Advertisment

ଆସନ୍ତାକାଲି ବକ୍ସ ଅଫିସ୍‌ରେ କଡ଼ା ଟକ୍କର୍

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ’ରେ ପରଦାକୁ ଆସୁଛି ୩ଟି ଜବରଦସ୍ତ ସିନେମା। ଲଭ୍‌, ରୋମାନ୍ସ, ଆକ୍ସନ୍‌, ଥ୍ରାଲର୍‌ ଓ ଇମେଶନ୍‌ରେ ଭରା ରହିବ ଏହି ଫ୍ରାଇଡେ। ଗୋଟେପଟେ ଆଦିତ୍ୟ ରାୟକପୁର ଓ ଦୀଶା ପଟାନୀ ‘ମଲଙ୍ଗ’ରେ  ନିଜ ସିଜ୍‌ଲିଂ କେମେଷ୍ଟ୍ରିରେ ଦର୍ଶକଙ୍କୁ ଘାଇଲା କରିବାକୁ ପ୍ରସ୍ତୁତ ଥିବାବେଳେ ତାକୁ ଟକ୍କର ଦେବାକୁ ମଇଦାନ୍‌କୁ ଓଲ୍ହାଉଛନ୍ତି ଟେଲି ଅଭିନେତ୍ରୀ ହିନା ଖାନ୍‌। ଆସନ୍ତାକାଲି ହିନାଙ୍କ ଡେବ୍ୟୁ ଫିଲ୍ମ ‘ହ୍ୟାକ୍ଡ’ ରିଲିଜ୍‌ ହେଉଛି। ଏହାବ୍ୟତୀତ କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ […]

ଆସନ୍ତାକାଲି ବକ୍ସ ଅଫିସ୍‌ରେ କଡ଼ା ଟକ୍କର୍

film

Advertisment

ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ’ରେ ପରଦାକୁ ଆସୁଛି ୩ଟି ଜବରଦସ୍ତ ସିନେମା। ଲଭ୍‌, ରୋମାନ୍ସ, ଆକ୍ସନ୍‌, ଥ୍ରାଲର୍‌ ଓ ଇମେଶନ୍‌ରେ ଭରା ରହିବ ଏହି ଫ୍ରାଇଡେ। ଗୋଟେପଟେ ଆଦିତ୍ୟ ରାୟକପୁର ଓ ଦୀଶା ପଟାନୀ ‘ମଲଙ୍ଗ’ରେ  ନିଜ ସିଜ୍‌ଲିଂ କେମେଷ୍ଟ୍ରିରେ ଦର୍ଶକଙ୍କୁ ଘାଇଲା କରିବାକୁ ପ୍ରସ୍ତୁତ ଥିବାବେଳେ ତାକୁ ଟକ୍କର ଦେବାକୁ ମଇଦାନ୍‌କୁ ଓଲ୍ହାଉଛନ୍ତି ଟେଲି ଅଭିନେତ୍ରୀ ହିନା ଖାନ୍‌। ଆସନ୍ତାକାଲି ହିନାଙ୍କ ଡେବ୍ୟୁ ଫିଲ୍ମ ‘ହ୍ୟାକ୍ଡ’ ରିଲିଜ୍‌ ହେଉଛି। ଏହାବ୍ୟତୀତ କାଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ଫିଲ୍ମ ‘ଶିକାରା’ ମଧ୍ୟ ଆସନ୍ତା କାଲି ପରଦାକୁ ଆସୁଛି। ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମଗୁଡ଼ିକ ବିଷୟରେ।

Advertisment

https://www.instagram.com/p/B7YXLVDgsgP/?utm_source=ig_web_copy_link

ମଲଙ୍ଗ: ଆସନ୍ତା କାଲି ରିଲିଜ୍‌ ହେବ ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ସିନେମା ‘ମଲଙ୍ଗ’। ଏଥିରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳିବ। ଦିଶାଙ୍କ କ୍ୟୁଟ୍ ଅନ୍ଦାଜ ସହ ଡ୍ୟାନ୍ସ ମୁଭ୍ସ ରହିବ ଆକର୍ଷଣର କେନ୍ଦ୍ରବିନ୍ଦୁ। ଫିଲ୍ମରେ ଅନିଲ କପୁର ବି ଦେଖିବାକୁ ମିଳିବେ ଗ୍ୟାଙ୍ଗଷ୍ଟର ଭୂମିକାରେ। ହାତରେ ବନ୍ଧୁକ ଧରି ଜବରଦସ୍ତ ଆକ୍ସନ ଦେଖାଇଛନ୍ତି ଅନିଲ୍‌। ତାଙ୍କ ବ୍ୟତୀତ କୁନାଲ୍‌ ଖେମୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଯୁବପିଢ଼ିଙ୍କୁ ବେଶି ଭଲଲାଗିବ ବୋଲି ନିର୍ମାତା କହିଛନ୍ତି। ସିନେମାର ଟ୍ରେଲରକୁ ଦର୍ଶକ ଭଲ ସମର୍ଥନ ଦେଇଛନ୍ତି। ଭୂଷଣ କୁମାର ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତିା

https://www.instagram.com/p/B8GkV5hJ13v/?utm_source=ig_web_copy_link

ହ୍ୟାକ୍ଡ: ଏହା ହେଉଛି ଟେଲିଷ୍ଟାର ହିନା ଖାନ୍‌ଙ୍କ ଡେବ୍ୟୁ ଫିଲ୍ମ। ଯାହାକି ଆସନ୍ତାକାଲି ରିଲିଜ ହେବ। ଢ଼େର୍‌ସାରା ସସ୍‌ପେନ୍‌ସ୍‌ ଓ ଥ୍ରୀଲର୍ ରହିଛି ଏହି ସିନେମାରେ। ଜଣେ ନାବାଳକର ଜଣେ ବୟସ୍କା ଯୁବତୀଙ୍କ ପ୍ରତି ଥିବା ପ୍ରେମ କିଭଳି ପାଗଳାମିରେ ପରିଣତ ହେଉଛି ଏବଂ ଏଥିପାଇଁ ସେ  ଇଣ୍ଟରନେଟ୍‌ର କିଭଳି ମିସ୍ ୟୁଜ୍ କରୁଛି, ତାହା ହିଁ ରହିଛି ଫିଲ୍ମର କାହାଣୀ। ଇଣ୍ଟରନେଟ୍‌ରେ ଥିବା ଡାଟାକୁ ହ୍ୟାକ୍ କରି କିଭଳି ଜଣଙ୍କ ଜୀବନକୁ କଣ୍ଟ୍ରୋଲ କରାଯାଇପାରୁଛି, ତାକୁ କାହାଣୀରେ ଦର୍ଶାଯାଇଛି। ଟ୍ରେଲରକୁ ଖୁବ୍ ପ୍ରଶଂସା ମିଳୁଥିବାବେଳେ ହିନାଙ୍କ ଅଭିନୟ ବେଶ୍ ସୁନ୍ଦର ହୋଇପାରିଛି। ବିକ୍ରମ ଭଟ୍ଟ ଏହାକୁ ନିର୍ଦ୍ଦେଶନା ଦେଇଥିବାବେଳେ ହିନାଙ୍କ ସହ ଏଥିରେ ରୋହନ୍ ଶାହ୍, ମୋହିତ ମଲହୋତ୍ରା ପ୍ରମୁଖ ନଜର ଆସିବୋ

Advertisment

https://twitter.com/VVCFilms/status/1225260324556656641?s=20

ଶିକାରା: ଆସନ୍ତାକାଲି ବକ୍ସ ଅଫିସରେ ବିଧୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶିକାରା’ ବି ଦେବ ଟକ୍କର। ୧୯୮୯ ମସିହାରେ କାଶ୍ମୀର ପଣ୍ଡିତ କାଶ୍ମୀରରୁ ବିତାଡ଼ିତ ହେବାର କାହାଣୀ ଦେଖିବାକୁ ମିଳିବ ଏହି ଫିଳ୍ମରେ। ୩୦ ବର୍ଷ ପୂର୍ବେ ଜାମ୍ମୁ-କାଶ୍ମୀରରେ, କାଶ୍ମିରୀ ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ କାଶ୍ମିର ପଣ୍ଡିତଙ୍କ ବିସ୍ଥାପନର ଦୁଃଖଦ କାହାଣୀ ଉପରେ ଆଧାରିତ ଫିଲ୍ମ ଶିକାରା। କିପରି କାଶ୍ମୀର ପଣ୍ଡିତଙ୍କୁ ତାଙ୍କ ଜମି ଓ ଘର ଛାଡ଼ିବାକୁ ବାଧ୍ୟ କରାଯାଉଛି। ଆଉ ତା’ପରେ କଣ ଘଟୁଛି, ତାହା ଏଥିରେ ଦେଖିବାକୁ ପାଇବେ ଦର୍ଶକ। ସିନେମାରେ ଦୁଇ ନବାଗତ ସାଦିଆ ଏବଂ ଆଦିଲ୍ ଖାନ୍ ମୁଖ୍ୟ ଭୂମିକାରେ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe