ପୁଣି ବାହା ହେବେ ପୱନୀ, ଦୁଇ ବର୍ଷ ତଳେ ସ୍ୱାମୀ କରିଥିଲେ ଆତ୍ମହତ୍ୟା

ମୁମ୍ବାଇ: ଦୁଇ ବର୍ଷ ତଳେ ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଟେଲିଭିଜନ୍‌ ଅଭିନେତ୍ରୀ ପୱନୀ ରେଡ୍ଡୀ। ତେବେ ଏବେ ସେ ଜୀବନରେ ପୁଣି ଆଗକୁ ବଢ଼ିବା କଥା ଚିନ୍ତା କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ତାମିଲ୍ ଓ ତେଲୁଗୁ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା ଏହି ଅଭିନେତ୍ରୀ। ମିଳିଥିବା ରିପୋର୍ଟ ଅନୁଯାୟୀ, ପୱନୀ ଖୁବ୍‌ଶୀଘ୍ର ତାଙ୍କ ପାରିବାରିକ ବନ୍ଧୁ ଆନନ୍ଦଙ୍କୁ ବିବାହ କରିବାକୁ ଯାଉଛନ୍ତି।   ବେଶ୍ କିଛି […]

article-city-bicycles--unde

article-city-bicycles--unde

Biswobandita Swain
  • Published: Friday, 26 July 2019
  • Updated: 26 July 2019, 10:45 AM IST

Sports

Latest News

ମୁମ୍ବାଇ: ଦୁଇ ବର୍ଷ ତଳେ ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଟେଲିଭିଜନ୍‌ ଅଭିନେତ୍ରୀ ପୱନୀ ରେଡ୍ଡୀ। ତେବେ ଏବେ ସେ ଜୀବନରେ ପୁଣି ଆଗକୁ ବଢ଼ିବା କଥା ଚିନ୍ତା କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ତାମିଲ୍ ଓ ତେଲୁଗୁ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା ଏହି ଅଭିନେତ୍ରୀ। ମିଳିଥିବା ରିପୋର୍ଟ ଅନୁଯାୟୀ, ପୱନୀ ଖୁବ୍‌ଶୀଘ୍ର ତାଙ୍କ ପାରିବାରିକ ବନ୍ଧୁ ଆନନ୍ଦଙ୍କୁ ବିବାହ କରିବାକୁ ଯାଉଛନ୍ତି।

 

ବେଶ୍ କିଛି ଦିନ ହେଲେ ପୱନୀ ଓ ଆନନ୍ଦଙ୍କୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ରହିଆସୁଛନ୍ତି। ଦୁହେଁ ସେମାନଙ୍କ ରିଲେସନ୍‌ଶିପ୍ ସଂପର୍କରେ ସୋଶାଲ୍ ମିଡିଆରେ ସଙ୍କେତ ଦେଇଥିଲେ।

ସୂଚନା ଅନୁଯାୟୀ, ୨୦୧୩ରେ ପୱନୀ ଅଭିନେତା ପ୍ରଦୀପ କୁମାରଙ୍କୁ ବାହା ହୋଇଥିଲେ। ତାମିଲ୍ ଟେଲିଭିଜନ୍‌ ଜଗତରେ ପ୍ରଦୀପ ଜଣେ ଜଣାଶୁଣା କଳାକାର ଥିଲେ। ସେ ଏକାଧିକ ହିଟ୍ ଧାରାବାହିକରେ କାର୍ଯ୍ୟ କରିଥିଲେ। ୨୦୧୭ରେ  କୌଣସି କଥାକୁ ନେଇ ପ୍ରଦୀପ ଏବଂ ପୱନୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କଥାଟା ସେତେ ସାଂଘାତିକ ନଥିଲେ ମଧ୍ୟ ପ୍ରଦୀପ ଏହାକୁ ନେଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ପୱନୀ ପୂରା ଭାଙ୍ଗି ପଡ଼ିଥିଲେ।

ସୂଚନାଯୋଗ୍ୟ, ପୱନୀ ତେଲୁଗୁ ଫିଲ୍ମ ‘ଡ୍ରିମ୍‌’ ଓ ତାମିଲ ଫିଲ୍ ‘ୱରଜମ୍‌’ରେ ଅଭିନୟ କରିଥିଲେ। ଏହା ତାଙ୍କ କ୍ୟାରିଅରର ପ୍ରଥମ ସୋପାନ ଥିଲା। ତା’ପରେ ସେ ଟେଲିଭିଜନକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos