ଗୋଟିଏ ଭିଡିଓ ବଦଳାଇ ଦେଇଥିଲା

ମୁମ୍ବାଇ: ଫିଲ୍ମରେ ନୋରା ଫତେହୀଙ୍କ ଡ୍ୟାନ୍ସ ଦେଖିବାକୁ ସମସ୍ତେ ଅପେକ୍ଷା କରିଥା’ନ୍ତି। ତାଙ୍କର ଜବରଦସ୍ତ ମୁଭ୍‌ସ ସମସ୍ତଙ୍କୁ ଭଲ ଲାଗେ। ସୋଶାଲ୍ ମିଡିଆରେ ବି ସେ ବରାବର ତାଙ୍କ ଭିଡିଓ ପୋଷ୍ଟ କରନ୍ତି ଓ ଲୋକେ ବି ସେଗୁଡ଼ିକୁ ଦେଖନ୍ତି। ତେବେ ୫ ଦିନ ତଳେ ନୋରା ତାଙ୍କର ଭିଡିଓ ପୋଷ୍ଟ୍ କରିଥିଲେ ଓ ଏହା ତାଙ୍କ ଜୀବନ ବଦଳାଇ ଦେଇଥିଲା ବୋଲି ଲେଖିଥିଲେ। View this post on Instagram 🧿 Celebrating 14 million […]

vdo

Jitendra Garnayak
  • Published: Wednesday, 08 July 2020
  • , Updated: 08 July 2020, 12:19 PM IST

ମୁମ୍ବାଇ: ଫିଲ୍ମରେ ନୋରା ଫତେହୀଙ୍କ ଡ୍ୟାନ୍ସ ଦେଖିବାକୁ ସମସ୍ତେ ଅପେକ୍ଷା କରିଥା’ନ୍ତି। ତାଙ୍କର ଜବରଦସ୍ତ ମୁଭ୍‌ସ ସମସ୍ତଙ୍କୁ ଭଲ ଲାଗେ। ସୋଶାଲ୍ ମିଡିଆରେ ବି ସେ ବରାବର ତାଙ୍କ ଭିଡିଓ ପୋଷ୍ଟ କରନ୍ତି ଓ ଲୋକେ ବି ସେଗୁଡ଼ିକୁ ଦେଖନ୍ତି। ତେବେ ୫ ଦିନ ତଳେ ନୋରା ତାଙ୍କର ଭିଡିଓ ପୋଷ୍ଟ୍ କରିଥିଲେ ଓ ଏହା ତାଙ୍କ ଜୀବନ ବଦଳାଇ ଦେଇଥିଲା ବୋଲି ଲେଖିଥିଲେ।

View this post on Instagram

🧿 Celebrating 14 million with a Throw back of this video which changed my life forever! Impromptu solo during my performance for Miss India awards 2018 Bangalore.. this video BROKE the internet and got me dilbar! I Didn’t prepare for my solo , it was on the spot.. I was just feeling the music😍🔥 And for goodluck i wore the same outfit in the dilbar video too 🦄 Thank u for 14million, what a journey ❤️ 🧿

A post shared by Nora Fatehi (@norafatehi) on


ଏହି ଭିଡିଓଟି ୨୦୧୮ ମସିହାର। ସେହି ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆ ଆୱାର୍ଡରେ ସେ ନୃତ୍ୟ ପରିବେଷଣ କରିଥିଲେ। ଏହି ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଓ ଲୋକେ ତାଙ୍କ ନୃତ୍ୟକୁ ବେଶ୍ ପସନ୍ଦ କରିଥିଲେ। ଏହା ପରେ ତାଙ୍କୁ ଫିଲ୍ମ ’ସତ୍ୟମେବ ଜୟତେ’ର ଆଇଟମ୍ ସଙ୍ଗ୍ ‘ଦିଲ୍‌ବର୍‌’ରେ ନୃତ୍ୟ କରିବାକୁ ସୁଯୋଗ ମିଳିଥିଲା, ଯାହା ଖୁବ୍ ଲୋକପ୍ରିୟ। ଏହି ଗୀତ ରିଲିଜ୍ ହେବା ମାତ୍ରେ ୨୪ ଘଣ୍ଟା ମଧ୍ୟରେ ୨ କୋଟି ଭ୍ୟୁ ମିଳିଥିଲା। ଏହା ପରେ ସେ ଆଉ କିଛି ଫିଲ୍ମରେ ଆଇଟମ୍ ସଙ୍ଗରେ ନୃତ୍ୟ କରିଛନ୍ତି।

ଲକ୍‌ଡାଉନ୍‌ ବେଳେ ବି ସେ ତାଙ୍କର ୱାର୍କଆଉଟ୍ ଓ ଡ୍ୟାନ୍ସର ଭିଡିଓ ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ।

View this post on Instagram

#tb to this🔥routine! cant wait until we can do more dance routines together @rajitdev the next one is gna be sick! 🙌🏽 be right back...

A post shared by Nora Fatehi (@norafatehi) on

Related story