ମର ପୋଷ୍ଟର୍ ରିଲିଜ୍ ହୋଇଛି। ଫିଲ୍ମର ମୁଖ୍ୟ ଚରିତ୍ରରେ  ନିତ୍ୟା ମେନନ୍‌ ଅଭିନୟ କରିବେ।

[caption id="attachment_279114" align="aligncenter" width="750"]nitya image credit- internet[/caption]

Advertisment

ଫିଲ୍ମର ନିର୍ଦ୍ଦେଶକ ପ୍ରିୟଦର୍ଶିନୀ କହିଛନ୍ତି,“ମୁଁ ପିଲାଦିନରୁ ହିଁ ଆମ୍ମାଙ୍କୁ ଆଗକୁ ବଢ଼ିବାର ଦେଖିଛି। ଆମ୍ମା ଜଣେ ପ୍ରତିଷ୍ଠିତ ପ୍ରେରଣାଦାୟୀ ମହିଳା। ଆମ୍ମାଙ୍କ ଜୀବନୀରୁ ଅନୁପ୍ରାଣିତ ହୋଇ ମୁଁ ତାଙ୍କ ଉପରେ ଫିଲ୍ମ ତିଆରି କରୁଛି।’’

ଆସନ୍ତା ବର୍ଷ ଜୟଲଳିତାଙ୍କ ଜନ୍ମଦିନ ପୂର୍ବରୁ ଶୁଟିଂ ଆରମ୍ଭ କରିବାକୁ ପ୍ରିୟଦର୍ଶିନୀ ଚାହୁଁଛନ୍ତି।

[caption id="attachment_279143" align="aligncenter" width="750"]iron.. image credit-aajtak[/caption]

ଯାହା ସୂଚନା ମିଳିଛି, ଫିଲ୍ମର ଶୁଟିଂ ୨୦୧୯ ଫେବ୍ରୁଆରୀରୁ ଆରମ୍ଭ ହୋଇପାରେ।

ଏହି ଫିଲ୍ମର ପ୍ରଯୋଜକ ମୁରୁଗାଦୋସ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଏକ ପୋଷ୍ଟର ଶେୟାର କରି ଲେଖିଛନ୍ତି,“ମୁଁ ଫିଲ୍ମର ଟାଇଟଲ ପୋଷ୍ଟର ଲଞ୍ଚ୍‌ କରି ବହୁତ ଖୁସି ଓ ଉତ୍ସାହିତ ଅଛି।  ପ୍ରିୟଦର୍ଶିନୀ ଓ ଟିମ୍‌କୁ ସଫଳତା ପାଇଁ ଶୁଭକାମନା ଜଣାଉଛି।’’

ପ୍ରିୟଦର୍ଶିନୀଙ୍କ ଅହିବା ଅନୁଯାୟୀ, ଏହା ଏକ ବଡ଼ ପ୍ରୋଜେକ୍ଟ। ଏହି ଫିଲ୍ମ ପାଇଁ  ସେ ରିସର୍ଚ୍ଚ ଜାରି ରଖିଛନ୍ତି।