Advertisment

ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

ମୁମ୍ବାଇ: ଫିଲ୍ମରେ ନୋରା ଫତେହୀଙ୍କ ଡ୍ୟାନ୍ସ ଦେଖିବାକୁ ସମସ୍ତେ ଅପେକ୍ଷା କରିଥା’ନ୍ତି। ତାଙ୍କର ଜବରଦସ୍ତ ମୁଭ୍‌ସ ସମସ୍ତଙ୍କୁ ଭଲ ଲାଗେ। ସୋଶାଲ୍ ମିଡିଆରେ ବି ସେ ବରାବର ତାଙ୍କ ଭିଡିଓ ପୋଷ୍ଟ କରନ୍ତି ଓ ଲୋକେ ବି ସେଗୁଡ଼ିକୁ ଦେଖନ୍ତି। ତେବେ ୫ ଦିନ ତଳେ ନୋରା ତାଙ୍କର ଭିଡିଓ ପୋଷ୍ଟ୍ କରିଥିଲେ ଓ ଏହା ତାଙ୍କ ଜୀବନ ବଦଳାଇ ଦେଇଥିଲା ବୋଲି ଲେଖିଥିଲେ। View this post on Instagram 🧿 Celebrating 14 million […]

ଅଦ୍ୟତନ ହୋଇଛି
ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

vdo

Advertisment

ମୁମ୍ବାଇ: ଫିଲ୍ମରେ ନୋରା ଫତେହୀଙ୍କ ଡ୍ୟାନ୍ସ ଦେଖିବାକୁ ସମସ୍ତେ ଅପେକ୍ଷା କରିଥା’ନ୍ତି। ତାଙ୍କର ଜବରଦସ୍ତ ମୁଭ୍‌ସ ସମସ୍ତଙ୍କୁ ଭଲ ଲାଗେ। ସୋଶାଲ୍ ମିଡିଆରେ ବି ସେ ବରାବର ତାଙ୍କ ଭିଡିଓ ପୋଷ୍ଟ କରନ୍ତି ଓ ଲୋକେ ବି ସେଗୁଡ଼ିକୁ ଦେଖନ୍ତି। ତେବେ ୫ ଦିନ ତଳେ ନୋରା ତାଙ୍କର ଭିଡିଓ ପୋଷ୍ଟ୍ କରିଥିଲେ ଓ ଏହା ତାଙ୍କ ଜୀବନ ବଦଳାଇ ଦେଇଥିଲା ବୋଲି ଲେଖିଥିଲେ।

Advertisment


ଏହି ଭିଡିଓଟି ୨୦୧୮ ମସିହାର। ସେହି ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ ଆୱାର୍ଡରେ ସେ ନୃତ୍ୟ ପରିବେଷଣ କରିଥିଲେ। ଏହି ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଓ ଲୋକେ ତାଙ୍କ ନୃତ୍ୟକୁ ବେଶ୍ ପସନ୍ଦ କରିଥିଲେ। ଏହା ପରେ ତାଙ୍କୁ ଫିଲ୍ମ ’ସତ୍ୟମେବ ଜୟତେ’ର ଆଇଟମ୍ ସଙ୍ଗ୍ ‘ଦିଲ୍‌ବର୍‌’ରେ ନୃତ୍ୟ କରିବାକୁ ସୁଯୋଗ ମିଳିଥିଲା, ଯାହା ଖୁବ୍ ଲୋକପ୍ରିୟ। ଏହି ଗୀତ ରିଲିଜ୍ ହେବା ମାତ୍ରେ ୨୪ ଘଣ୍ଟା ମଧ୍ୟରେ ୨ କୋଟି ଭ୍ୟୁ ମିଳିଥିଲା। ଏହା ପରେ ସେ ଆଉ କିଛି ଫିଲ୍ମରେ ଆଇଟମ୍ ସଙ୍ଗରେ ନୃତ୍ୟ କରିଛନ୍ତି।

Advertisment

ଲକ୍‌ଡାଉନ୍‌ ବେଳେ ବି ସେ ତାଙ୍କର ୱାର୍କଆଉଟ୍ ଓ ଡ୍ୟାନ୍ସର ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ।

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe