a2
ମୁମ୍ୱାଇ : ‘ପୁତ୍ର ସୁପୁତ୍ର ହେଲେ ଧନ କାହିଁକି ସଞ୍ଚିବି, ପୁତ୍ର କୁପୁତ୍ର ହେଲେ ଧନ କାହିଁକି ସଞ୍ଚିବି।’ ଏକଥା ଆମେ ନୁହେଁ, ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନ ସୋଶାଲ ମିଡିଆ ପୋଷ୍ଟରେ ପୁଅ ଅଭିଷେକ ବଚ୍ଚନଙ୍କୁ ଲେଖିଛନ୍ତି।
ଏହା ସହିତ ବିଗ୍ ବି ଅଭିଷେକଙ୍କର ପିଲାଦିନର ଏକ ପୁରୁଣା ଚିଠିକୁ ଶେଆର୍ କରିଛନ୍ତି। ଅମିତାଭ ଶୁଟିଂ ପାଇଁ ବାହାରେ ବ୍ୟସ୍ତ ଥିବା ସମୟରେ ଅଭିଷେକ ଏ ଚିଠି ଲେଖିଥିଲେ। ଚିଠିରେ ଅଭିଷେକ ଲେଖିଥିଲେ, ‘ଡାର୍ଲିଂ ପାପା, ତୁମେ କେମିତି ଅଛ ? ଆମେ ଘରେ ସବୁ ଭଲ ଅଛୁ। ମୁଁ ତୁମକୁ ବହୁତ ମନେ ପକଉଛି। ଘରକୁ ଶୀଘ୍ର ଫେରିଆସ। ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ତୁମେ ସବୁବେଳେ ହସୁଥାଅ। ବେଳେବେଳେ ମୁଁ ଦୁଷ୍ଟ ହେଉଥିଲେ ବି ତୁମକୁ ବହୁତ ଭଲ ପାଏ।’
ଛୋଟବେଳେ ଅଭିଷେକ ଏହି ଚିଠିଟିକୁ ପେନସିଲ୍ରେ ଲେଖିଥିଲେ, ଯାହାକୁ ବିଗ୍ ବି ଶେଆର୍ କରିବା ପରେ ଭାଇରାଲ୍ ହେବାରେ ଲାଗିଛି। ଅଭିଷେକ ବର୍ତ୍ତମାନ ଅନୁରାଗ ବାସୁଙ୍କର ଫିଲ୍ମରେ କାମ କରୁଛନ୍ତି। ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ମନମର୍ଜିୟାଁ’ରେ ଦେଖିବାକୁ ମିଳିଥିଲା।
ସେହିପରି ଅମିତାଭ ଅୟାନ୍ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏବଂ ଫିଚର୍ ଫିଲ୍ମ ‘ଗୁଲାବୋ ସିତାବୋ’, ‘ଝୁଣ୍ଡ’ ଓ ‘ଚେହରେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/a2-1.jpg)