shahrukh khan
ମୁମ୍ବାଇ: ବଲିଉଡର ବାଦ୍ଶାହ ତଥା କିଙ୍ଗ ଖାନ୍ ଶାହାରୁଖଙ୍କ କୋଟି କୋଟି ଫ୍ୟାନ୍ସ ରହିଛନ୍ତି । ନିଜ ଫେଭରେଟ୍ ଷ୍ଟାରଙ୍କ ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକମାନେ ତାଙ୍କ ଘର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ମଧ୍ୟ କରନ୍ତି। ଏଭଳି ସ୍ଥିତିରେ ଶାହାରୁଖଙ୍କୁ ଦେଖା କରିବା ପାଇଁ ଜଣେ ଫିଲ୍ମ ନିର୍ଦ୍ଦେଶକ ତାଙ୍କ ଘର ବାହାରେ ୧୨ ଦିନ ହେବ ଧାରଣା ଦେଇଛନ୍ତି । ନିର୍ଦ୍ଦେଶକ ଜଣକ ମୁମ୍ବାଇ ସ୍ଥିତ ମନ୍ନତ ଆଗରେ ଡେରା ପକାଇଛନ୍ତି ।
ରିପୋର୍ଟ ଅନୁସାରେ, ଶାହାରୁଖ ଖାନ୍ଙ୍କୁ ନିଜ ଫିଲ୍ମର କାହାଣୀ ଶୁଣାଇବା ପାଇଁ ବେଙ୍ଗଳୁରୁରୁ ଏହି ନିର୍ଦ୍ଦେଶକ ଜଣକ ଆସିଛନ୍ତି। ଶାହାରୁଖ ଖାନ୍ଙ୍କ ଘରେ ବାହାରେ ବସି ତାଙ୍କ ପ୍ରିୟ ଷ୍ଟାରଙ୍କ ସହ ଏକ ଫିଲ୍ମ କରିବାକୁ ସେ ଦାବି କରିଛନ୍ତି।
ଜୟନ୍ତ ନାମକ ଏହି ବ୍ୟକ୍ତି ତାଙ୍କ ଫିଲ୍ମର ଏକ ପୋଷ୍ଟର ତିଆରି କରି ମନ୍ନତ ଆଗରେ ଦୀର୍ଘ ୧୨ ଦିନ ହେବ ଧାରଣାରେ ବସିଛନ୍ତି । ସେ ତାଙ୍କ ସୋଶାଲ ମିଡିଆରେ ନିୟମିତ ରୂପେ ଫଟୋ ଏବଂ ଭିଡିଓ ମଧ୍ୟ ଅପଡେଟ କରୁଛନ୍ତି। ଏହି ପୋଷ୍ଟରକୁ ନେଇ ଜୟନ୍ତ କହିଛନ୍ତି, ଶାହାରୁଖଙ୍କ ଏକ ଟିଭି ସାକ୍ଷାତକାର ଦେଖିବା ପରେ ରାତି ସାରା ପରିଶ୍ରମ କରି ଏହି ପୋଷ୍ଟର ତିଆରି କିରଛି। ନିଶ୍ଚିତ ରୂପେ ଶାହାରୁଖଙ୍କ ସହ ସେ ଏକ ଫିଲ୍ମରେ କାମ କରିବେ ବୋଲି ନିଜେ ନିଜକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଜୟନ୍ତ ନିଜ ଫିଲ୍ମର ନାମ 'ପ୍ରୋଜେକ୍ଟ ଏକ୍ସ' ରଖିଛନ୍ତି। ୨୦୨୦ ଡିସେମ୍ବର ୩୧ ଦିନ ଜୟନ୍ତ ଶାହାରୁଖଙ୍କ ଘର ଆଗରେ ଉପସ୍ଥିତ ଥିଲେ। ସେ ଲଗାତର ସୋଶାଲ ମିଡିଆ ମାଧ୍ୟମରେ ଶାହାରୁଖଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜୟନ୍ତଙ୍କ ସ୍ବପ୍ନ ପୂରଣ କରିବା ପାଇଁ ଶାହାରୁଖଙ୍କ ଅନ୍ୟ ପ୍ରଶଂସକମାନେ ମଧ୍ୟ ତାଙ୍କୁ କିଙ୍ଗ ଖାନ୍ଙ୍କ ପାଖରେ ପହଞ୍ଚିାବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଜୟନ୍ତଙ୍କ ସୋଶାଲ ମିଡିଆ ପୋଷ୍ଟକୁ ସେମାନେ ଶେଆର କରିବାକୁ ଲାଗିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/shahrukh-khan-1.jpg)