Advertisment

ଦିଶା ନୁହେଁ, ଏହି ଅଭିନେତ୍ରୀଙ୍କୁ ମନେ ମନେ ଭଲପାଆନ୍ତି ଟାଇଗର୍ !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ ଖୁବ୍‌ କମ୍‌ଦିନ ଭିତରେ ଇଣ୍ଡଷ୍ଟ୍ରିର ଆକ୍ସନ୍‌ ସୁପରଷ୍ଟାର ହୋଇଗଲେଣି। ୬ ବର୍ଷ ଭିତରେ ସେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ତାଙ୍କ ଫିଟ୍‌ନେସ୍‌, ଡ୍ୟାନ୍ସ ଷ୍ଟାଇଲ୍‌, ଓ ଜବରଦସ୍ତ ଆକ୍ସନ୍‌ ପାଇଁ ଫ୍ୟାନ୍‌ ଫଲୋଇଂ ମଧ୍ୟ ବେଶ୍‌ ଅଧିକ। ଆଜି ହେଉଛି ତାଙ୍କର ୩୦ ତମ ଜନ୍ମଦିନ। ତେବେ ଆଜି ଆମେ ତାଙ୍କ ଲଭ୍‌ ଲାଇଫ୍‌ ବିଷୟରେ ଜାଣିବା। https://www.instagram.com/p/B8xsRCGnP0q/?utm_source=ig_web_copy_link ଟାଇଗର୍ ସୋଶାଲ୍‌ ମିଡିଆରେ ସବୁବେଳେ […]

ଅଦ୍ୟତନ ହୋଇଛି
ଏଥିପାଇଁ ଏକୁଟିଆ ଶୁଅନ୍ତିନି ଟାଇଗର !

tiger3

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ ଖୁବ୍‌ କମ୍‌ଦିନ ଭିତରେ ଇଣ୍ଡଷ୍ଟ୍ରିର ଆକ୍ସନ୍‌ ସୁପରଷ୍ଟାର ହୋଇଗଲେଣି। ୬ ବର୍ଷ ଭିତରେ ସେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ତାଙ୍କ ଫିଟ୍‌ନେସ୍‌, ଡ୍ୟାନ୍ସ ଷ୍ଟାଇଲ୍‌, ଓ ଜବରଦସ୍ତ ଆକ୍ସନ୍‌ ପାଇଁ ଫ୍ୟାନ୍‌ ଫଲୋଇଂ ମଧ୍ୟ ବେଶ୍‌ ଅଧିକ। ଆଜି ହେଉଛି ତାଙ୍କର ୩୦ ତମ ଜନ୍ମଦିନ। ତେବେ ଆଜି ଆମେ ତାଙ୍କ ଲଭ୍‌ ଲାଇଫ୍‌ ବିଷୟରେ ଜାଣିବା।

Advertisment

https://www.instagram.com/p/B8xsRCGnP0q/?utm_source=ig_web_copy_link

ଟାଇଗର୍ ସୋଶାଲ୍‌ ମିଡିଆରେ ସବୁବେଳେ ବେଶ୍‌ ଆକ୍ଟିଭ୍ ରହନ୍ତି। ସେ ସବୁବେଳେ ନିଜ ଫିଲ୍ମି ପ୍ରଫେସନ୍‌କୁ ନେଇ ପୋଷ୍ଟ କରନ୍ତି। ଅନେକ ସମୟରେ ସେ ନିଜ ଡ୍ୟାନ୍ସ ଓ ମାର୍ସଲ ଆର୍ଟର ଭିଡିଓ ସବୁ ଶେଆର କରନ୍ତି। ହେଲେ ସେ କେବେ ବି ନିଜ ବ୍ୟକ୍ତିଗତ ଜୀବନ କି ଲଭ୍‌ ଲାଇଫ୍‌କୁ ନେଇ କିଛି ବି ସୂଚନା ଦିଅନ୍ତି ନାହିଁ। ଏ ନେଇ ସେ ସବୁବେଳେ ଚୁପ୍‌ ହିଁ ରହିଥାନ୍ତି। ହେଲେ ନିକଟରେ ଟାଇଗର୍‌ ପ୍ରଥମ ଥର ପାଇଁ ନିଜ ଲଭ୍‌ଲାଇଫ୍‌ ବିଷୟରେ କଥା ହୋଇଛନ୍ତି। ସେ କହିଛନ୍ତି ଯେ ପିଲାବେଳୁ ସେ ଜଣଙ୍କୁ ମନେ ମନେ ଭଲପାଉଛନ୍ତି ଓ ଆଜି ସେ ତାଙ୍କ ଫିଲ୍ମରେ ଅଭିନେତ୍ରୀ ଭାବେ ରୋଲ୍‌ ମଧ୍ୟ କରୁଛନ୍ତି।

publive-image ସେହି ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହେଁ, ସେ ହେଉଛନ୍ତି ଚୁଲବୁଲି ନାୟିକା ଶ୍ରଦ୍ଧା କପୁର।  ଟାଇଗର୍‌ ନିକଟରେ ଏକ ସାକ୍ଷାତ୍‌କାରରେ ଖୁଲାସା କରିଛନ୍ତି ଯେ ସ୍କୁଲ୍‌ରେ ପଢ଼ିବା ସମୟରେ ଶ୍ରଦ୍ଧା ତାଙ୍କ କ୍ଲାସମେଟ୍‌ ଥିଲେ। ସେ ମନେ ମନେ ଶ୍ରଦ୍ଧାଙ୍କୁ ପସନ୍ଦ କରୁଥିଲେ। ହେଲେ ସେ କେବେ ବି ନିଜ ଫିଲିଙ୍ଗସ୍‌କୁ ଶ୍ରଦ୍ଧାଙ୍କ ଆଗରେ କହିପାରି ନଥିଲେ। କାରଣ ସେ ଏପରି କରିବାକୁ ଡରୁଥିଲେ। ସବୁଠୁ ଭଲ କଥା ହେଉଛି ଏସବୁ କହିବା ବେଳେ ସେଠାରେ ଶ୍ରଦ୍ଧା ମଧ୍ୟ ଉପସ୍ଥିତ ଥିଲେ। ଟାଇଗରଙ୍କ କଥା ଶୁଣି ସେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ବଡ଼ ମଜାଳିଆ ଅନ୍ଦାଜରେ କହିଥିଲେ ଯେ ଏସବୁ ତାଙ୍କୁ ଆଦୌ ଜଣା ନଥିଲା। ଯଦି ଜଣାଥା'ନ୍ତା, ତେବେ ସେ ନିଶ୍ଚିତ କିଛି କରିଥା'ନ୍ତେ। ସୂଚନାଯୋଗ୍ୟ ଶ୍ରଦ୍ଧା ବୟସରେ ଟାଇଗଙ୍କଠାରୁ ୩ ବର୍ଷ ବଡ଼। ଆସନ୍ତା କାଲି ହେଉଛି ତାଙ୍କର ଜନ୍ମଦିନ।publive-image

Advertisment

ସାରା ବି-ଟାଉନ୍‌ରେ ଟାଇଗର୍‌ ଓ ଅଭିନେତ୍ରୀ ଦିଶା ପଟାନୀଙ୍କର ଲଭ୍‌ ଅଫେୟାର୍‌ର ଖବର ଉଡ଼ିବୁଲୁଛି। କିନ୍ତୁ ଟାଇଗର୍‌ କି ଦିଶା କେବେ ବି ଏ ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି। ଦୁହିଁଙ୍କୁ ବହୁତ ସ୍ଥାନରେ ଏକାଠି ଦେଖିବାକୁ ମିଳିଛି। ଦିଶା ଓ ଟାଇଗରଙ୍କର ଏକାଠି ବୁଲିବାର କିଛି ଫଟୋ ଓ ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏମାନେ ପ୍ରାୟ ପାର୍ଟି, ଆୱାର୍ଡ଼ ଶୋ’ ଓ ବାହାଘର ଫଙ୍କସନ୍‌ରେ ଏକାଠି ପହଞ୍ଚିଥା'ନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe