ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଳାଇ ଗିରଫ ହେଲେ ଏହି ଅଭିନେତା

ମୁମ୍ବାଇ: ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଲାଇ ଏକ ଅଟୋକୁ ଧକ୍କା ଦେବା କାରଣରୁ ବଲିଉଡ୍‌ର ଜଣାଶୁଣା ଅଭିନେତା ଦଲୀପ ତାହିଲ୍‌ ରବିବାର ଗିରଫ ହୋଇଥିଲେ। ରବିବାର ରାତି ପ୍ରାୟ ୯ଟାବେଳେ ଦଲୀପଙ୍କ ଗାଡ଼ି ମୁମ୍ବାଇର ଖର୍ ଥାନା ଅନ୍ତର୍ଗତ ସିଡି ରୋଡ୍‌ର ଚାଇନା ଗାର୍ଡନ୍‌ ରେଷ୍ଟୁରାଣ୍ଟ୍‌ ସାମ୍ନାରେ ଏକ ଅଟୋକୁ ଧକ୍କା ଦେଇଥିଲା। ଏଥିରେ ଅଟୋରେ ଥିବା ଦୁଇ ଯାତ୍ରୀ ଜେନିତା ଗାନ୍ଧି ଓ ତାଙ୍କ ବନ୍ଧୁ ଗୌରବ୍‌ ଚଗ୍‌ ଆହତ ହୋଇଥିଲେ।

ଅଭିଯୋଗ ଅନୁସାରେ, ଅଟୋକୁ ଧକ୍କା ଦେବା ପରେ ଦଲୀପ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗଣେଶ ମୂର୍ତ୍ତି ବିସର୍ଜନର ଭିଡ଼ ଯୋଗୁ ସେ ବେଶୀ ଦୂର ଯାଇପାରି ନଥିଲେ। ପିଛା କରି ଆହତମାନେ ତାଙ୍କୁ ଠାବ କରିବା ପରେ ଦଲୀପ ଦୁର୍ଘଟଣା ପାଇଁ କ୍ଷମା ମାଗିବା ବଦଳରେ ଘଟଣାସ୍ଥଳରେ ଯୁକ୍ତିତର୍କ କରିବା ସହ ସେମାନଙ୍କୁ ଧକ୍କା ମଧ୍ୟ ମାରିଥିଲେ। ଏହି ସମୟରେ ଗୌରବଙ୍କ ଫୋନ୍‌ ପାଇ ପୁଲିସ୍‌ ସେଠାରୁ ଦଲୀପଙ୍କୁ ଗିରଫ କରିଥିଲା। ପରେ ଦଲୀପଙ୍କୁ ପୋଲିସ୍‌ ଷ୍ଟେସନ୍‌ରେ ଜାମିନ ମିଳିଥିଲା।

ଆହୁରି ପଢ଼ନ୍ତୁ

ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ ୨୦୨୧ ଯାଏ ସ୍ଥଗିତ

ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ: ଭୂସ୍ଖଳନ ଯୋଗୁ ଗଲାଣି ୧୫ ଜୀବନ

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଲାୟମ ସିଂହ ଯାଦବ

ୟୁପିଏସ୍‌ସିର ଅଧ୍ୟକ୍ଷ ହେଲେ ପ୍ରଫେସର ପ୍ରଦୀପ କୁମାର ଯୋଶୀ

ଆତ୍ମନିର୍ଭର ଆପ ଚ୍ୟାଲେଞ୍ଜ: ତୃତୀୟ ସ୍ଥାନରେ ଚିଙ୍ଗାରି, କମାଲ କରୁଛି ଦେଶୀ ଟିକଟକ

ଏହି ସାତଟି କାରଣ ପାଇଁ ହୋଇଥାଏ ଡାର୍କ ସର୍କଲ୍‌

ଦୁଇ ଥର ନେଗେଟିଭ ପରେ କରୋନା ପଜିଟିଭ ହୋଇଥିବା ପୁଲିସ ଇନସପେକ୍ଟରଙ୍କ ମୃତ୍ୟୁ

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ମୁମ୍ବାଇ ପୁଲିସର ମୁଖା ଖୋଲିଦେଲା ରିୟାଙ୍କ କଲ୍ ରେକର୍ଡସ୍

ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ

ବେରୁଟ ବିସ୍ଫୋରଣ: ଚେନ୍ନାଇ ପ୍ରତି ସୃଷ୍ଟି ହେଲା ବିପଦ

ସିଂହ ସହ ଲଢ଼େଇ କରୁଛନ୍ତି ଛୋଟ ପଶୁ, ଦେଖନ୍ତୁ ଭିଡିଓ