/odisha-reporter/media/post_attachments/uploads/2020/07/vdo.jpg)
vdo
ମୁମ୍ବାଇ: ଫିଲ୍ମରେ ନୋରା ଫତେହୀଙ୍କ ଡ୍ୟାନ୍ସ ଦେଖିବାକୁ ସମସ୍ତେ ଅପେକ୍ଷା କରିଥା’ନ୍ତି। ତାଙ୍କର ଜବରଦସ୍ତ ମୁଭ୍ସ ସମସ୍ତଙ୍କୁ ଭଲ ଲାଗେ। ସୋଶାଲ୍ ମିଡିଆରେ ବି ସେ ବରାବର ତାଙ୍କ ଭିଡିଓ ପୋଷ୍ଟ କରନ୍ତି ଓ ଲୋକେ ବି ସେଗୁଡ଼ିକୁ ଦେଖନ୍ତି। ତେବେ ୫ ଦିନ ତଳେ ନୋରା ତାଙ୍କର ଭିଡିଓ ପୋଷ୍ଟ୍ କରିଥିଲେ ଓ ଏହା ତାଙ୍କ ଜୀବନ ବଦଳାଇ ଦେଇଥିଲା ବୋଲି ଲେଖିଥିଲେ।
View this post on InstagramA post shared by Nora Fatehi (@norafatehi) on
ଏହି ଭିଡିଓଟି ୨୦୧୮ ମସିହାର। ସେହି ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ ଆୱାର୍ଡରେ ସେ ନୃତ୍ୟ ପରିବେଷଣ କରିଥିଲେ। ଏହି ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଓ ଲୋକେ ତାଙ୍କ ନୃତ୍ୟକୁ ବେଶ୍ ପସନ୍ଦ କରିଥିଲେ। ଏହା ପରେ ତାଙ୍କୁ ଫିଲ୍ମ ’ସତ୍ୟମେବ ଜୟତେ’ର ଆଇଟମ୍ ସଙ୍ଗ୍ ‘ଦିଲ୍ବର୍’ରେ ନୃତ୍ୟ କରିବାକୁ ସୁଯୋଗ ମିଳିଥିଲା, ଯାହା ଖୁବ୍ ଲୋକପ୍ରିୟ। ଏହି ଗୀତ ରିଲିଜ୍ ହେବା ମାତ୍ରେ ୨୪ ଘଣ୍ଟା ମଧ୍ୟରେ ୨ କୋଟି ଭ୍ୟୁ ମିଳିଥିଲା। ଏହା ପରେ ସେ ଆଉ କିଛି ଫିଲ୍ମରେ ଆଇଟମ୍ ସଙ୍ଗରେ ନୃତ୍ୟ କରିଛନ୍ତି।
ଲକ୍ଡାଉନ୍ ବେଳେ ବି ସେ ତାଙ୍କର ୱାର୍କଆଉଟ୍ ଓ ଡ୍ୟାନ୍ସର ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
