Advertisment

କୋଟି କୋଟି ଠକି ଥିବା ସୌରଭର ବାହାଘରରେ ମେଳି କରିଥିଲେ ବଲିଉଡ ଷ୍ଟାର

ମହାଦେବ ଅନଲାଇନ ବେଟିଂ କେସ୍‌ରେ ଇଡି ଇତି ମଧ୍ୟରେ ୪୧୭ କୋଟି ଟଙ୍କା ଜବତ କରି ସାରିଛି। ତଥାପି ଏହାର ପ୍ରମୋଟର ପାଇଁ କୋଟି କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଉଜ କରୁଛନ୍ତି।

author-image
Hemant Lenka
Tiger Shroff

Tiger Shroff

ବଲିଡର ଅନେକ ବଡ଼ବଡ଼ ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ମହାଠକ ସୌରଭ ଚନ୍ଦ୍ରକରଙ୍କ ବାହାଘର ପାର୍ଟିରେ ଏକାଠି ହୋଇଥିଲେ। ସୌରଭ ହେଉଛନ୍ତି ମହାଦେବ ବୁକ ଆପ୍‌ର ପ୍ରମୋଟର। ସେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଇଡି ଏହାର ତଦନ୍ତ କରୁଛି।

Advertisment

ତାଙ୍କ ବିରୋଧରେ ମଧ୍ୟ ଇଡି କିଛି ପ୍ରମାଣ ହାସଲ କରିଛି। ଅନଲାଇନ ବେଟିଂ ଆପ ଜରିଆରେ ଠକେଇ କରାଯାଇଥିବା ଜଣାପଡ଼ିଛି। ଏସବୁ ସତ୍ତ୍ୱେ ବଲିଉଡର ବଡ଼ବଡ଼ ସେଲିବ୍ରେଟି ୟୁଏଇ ଯିବା ସହ ତାଙ୍କ ବାହାଘରରେ ସାମିଲ ହୋଇଥିଲେ।

ମହାଦେବ ବୁକ ଆପ୍‌ର ଦୁଇ ଜଣ ପ୍ରମୋଟରଙ୍କ ମଧ୍ୟରୁ ସୌରଭ ହେଉଛନ୍ତି ଜଣେ। ସେ ଗତ ଫେବୃଆରୀ ମାସରେ ୟୁଏଇରେ ବିବାହ କରିଥିଲେ। ତାଙ୍କ ବାହାଘରରେ ଟାଇଗର ଶ୍ରଫ ଓ ସିନ୍ନ ଲିଓନିଙ୍କ ଭଳି କଳାକାର ଯୋଗ ଦେଇଥିଲେ।

Advertisment

ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ଅତିଫ ଅସଲମ, ରାହତ ଫତା ଅଲୀ ଖାନ, ଅଲି ଅସଗର, ବିଶାଲ ଦଦଲାନି, ଏଲି ଅଭରମ, ଭାରତୀ ସିଂହ, ଭାଗ୍ୟଶ୍ରୀ, କ୍ରିତି ଖରବନ୍ଦା, ନୁଶରତ ବାହରୁଚା ଓ କ୍ରିଷ୍ଣା ଅଭିଷେକ ପ୍ରମୁଖ ମଧ୍ୟ ୟୁଏଇ ଯାଇଥିଲା। ନେହା କକର ଉକ୍ତ ବାହାଘରରେ ଗୀତ ଗାଇ ସମସ୍ତଙ୍କ ମନୋରଞ୍ଜନ ମଧ୍ୟ କରିଥିଲେ।

ସୌରଭଙ୍କ ବାହାଘର ବେଳର ଭିଡିଓରେ ବଲିଉଡ ସେଲିବ୍ରେଟିଙ୍କ ଉପସ୍ଥିତି ସ୍ପଷ୍ଟ ଜଣାପଡ଼ୁଛି। ଇଡି ସୂତ୍ରରେ କୁହାଯାଇଛି ଯେ ମୁମ୍ବାଇର ଗୋଟିଏ ଇଭେଣ୍ଟ କମ୍ପାନୀ ଏହି ବଲିଉଡ କଳାକାରମାନଙ୍କୁ ସୌରଭଙ୍କ ବାହାଘରକୁ ନିମନ୍ତ୍ରଣ କରିଥିଲା। ଏଥିପାଇଁ ସମସ୍ତେ ମୋଟା ଅଙ୍କର ପାଉଣା ମଧ୍ୟ ନେଇଥିଲେ।

ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ମହାଦେବ ଆପ୍‌ର ଅନ୍ୟତମ ପ୍ରମୋଟର ଜଣଙ୍କ ସୌରଭଙ୍କ ବାହାଘରରେ ନଗଦ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ନାଗପୁରରେ ରହୁଥିବା ପରିବାର ଲୋକଙ୍କୁ ବାହାଘର ପାଇଁ ଚାର୍ଟାର୍ଡ ବିମାନରେ ୟୁଏଇ ମଧ୍ୟ ନିଆଯାଇଥିଲା। ଏହି ସବୁ ଖବର ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।

ମହାଦେବ ବୁକ ଆପ୍‌ ଗୋଟିଏ ଅନଲାଇନ ବେଟିଂ ଆପ। ଏହି ସଂସ୍ଥା ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରୁଥିବା ଇଡି ଓ ବିଭିନ୍ନ ରାଜ୍ୟର ପୁଲିସ୍‌ ଏହାର ତଦନ୍ତ କରୁଛି। ଇଡି ଏକାଠି କରିଥିବା ଡିଜିଟାଲ ପ୍ରମାଣ ଅନୁଯାୟୀ, ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀକୁ ହାୱାଲା ରାକେଟ ଜରିଆରେ ୧୧୨ କୋଟି ଟଙ୍କା ଦିଆଯାଇଥିଲା। ସେହିପରି ହୋଟେଲ ବୁକିଂ ପାଇଁ ୪୨ କୋଟି ଟଙ୍କା କ୍ୟାଶ ଆକାରରେ ମିଳିଥିଲଊ।

ମହାଦେବ ଅନଲାଇନ ବେଟିଂ କେସ୍‌ରେ ଇଡି ଇତି ମଧ୍ୟରେ ୪୧୭ କୋଟି ଟଙ୍କା ଜବତ କରି ସାରିଛି। ତଥାପି ଏହାର ପ୍ରମୋଟର ପାଇଁ କୋଟି କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଉଜ କରୁଛନ୍ତି। କମ୍ପାନୀର ପ୍ରମୋଟର ହେଉଛନ୍ତି ସୌରଭ ଚନ୍ଦ୍ରକର ଓ ରବି ଉପ୍ପାଲ। ଏମାନେ ଦୁବାଇରୁ ସଂସ୍ଥାକୁ ଚଳାଉଥିଲେ।

Bollywood Scam