Advertisment

ଥଣ୍ଡା ପଡ଼ିଗଲା ପ୍ରେମ!

ମୁମ୍ବାଇ:  ବଲିଉଡ୍‌ର ସବୁଠୁ ରୋମାଣ୍ଟିକ୍ କପଲ୍‌ଙ୍କ କଥା ପଡ଼ିଲେ ଦିଶା ପଟାନୀ ଓ ଟାଇଗର ଶ୍ରଫ୍‌ଙ୍କ ନାଁ ବି ଆସେ। ଦୁହିଁଙ୍କ ଯୋଡ଼ିକୁ ଉଭୟ ଅନ୍‌ସ୍କ୍ରିନ୍‌ ଓ ଅଫ୍‌ସ୍କ୍ରିନ୍‌ ଖୁବ୍‌ ପସନ୍ଦ କରାଯାଇଛି।କିନ୍ତୁ ଏକ ରିପୋର୍ଟ୍‌ ମୁତାବକ ଦୁହିଁଙ୍କ ମଧ୍ୟର ଏବେ କିଛି ବି ଠିକ୍‌ଠାକ୍‌ ଚାଲି ନାହିଁ। ଅନେକ ଦିନ ଧରି ରିଲେସନ୍‌ସିପ୍‌ରେ ରହିବା ପରେ  ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ତେଣୁ ଦୁହେଁ କୁଆଡ଼େ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଟାଇଗର ବଲିଉଡ୍‌ରେ […]

ଅଦ୍ୟତନ ହୋଇଛି
ଥଣ୍ଡା ପଡ଼ିଗଲା ପ୍ରେମ!  

disha

Advertisment

ମୁମ୍ବାଇ:  ବଲିଉଡ୍‌ର ସବୁଠୁ ରୋମାଣ୍ଟିକ୍ କପଲ୍‌ଙ୍କ କଥା ପଡ଼ିଲେ ଦିଶା ପଟାନୀ ଓ ଟାଇଗର ଶ୍ରଫ୍‌ଙ୍କ ନାଁ ବି ଆସେ। ଦୁହିଁଙ୍କ ଯୋଡ଼ିକୁ ଉଭୟ ଅନ୍‌ସ୍କ୍ରିନ୍‌ ଓ ଅଫ୍‌ସ୍କ୍ରିନ୍‌ ଖୁବ୍‌ ପସନ୍ଦ କରାଯାଇଛି।କିନ୍ତୁ ଏକ ରିପୋର୍ଟ୍‌ ମୁତାବକ ଦୁହିଁଙ୍କ ମଧ୍ୟର ଏବେ କିଛି ବି ଠିକ୍‌ଠାକ୍‌ ଚାଲି ନାହିଁ।

Advertisment

ଅନେକ ଦିନ ଧରି ରିଲେସନ୍‌ସିପ୍‌ରେ ରହିବା ପରେ  ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ତେଣୁ ଦୁହେଁ କୁଆଡ଼େ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

[caption id="attachment_283604" align="alignnone" width="750"]tiger image credit-Jansatta[/caption]

Advertisment

ଟାଇଗର ବଲିଉଡ୍‌ରେ ନିଜ ଡ୍ୟାନ୍ସ ସ୍କିଲ୍‌ ଓ ଫିଟ୍‌ନେସ୍‌ ପାଇଁ ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ସହ ତାଳ ଦେଇ ଦିଶା ବି ନାଚରେ ମାହିର୍‌ ହେଇଗଲେଣି। କିନ୍ତୁ ଏବେ ଦୁହେଁ ନିଜ ନିଜ ରାସ୍ତା ବାଛିବାକୁ ଚିନ୍ତା କରୁଛନ୍ତି।

ରିପୋର୍ଟ ମୁତାବକ, ଦୁହିଁଙ୍କ ମଧ୍ୟରେ ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି କଥାକୁ ନେଇ ତୁ ତୁ ମେଁ ମେଁ ହେଉଛି। ଦୁହେଁ ସେମାନଙ୍କ ସମ୍ପର୍କକୁ ଏକ ନୂଆ ସୁଯୋଗ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ଫେଲ୍‌ ମାରଛି।

ସୂଚନା ଅନୁଯାୟୀ, ଦୁହେଁ ପରସ୍ପରକୁ ୩ ବର୍ଷ ହେବ ଡେଟ୍‌ କରୁଛନ୍ତି। ଏମିତି କି ଦିଶା ଟାଇଗରଙ୍କ ପରିବାର ଲୋକଙ୍କ ସହିତ ବି ମିଶି ଯାଇଥିଲେ।  ସେ ସେମାନଙ୍କ ସହ ଅନେକ ଥର ତାଙ୍କ ଫ୍ୟାମିଲି ଲଞ୍ଚ୍‌ ଡେଟ୍‌ରେ ଯାଇଛନ୍ତି।

tiger2

ଟାଇଗର ଓ ଦିଶାଙ୍କ ଅଭିନୀତ ଫିଲ୍ମ ‘ବାଗୀ-୨‘ ଚଳିତ ବର୍ଷ ରିଲିଜ୍‌ ହୋଇଥିଲା। ଏହା ସୁପରହିଟ୍‌ ହୋଇଥିଲା। ଏଥିରେ ଦୁହିଁଙ୍କ ଜୋରଦାର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା।

ଦିଶା ଏବେ ସଲମାନଙ୍କ ଫିଲ୍ମ ‘ଭାରତ’ରେ ଅଭିନୟ କରୁଥିବା ବେଳେ ଟାଇଗର ଏବେ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର-୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe