Advertisment

ଟାଇଗରଙ୍କ ଆଦର୍ଶ ଏଇ ଦୁଇ ମହାନ୍‌ କଳାକାର, ପଢନ୍ତୁ ସେ ଦୁହେଁ କିଏ

ମୁମ୍ବାଇ: ଏବେକା ଜେନେରେସନ୍‌ରେ ଯଦି ଡ୍ୟାନ୍ସିଂ ଅଭିନେତାଙ୍କ ସମ୍ପର୍କରେ କଥା ଉଠିବ ତା ହେଲେ ସବୁଠାରୁ ପ୍ରଥମେ ହ୍ରିତିକ୍‌ଙ୍କ ନାଁ ତୁଣ୍ଡରୁ ବାହାରିବ। ଆଉ ଯଦି କିଏ ପ୍ରଶ୍ନ ପଚାରେ ତାଙ୍କପରେ କିଏ ବୋଲି ତା ହେଲେ ଆପଣ କୁହନ୍ତୁ ତ କାହା ନାଁ ନେବେ? ଆମେ ତ କହିବୁ ଏ ପ୍ରସଙ୍ଗରେ ଦ୍ୱିତୀୟ ସ୍ଥାନଟି ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗରଙ୍କୁ ଯିବ। କ’ଣ କହୁଛନ୍ତି, ଭୁଲ୍‌ କହିଲୁ କି ? ଆଜ୍ଞା ହଁ ଅଧିକାଂଶ ଯୁବପିଢ଼ିଙ୍କର […]

ଟାଇଗରଙ୍କ ଆଦର୍ଶ ଏଇ ଦୁଇ ମହାନ୍‌ କଳାକାର, ପଢନ୍ତୁ ସେ ଦୁହେଁ କିଏ

tiger

Advertisment

ମୁମ୍ବାଇ: ଏବେକା ଜେନେରେସନ୍‌ରେ ଯଦି ଡ୍ୟାନ୍ସିଂ ଅଭିନେତାଙ୍କ ସମ୍ପର୍କରେ କଥା ଉଠିବ ତା ହେଲେ ସବୁଠାରୁ ପ୍ରଥମେ ହ୍ରିତିକ୍‌ଙ୍କ ନାଁ ତୁଣ୍ଡରୁ ବାହାରିବ। ଆଉ ଯଦି କିଏ ପ୍ରଶ୍ନ ପଚାରେ ତାଙ୍କପରେ କିଏ ବୋଲି ତା ହେଲେ ଆପଣ କୁହନ୍ତୁ ତ କାହା ନାଁ ନେବେ? ଆମେ ତ କହିବୁ ଏ ପ୍ରସଙ୍ଗରେ ଦ୍ୱିତୀୟ ସ୍ଥାନଟି ଜ୍ୟାକି ଶ୍ରଫ୍‌ଙ୍କ ପୁଅ ଟାଇଗରଙ୍କୁ ଯିବ। କ’ଣ କହୁଛନ୍ତି, ଭୁଲ୍‌ କହିଲୁ କି ?

Advertisment

ଆଜ୍ଞା ହଁ ଅଧିକାଂଶ ଯୁବପିଢ଼ିଙ୍କର ଏହା ହିଁ ମତ। ଯଦି ଆପଣ ତାଙ୍କ ଫିଲ୍ମ ଦେଖିଥିବେ ତା ହେଲେ ଟାଇଗରଙ୍କ ଡ୍ୟାନ୍ସିଂ ପୋଜ୍‌ ଆଉ ଏକ୍ସପ୍ରେସନ୍‌ରେ ଥିବା ନିଆରା ପଣିଆ ନିଶ୍ଚିତ ବାରି ପାରିଥିବେ।

ହ୍ରିତିକ୍‌ଙ୍କୁ ନିଜ ଆଦର୍ଶ ମାନି ବଲିଉଡ୍‌ରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି ଏହି ଯୁବ ଅଭିନେତା । ତାଙ୍କ ଅଭିନୟ ସହ ଡ୍ୟାନ୍ସ ହିଁ ବଲିଉଡ୍‌ରେ ତାଙ୍କୁଏକ ସ୍ୱତନ୍ତ୍ର ପରିଚୟ ଦେଇଛି।

Advertisment

[caption id="attachment_276579" align="aligncenter" width="750"]hritik2 image credit- hindustan[/caption]

ନିକଟରେ ସେ ଇଣ୍ଡିଆ ଟୁଡେର ‘ମାଇଣ୍ଡ୍‌ ରକ୍‌’ ଶୋ’କୁ ଆସିଥିଲେ। ସେ ସେଠାରେ ନିଜ ଜୀବନର ଅନେକ କଥା ନିଜ ଫ୍ୟାନ୍‌ଙ୍କ ସହ ଶେୟାର କରିଛନ୍ତି । ଟାଇଗରଙ୍କୁ ପଚରା ଯାଇଥିଲା,  ତାଙ୍କୁ ଯେତେବେଳେ ଆପତ୍ତିଜନକ  କମେଣ୍ଟ୍‌ ମରାଯାଉଥିଲା, ଆଉ ତାଙ୍କ ତୁଳନା  ଝିଅମାନଙ୍କ ସହ କରାଯାଇଥିଲା ସେ ଏ ସବୁକୁ କେମିତି ଗ୍ରହଣ କରିଥିଲେ ବୋଲି।

ଟାଇଗର କହିଥିଲେ, ‘‘ଲୋକମାନେ ମୋତେ ବହୁତ କିଛି କହୁଥିଲେ, ଏହି ଗୋରା ଚିକ୍କଣା ଟୋକା କ’ଣ ଅଭିନେତା ହୋଇ ପାରିବ।  କିନ୍ତୁ ମୁଁଏହାକୁ ନେଇ କେବେବି ଚିନ୍ତା କରିନି।  ଏମିତି କି ଯଦି କେହି ମୋତେ କରୀନା କପୁର କୁହନ୍ତି, ତେବେ ମୁଁ ଏହାକୁ ବି ଏକ ବଡ଼ କମ୍ପ୍ଲିମେଣ୍ଟ୍‌ ଭାବେ ଗ୍ରହଣ କରିବି। ଆଉ ଏସବୁକୁ ନ ଭାବି ମୁଁ ମୋ କାମରେ ଫୋକସ କରିଛି।

[caption id="attachment_276580" align="aligncenter" width="750"]jacki image credit-bollywoodhungama[/caption]

ଆଜି ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପକ୍କା କରି ସାରିଥିବା ଟାଇଗର ନିଜ ଆଗାମୀ ଫିଲ୍ମରେ ନିଜ ଆଦର୍ଶ ହ୍ରିତିକ୍‌ ରୋଶନ୍‌ଙ୍କ ସହ କାମ କରିବେ।

ଏ କଥା ଜଣାପଡ଼ିବା ପରେ ଉଭୟଙ୍କ ତୁଳନା କରୁଥିବା ଗଣମାଧ୍ୟମ ପ୍ରତିନିଧି କିଛି ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ଦେଇ ଟାଇଗର କହିଥିଲେ-“ଆଜି ମୁଁ ଯାହା କିଛି ବି ସେ ସବୁ ହ୍ରିତିକ୍‌ ରୋଶନ୍‌ଙ୍କ ପାଇଁ। ମୁଁ ମୋ ଜୀବନରେ ମୋ ବାପା ଓ ତାଙ୍କୁ(ହ୍ରିତିକ୍‌) ନିଜ ଆଦର୍ଶ ମାନି କାମ କରେ। ତାଙ୍କ ସହ କାମ କରିବା ମୋ ପାଇଁ ଏକ ସୌଭାଗ୍ୟ ।’’

ସୂଚନାଯୋଗ୍ୟ, କ୍ୟାରିଅର ଆରମ୍ଭ ବେଳେ କିନ୍ତୁ ବଲିଉଡ୍‌ରେ ସେ ନିଜକୁ ପ୍ରତିଷ୍ଠିତ କରାଇବା ଏତେ ସହଜ ନ ଥିଲା। ନିଜ ଲୁକ୍‌ ପାଇଁ ତାଙ୍କୁ ଲୋକଙ୍କର ଅନେକ ଟାହିଟାପରା ଶୁଣିବାକୁ ମିଳିଥିଲା। ଏମିତିକି ତାଙ୍କୁ ଝିଅମାନଙ୍କ ସହ ମଧ୍ୟ ତୁଳନା କରାଯାଉଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe