Advertisment

ଥମ୍ବସଅପ୍‌ ବିଜ୍ଞାପନରେ ରଣବୀର ସିଂହ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ୍ ଥଣ୍ଡାପାନୀୟ କମ୍ପାନୀ କୋକାକୋଲାର ଥମ୍ବସ୍‌ଅପ୍ ବ୍ରାଣ୍ଡରେ ଆଉ ନଜର ଆସିବେ ନାହିଁ। ସଲମାନଙ୍କ ପରିବର୍ତ୍ତେ ରଣବୀର ସିଂହକୁ ସାଇନ୍ କରାଯିବା ନେଇ କଥାବାର୍ତ୍ତା ଚାଲିଛି। ଚୁକ୍ତି ଅନୁଯାୟୀ ସଲମାନ ଗତ ଚାରି ବର୍ଷ ଧରି କମ୍ପାନୀର ଏହି ବ୍ରାଣ୍ଡକୁ ପ୍ରମୋସନ କରି ଆସୁଥିଲେ। ବର୍ତ୍ତମାନ ଚୁକ୍ତିର ସମୟସୀମା ସରି ଆସିଲାଣି ଓ କମ୍ପାନୀ ସଲମାନଙ୍କ ସହ ଚୁକ୍ତି ବଢ଼ାଇବାକୁ ଚାହୁଁନାହିଁ। ସଲମାନଙ୍କ ବଦଳରେ ରଣବୀରକୁ ସାଇନ କରିବା ନେଇ ପ୍ରଶ୍ନରେ […]

ଥମ୍ବସଅପ୍‌ ବିଜ୍ଞାପନରେ ରଣବୀର ସିଂହ

salman-khan

Advertisment

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନ୍ ଥଣ୍ଡାପାନୀୟ କମ୍ପାନୀ କୋକାକୋଲାର ଥମ୍ବସ୍‌ଅପ୍ ବ୍ରାଣ୍ଡରେ ଆଉ ନଜର ଆସିବେ ନାହିଁ। ସଲମାନଙ୍କ ପରିବର୍ତ୍ତେ ରଣବୀର ସିଂହକୁ ସାଇନ୍ କରାଯିବା ନେଇ କଥାବାର୍ତ୍ତା ଚାଲିଛି।

Advertisment

ଚୁକ୍ତି ଅନୁଯାୟୀ ସଲମାନ ଗତ ଚାରି ବର୍ଷ ଧରି କମ୍ପାନୀର ଏହି ବ୍ରାଣ୍ଡକୁ ପ୍ରମୋସନ କରି ଆସୁଥିଲେ। ବର୍ତ୍ତମାନ ଚୁକ୍ତିର ସମୟସୀମା ସରି ଆସିଲାଣି ଓ କମ୍ପାନୀ ସଲମାନଙ୍କ ସହ ଚୁକ୍ତି ବଢ଼ାଇବାକୁ ଚାହୁଁନାହିଁ। ସଲମାନଙ୍କ ବଦଳରେ ରଣବୀରକୁ ସାଇନ କରିବା ନେଇ ପ୍ରଶ୍ନରେ କୋକାକୋଲା ଇଣ୍ଡିଆ କୌଣସି ଟିପ୍ପଣୀ କରି ନ ଥିଲେ।

ସଲମାନଙ୍କ ପୂର୍ବରୁ ଆକ୍ସନ ହିରୋ ଅକ୍ଷୟ କୁମାର ଥମ୍ବସଅପ୍‌ର ବ୍ରାଣ୍ଡ ଆମ୍ବାସାଡାର ଥିଲେ। ୨୦୧୨ରେ ସଲମାନ ଏହାର ବ୍ରାଣ୍ଡ ଆମ୍ବାସାଡାର ହୋଇଥିଲେ। ଏବେ ସଲମାନଙ୍କ ପରେ ଏହାର ପ୍ରମୋସନ ରଣବୀର ସିଂହ କରିବାକୁ ଯାଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe