kiara
ମୁମ୍ବାଇ: ଚଳିତ ମାସ ୨୭ ତାରିଖରେ ରିଲିଜ୍ ହେବ ବଲିଉଡ୍ ଫିଲ୍ମ ‘ଗୁଡ୍ ନ୍ୟୁଜ୍’। ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି କରୀନା କପୁର, ଅକ୍ଷୟ କୁମାର, ଦିଲ୍ଜିତ୍ ଏବଂ କିଆରା ଆଡ଼ଭାନୀ। ଫିଲ୍ମ ରିଲିଜ୍ ହେବାକୁ ଆଉ ଅଳ୍ପ ଦିନ ଥିବାରୁ ପୂରା ଷ୍ଟାର୍ କାଷ୍ଟ୍ ଏବେ ଏହାର ପ୍ରୋମୋସନ୍ରେ ବ୍ୟସ୍ତ ଅଛନ୍ତି।
ଫିଲ୍ମର ପ୍ରୋମୋସନ୍ ବେଳେ ‘ଗୁଡ୍ ନ୍ୟୁଜ୍’ ଟିମ୍ ଖୁବ୍ ମଜାମସ୍ତି କରିବା ସହ ଲୋକମାନଙ୍କ ସହ କଥାବାର୍ତ୍ତା ବି କରୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ଏହି ଅବସରରେ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ତାଙ୍କର କିଛି ସିକ୍ରେଟ୍ ମଧ୍ୟ ଶେଆର କରିଛନ୍ତି। ନିକଟରେ ଫିଲ୍ମର ପ୍ରୋମୋସନ୍ ପାଇଁ ସେ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ତାଙ୍କ ସହିତ ଗୁଡ୍ ନ୍ୟୁଜ୍ର ପୂରା ଟିମ୍ ମଧ୍ୟ ଥିଲା। ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କିଆରା ତାଙ୍କର ସିକ୍ରେଟ୍ କ୍ରସ୍ କଥା କହିଥିଲେ। ସେ କହିଥିଲେ ଯେ କରୀନା ହେଉଛନ୍ତି ତାଙ୍କର କ୍ରସ୍। ଆଉ ସେ ସବୁବେଳେ ତାଙ୍କର ‘ଗର୍ଲ କ୍ରସ୍’ ହୋଇ ରହିବେ।
କିଆରା କହିଥିଲେ, “ମୁଁ ଫିଲ୍ମ ଜଗତକୁ ଆସିବାର କାରଣ ହେଉଛନ୍ତି କରୀନା। ତାଙ୍କ ଷ୍ଟାଇଲ୍ ଓ ନିଆରା ଅନ୍ଦାଜ୍ ପ୍ରତ୍ୟେକ ଝିଅଙ୍କୁ ଅଭିନୟ ପ୍ରତି ଆକୃଷ୍ଟ କରେ। ‘କଭି ଖୁସି କଭି ଗମ୍’ରେ ‘ପୂଜା’ର ଚରିତ୍ର ହେଉ ଅବା ‘ଜବ୍ ଉଇ ମେଟ୍’ରେ ଗୀତ୍ର ଚରିତ୍ର- ସବୁଥିରେ ସେ ପର୍ଫେକ୍ଟ ଅଭିନୟ କରନ୍ତି। ତାଙ୍କ ନୃତ୍ୟ ବି ସବୁବେଳେ ପର୍ଫେକ୍ଟ। କରିନା କେବଳ ମୋର ପସନ୍ଦ ନୁହନ୍ତି, ସେ ସମସ୍ତଙ୍କର ପସନ୍ଦ।”
ସୂଚନାଯୋଗ୍ୟ, ‘କବିର ସିଂ’, ‘ଲଷ୍ଟ ଷ୍ଟୋରିଜ୍’, ‘କଲଙ୍କ’ , ‘ଫୁଗ୍ଲି’ ଓ ‘ଇନ୍ଦୋ କୀ ଜୱାନୀ’ ଆଦି ଫିଲ୍ମରେ କାମ କରିଛନ୍ତି କିଆରା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/12/kiara.jpg)