Advertisment

ଏକାଠି ବସି 'ତାନାଜି' ଦେଖିଲେ ତିନି ସେନାମୁଖ୍ୟ

ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’ ଇତିହାସ ରଚିଛି। ‘ତାନାଜି’କୁ ତାଙ୍କ ସହ ତିନି ସେନାମୁଖ୍ୟ ଏକାଠି ହୋଇ ଦେଖିଛନ୍ତି। ଦିଲ୍ଲୀରେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରଓ୍ୱାଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ୍ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ୍ ରାକେଶ କୁମାର ସିଂ ଭଦୌରିଆ ଅଜୟଙ୍କ ସହ ତାଙ୍କ ଫିଲ୍ମ ’ତାନାଜୀ’ ଦେଖିଛନ୍ତି। ତେବେ ଏହି ସମୟର ଫଟୋକୁ ଅବସରପ୍ରାପ୍ତ ନେଭି ଅଫିସର୍‌ ହରିନ୍ଦର ସିକ୍କା ପ୍ରଥମେ ଟ୍ୱିଟ୍‌ […]

ଏକାଠି ବସି 'ତାନାଜି' ଦେଖିଲେ ତିନି ସେନାମୁଖ୍ୟ

tanaji

Advertisment

ନୂଆଦିଲ୍ଲୀ: ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ ଇତିହାସ ରଚିଛି। ତାନାଜିକୁ ତାଙ୍କ ସହ ତିନି ସେନାମୁଖ୍ୟ ଏକାଠି ହୋଇ ଦେଖିଛନ୍ତି। ଦିଲ୍ଲୀରେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରଓ୍ୱାଣେ, ନୌସେନା ମୁଖ୍ୟ ଆଡ୍‌ମିରାଲ୍ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ୍ ରାକେଶ କୁମାର ସିଂ ଭଦୌରିଆ ଅଜୟଙ୍କ ସହ ତାଙ୍କ ଫିଲ୍ମ ତାନାଜୀ ଦେଖିଛନ୍ତି। ତେବେ ଏହି ସମୟର ଫଟୋକୁ ଅବସରପ୍ରାପ୍ତ ନେଭି ଅଫିସର୍‌ ହରିନ୍ଦର ସିକ୍କା ପ୍ରଥମେ ଟ୍ୱିଟ୍‌ କରିଥିଲେ।ଏହାପରେ ନିଜେ ଅଜୟ ଦେବଗନ ତାଙ୍କ ସୋଶାଲ୍ ମିଡିଆରେ ଏହାକୁ ରି ଟ୍ୱିଟ୍‌ କରିବା ସହ ତିନି ସେନା ମୁଖ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

https://twitter.com/ajaydevgn/status/1219115551701852160

ଅଜୟ ଏହି ଫଟୋଟିକୁ ଶେଆର୍‌ କରି ଲେଖିଛନ୍ତି, ତିନି ସେନା ମୁଖ୍ୟଙ୍କ ସହ ସନ୍ଧ୍ୟା ବିତାଇ ସମ୍ମାନ ପ୍ରାପ୍ତ କଲି। ତାନାଜୀକୁ ଭଲପାଇବା ଦେବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।ରିଲିଜ୍‌ ହେବା ଦିନଠୁ ଏହି ଫିଲ୍ମଟି ଚର୍ଚ୍ଚାରେ ରହିଥିବା ବେଳେବକ୍ସ ଅଫିସ୍‌ରେ ଏହା ଜବରଦସ୍ତ ପ୍ରଦର୍ଶନ କରୁଛି। ବର୍ତ୍ତମାଇନ ସୁଦ୍ଧା ଫିଲ୍ମଟି ୧୮୩. ୩୪ କୋଟି ଟଙ୍କା ଆୟ କରିସାରିଲାଣି। ତେବେ ଏହା ଖୁବ୍‌ଶୀଘ୍ର ୨୦୦ କୋଟି କ୍ଲବରେ ସାମିଲ୍‌ ହେବ ବୋଲି ଆଶା କରାଯାଉଛି।

https://twitter.com/taran_adarsh/status/1219851253934505984

ସପ୍ତଦଶ ଶତାବ୍ଦୀର ମରାଠା ବୀର ତଥା ଛତ୍ରପତି ଶିବାଜୀଙ୍କ ସେନାପତି ତାନାଜୀ ମାଲୁସାରେଙ୍କ କୋଣ୍ଢାଣା ଦୁର୍ଗ ବିଜୟ ଉପରେ ଆଧାରିତ ଏହି ଫିଲ୍ମ ଗତ ୧୦ ତାରିଖରେ ରିଲିଜ ହୋଇଥିଲା। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନଙ୍କ ସହ କାଜୋଲ ଓ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ଅଭିନୟ କରିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe