Advertisment

ଅମିତାଭ୍‌ଙ୍କ ଫିଲ୍ମ ପସନ୍ଦ ନ ଆସିଲେ, ଜୟା ଏମିତି କରନ୍ତି ରିଆକ୍ଟ

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌):‘କୌନ୍ ବନେଗା କରୋଡ୍‌ପତି’ର ନୂଆ ସିଜିନ୍ ସୋମବାରଠୁ ଆରମ୍ଭ ହୋଇଯାଇଛି।  ଶୋ’ ଆରମ୍ଭ ହେବା ଦିନଠାରୁ ଶୋ’ର ହୋଷ୍ଟ୍‌ ଅମିତାଭ ବଚ୍ଚନଙ୍କର କିଛି ନା କିଛି ଗୁମର ଖୋଲୁଛି। ଗୋଟିଏ ଏପିସୋଡ୍‌ରେ  ଅମିତାଭ ତାଙ୍କ ବାପାଙ୍କ ସହ ଜଡ଼ିତ କିଛି ଅନୁଭୂତି ଶେୟାର କରିଥିଲେ। ଗତକାଲି ତଥା ଶୋ’ର ଚତୁର୍ଥ ଦିନରେ ନିଜ ପତ୍ନୀ ଜୟା ବଚ୍ଚନଙ୍କ ବିଷୟରେ ସେ ଏକ ବଡ଼ ଖୁଲାସା କରିଥିଲେ। ଶୋ’ରେ ଅମିତାଭ୍‌ କହିଥିଲେ, ‘‘ଜୟାଙ୍କୁ ତାଙ୍କ ଫିଲ୍ମ ଖୁବ୍‌ […]

ଅମିତାଭ୍‌ଙ୍କ ଫିଲ୍ମ ପସନ୍ଦ ନ ଆସିଲେ, ଜୟା ଏମିତି କରନ୍ତି ରିଆକ୍ଟ

8i

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌):‘କୌନ୍ ବନେଗା କରୋଡ୍‌ପତି’ର ନୂଆ ସିଜିନ୍ ସୋମବାରଠୁ ଆରମ୍ଭ ହୋଇଯାଇଛି।  ଶୋ’ ଆରମ୍ଭ ହେବା ଦିନଠାରୁ ଶୋ’ର ହୋଷ୍ଟ୍‌ ଅମିତାଭ ବଚ୍ଚନଙ୍କର କିଛି ନା କିଛି ଗୁମର ଖୋଲୁଛି। ଗୋଟିଏ ଏପିସୋଡ୍‌ରେ  ଅମିତାଭ ତାଙ୍କ ବାପାଙ୍କ ସହ ଜଡ଼ିତ କିଛି ଅନୁଭୂତି ଶେୟାର କରିଥିଲେ।

Advertisment

ଗତକାଲି ତଥା ଶୋ’ର ଚତୁର୍ଥ ଦିନରେ ନିଜ ପତ୍ନୀ ଜୟା ବଚ୍ଚନଙ୍କ ବିଷୟରେ ସେ ଏକ ବଡ଼ ଖୁଲାସା କରିଥିଲେ।

ଶୋ’ରେ ଅମିତାଭ୍‌ କହିଥିଲେ, ‘‘ଜୟାଙ୍କୁ ତାଙ୍କ ଫିଲ୍ମ ଖୁବ୍‌ କମ୍‌ ପସନ୍ଦ ଆସେ। ଆଉ  ଯେତେବେଳେ ତାଙ୍କୁ ମୋର କୌଣସି ଫିଲ୍ମ ପସନ୍ଦ ଆସି ନ ଥାଏ, ସେ ଚୁପ ହୋଇଯାଆନ୍ତି। କିଛି ବି କୁହନ୍ତି ନାହିଁ।’’

Advertisment

ଅମିତାଭ୍‌ ଆହୁରି କହିଛନ୍ତି, ‘‘ଯେତେବେଳେ ମୋ ଫିଲ୍ମ ‘ଲାୱାରିସ୍‌’ର ‘ମେରେ ଆଙ୍ଗନ୍‌ ମୈ ତୁମ୍‌ହାରା କାମ୍‌ କ୍ୟା ହୈ’’ ଗୀତରେ  ମହିଳାଙ୍କ ପୋଷାକ ପିନ୍ଧି ନାଚିବାର ଜୟା ଦେଖିଥିଲେ, ତାଙ୍କୁ ଆଦୌ ଭଲ ଲାଗି ନ ଥିଲା। ସେ ଖୁବ୍‌ ରାଗିଯାଇଥିଲେ। ଆଉ କହିଥିଲେ ଏଭଳି ପୋଷାକ ତ ଆପଣଙ୍କ ଦେହରେ ଶୋଭା ପାଉନି।’’

ଏହା ସତ୍ୱେ ଅମିତାଭ ଯେଉଁଠିକି ବି ଯାଉଥିଲେ, ସେଠାରେ ଏହି ଫିଲ୍ମର ଗୀତ ବଜାଇବାକୁ କହୁଥିଲେ, ଯାହାର ବୋଲ୍ ଥିଲା ‘‘ଜିସ୍‌କି ବିୱି ଛୋଟି.....’’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe