ବିବାହ ପ୍ରସ୍ତାବ ଦେଲେ ଫ୍ୟାନ୍, ନିରାଶ କଲେନି ଟାଇଗର୍

ମୁମ୍ବାଇ: ଯୁବପିଢ଼ିଙ୍କ ମଧ୍ୟରେ ବେଶ ପପୁଲାର ବଲିଉଡର ହ୍ୟାଣ୍ଡସମ ହିରୋପନ୍ତି ଷ୍ଟାର ଟାଇଗର ସ୍ରଫ । ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବେଶ ଜବରଦସ୍ତ । ଆକ୍ସନ ଷ୍ଟାର ଟଇଗର ସ୍ରଫ ନିଜ ଶାନ୍ତ ଏବଂ ନମ୍ର ସ୍ୱାଭାବ ପାଇଁ ଫେସମ । ଫ୍ୟାନମାନେ ମଧ୍ୟ ଟାଇଗରଙ୍କ ଷ୍ଟାଇଲ, ଲୁକ୍ ଓ ଆକ୍ସନକୁ ଦେଖି ପୁରା ପାଗଳ । ଟାଇଗର ତାଙ୍କ ଫ୍ୟାନମାନଙ୍କ ସହ ସିଧାସଳଖ କଥା ହେବା ପାଇଁ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ’ ସେସନ […]

Tiger

Tiger

Madhupriya Mistry
  • Published: Sunday, 13 December 2020
  • Updated: 13 December 2020, 10:49 AM IST

Sports

Latest News

ମୁମ୍ବାଇ: ଯୁବପିଢ଼ିଙ୍କ ମଧ୍ୟରେ ବେଶ ପପୁଲାର ବଲିଉଡର ହ୍ୟାଣ୍ଡସମ ହିରୋପନ୍ତି ଷ୍ଟାର ଟାଇଗର ସ୍ରଫ । ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବେଶ ଜବରଦସ୍ତ । ଆକ୍ସନ ଷ୍ଟାର ଟଇଗର ସ୍ରଫ ନିଜ ଶାନ୍ତ ଏବଂ ନମ୍ର ସ୍ୱାଭାବ ପାଇଁ ଫେସମ । ଫ୍ୟାନମାନେ ମଧ୍ୟ ଟାଇଗରଙ୍କ ଷ୍ଟାଇଲ, ଲୁକ୍ ଓ ଆକ୍ସନକୁ ଦେଖି ପୁରା ପାଗଳ ।

ଟାଇଗର ତାଙ୍କ ଫ୍ୟାନମାନଙ୍କ ସହ ସିଧାସଳଖ କଥା ହେବା ପାଇଁ ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ’ ସେସନ ଆରମ୍ଭ କରିଥିଲେ। ଏହାଦ୍ୱାରା ସେ ପ୍ରଶଂସକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାନ୍ତି । ନିକଟରେ  ଏହି ସେସନ ଜରିଆରେ ଜଣେ ମହିଳା ତାଙ୍କୁ ବିବାହର ପ୍ରପୋଜାଲ ଦେଇଛନ୍ତି । ସେ କହିଛନ୍ତି, ମୋତେ ବିବାହ କରିନିଅ ଓ ବ୍ରିଟେନ ଚାଲିଆସ। ମହିଳାଙ୍କ ଏହି ପ୍ରସ୍ତାବରେ ଟାଇଗରଙ୍କ ଉତ୍ତର ପ୍ରଶଂସକଙ୍କ ମନ କିଣି ନେଇଛି ।

ଟାଇଗର କହିଛନ୍ତି, “ଆଉ କିଛି ବର୍ଷ ଯାଉ । ମୋତେ ବହୁତ କିଛି ଶିଖିବାର ଅଛି । ଟଙ୍କା କମାଇବାର ଅଛି । ତେବେ ଯାଇ ମୁଁ ତୁମର ଭଲରେ ଯତ୍ନ ନେଇପାରିବି ।” ଟାଇଗରଙ୍କ ଏହି ଉତ୍ତର ଏବେ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି ।

ସେହିପରି ଆଉ ଜଣେ ପ୍ରଶଂସକ ତାଙ୍କୁ ତାଙ୍କ ପ୍ରଥମ ପ୍ରେମ ବିଷୟରେ ପଚାରିଛନ୍ତି । ଏହାର ଉତ୍ତରରେ ଟାଇଗର କହିଛନ୍ତି ହିଷ୍ଟ୍ରି ଶିକ୍ଷକ। ସେହିପରି ଅନ୍ୟ ଜଣେ ପ୍ରଶଂସକ ଟାଇଗରଙ୍କୁ ଆଲୁ ଅର୍ଜୁନ ସହ ତୁଳନା କରିଛନ୍ତି । ଏହାର ଉତ୍ତରରେ ଟାଇଗର କହିଛନ୍ତି, ଆଶା କରୁଛି ମୁଁ ତାଙ୍କ ଭଳି ମୁଭ କରିପାରନ୍ତି । ଟାଇଗରଙ୍କ ଏଭଳି ନମ୍ର ଓ ଶାନ୍ତ ସ୍ୱଭାବ ତାଙ୍କ ଫ୍ୟାନମାନଙ୍କୁ ଆକର୍ଷିତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos