Advertisment

ପୁଣି ବାହା ହେବେ ପୱନୀ, ଦୁଇ ବର୍ଷ ତଳେ ସ୍ୱାମୀ କରିଥିଲେ ଆତ୍ମହତ୍ୟା

ମୁମ୍ବାଇ: ଦୁଇ ବର୍ଷ ତଳେ ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଟେଲିଭିଜନ୍‌ ଅଭିନେତ୍ରୀ ପୱନୀ ରେଡ୍ଡୀ। ତେବେ ଏବେ ସେ ଜୀବନରେ ପୁଣି ଆଗକୁ ବଢ଼ିବା କଥା ଚିନ୍ତା କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ତାମିଲ୍ ଓ ତେଲୁଗୁ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା ଏହି ଅଭିନେତ୍ରୀ। ମିଳିଥିବା ରିପୋର୍ଟ ଅନୁଯାୟୀ, ପୱନୀ ଖୁବ୍‌ଶୀଘ୍ର ତାଙ୍କ ପାରିବାରିକ ବନ୍ଧୁ ଆନନ୍ଦଙ୍କୁ ବିବାହ କରିବାକୁ ଯାଉଛନ୍ତି।   ବେଶ୍ କିଛି […]

ଅଦ୍ୟତନ ହୋଇଛି
ପୁଣି ବାହା ହେବେ ପୱନୀ, ଦୁଇ ବର୍ଷ ତଳେ ସ୍ୱାମୀ କରିଥିଲେ ଆତ୍ମହତ୍ୟା

article-city-bicycles--unde

Advertisment

ମୁମ୍ବାଇ: ଦୁଇ ବର୍ଷ ତଳେ ସ୍ୱାମୀଙ୍କ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ଟେଲିଭିଜନ୍‌ ଅଭିନେତ୍ରୀ ପୱନୀ ରେଡ୍ଡୀ। ତେବେ ଏବେ ସେ ଜୀବନରେ ପୁଣି ଆଗକୁ ବଢ଼ିବା କଥା ଚିନ୍ତା କରିଛନ୍ତି। ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ତାମିଲ୍ ଓ ତେଲୁଗୁ ଟେଲିଭିଜନ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା ଏହି ଅଭିନେତ୍ରୀ। ମିଳିଥିବା ରିପୋର୍ଟ ଅନୁଯାୟୀ, ପୱନୀ ଖୁବ୍‌ଶୀଘ୍ର ତାଙ୍କ ପାରିବାରିକ ବନ୍ଧୁ ଆନନ୍ଦଙ୍କୁ ବିବାହ କରିବାକୁ ଯାଉଛନ୍ତି।

Advertisment

publive-imageବେଶ୍ କିଛି ଦିନ ହେଲେ ପୱନୀ ଓ ଆନନ୍ଦଙ୍କୁ ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ରହିଆସୁଛନ୍ତି। ଦୁହେଁ ସେମାନଙ୍କ ରିଲେସନ୍‌ଶିପ୍ ସଂପର୍କରେ ସୋଶାଲ୍ ମିଡିଆରେ ସଙ୍କେତ ଦେଇଥିଲେ।

publive-imageସୂଚନା ଅନୁଯାୟୀ, ୨୦୧୩ରେ ପୱନୀ ଅଭିନେତା ପ୍ରଦୀପ କୁମାରଙ୍କୁ ବାହା ହୋଇଥିଲେ। ତାମିଲ୍ ଟେଲିଭିଜନ୍‌ ଜଗତରେ ପ୍ରଦୀପ ଜଣେ ଜଣାଶୁଣା କଳାକାର ଥିଲେ। ସେ ଏକାଧିକ ହିଟ୍ ଧାରାବାହିକରେ କାର୍ଯ୍ୟ କରିଥିଲେ। ୨୦୧୭ରେ  କୌଣସି କଥାକୁ ନେଇ ପ୍ରଦୀପ ଏବଂ ପୱନୀଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କଥାଟା ସେତେ ସାଂଘାତିକ ନଥିଲେ ମଧ୍ୟ ପ୍ରଦୀପ ଏହାକୁ ନେଇ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁ ପରେ ପୱନୀ ପୂରା ଭାଙ୍ଗି ପଡ଼ିଥିଲେ।

Advertisment

ସୂଚନାଯୋଗ୍ୟ, ପୱନୀ ତେଲୁଗୁ ଫିଲ୍ମ ‘ଡ୍ରିମ୍‌’ ଓ ତାମିଲ ଫିଲ୍ ‘ୱରଜମ୍‌’ରେ ଅଭିନୟ କରିଥିଲେ। ଏହା ତାଙ୍କ କ୍ୟାରିଅରର ପ୍ରଥମ ସୋପାନ ଥିଲା। ତା’ପରେ ସେ ଟେଲିଭିଜନକୁ ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe