Advertisment

ଶୁଟିଂ ସେଟ୍‌ରେ କାହାକୁ ଦେଖି ଡରିଯାଆନ୍ତି ସନ୍‌ମିରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ସନ୍‌ମିରା ନାଗେସ୍‌। ଦେଖିବାକୁ ଯେତିକି ସୁନ୍ଦର ସେତିକି ସୁନ୍ଦର ତାଙ୍କ ଅଭିନୟ। ଅତି କମ୍‌ ବୟସରୁ ସେ ଦର୍ଶକଙ୍କୁ ହିଟ୍‌ ଫିଲ୍ମ ପରଷି ଦେଇଛନ୍ତି। ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ବି ଢେର୍‌ ଅଧିକ। ତେବେ ଜବରଦସ୍ତ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଶୁଟିଂ ସେଟ୍‌ରେ ଭାରି ଡରି ଯାଆନ୍ତି। ଜାଣିଛନ୍ତି, ସେ କାହାକୁ ଡରନ୍ତି? ସେ ‘କ୍ୟାମେରା’କୁ ସବୁଠୁ ଅଧିକ ଡରନ୍ତି। ଏବେ ଆପଣମାନେ ଭାବୁଥିବେ, ଫିଲ୍ମ ଅବା ଟେଲି […]

author-image
Biswobandita Swain
ଅଦ୍ୟତନ ହୋଇଛି
ଶୁଟିଂ ସେଟ୍‌ରେ କାହାକୁ ଦେଖି ଡରିଯାଆନ୍ତି ସନ୍‌ମିରା

fgghh

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ସନ୍‌ମିରା ନାଗେସ୍‌। ଦେଖିବାକୁ ଯେତିକି ସୁନ୍ଦର ସେତିକି ସୁନ୍ଦର ତାଙ୍କ ଅଭିନୟ। ଅତି କମ୍‌ ବୟସରୁ ସେ ଦର୍ଶକଙ୍କୁ ହିଟ୍‌ ଫିଲ୍ମ ପରଷି ଦେଇଛନ୍ତି। ତାଙ୍କର ଫ୍ୟାନ୍‌ଙ୍କ ସଂଖ୍ୟା ବି ଢେର୍‌ ଅଧିକ। ତେବେ ଜବରଦସ୍ତ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଶୁଟିଂ ସେଟ୍‌ରେ ଭାରି ଡରି ଯାଆନ୍ତି। ଜାଣିଛନ୍ତି, ସେ କାହାକୁ ଡରନ୍ତି?

Advertisment

ସେ ‘କ୍ୟାମେରା’କୁ ସବୁଠୁ ଅଧିକ ଡରନ୍ତି। ଏବେ ଆପଣମାନେ ଭାବୁଥିବେ, ଫିଲ୍ମ ଅବା ଟେଲି କଳାକାରଙ୍କର ପ୍ରଥମ ସାଥୀ ତ କ୍ୟାମେରା, ତାକୁ ପୁଣି କି ଡର! କ୍ୟାମେରାକୁ ଡରିଲେ ଜଣେ କ୍ୟାମେରା ସାମ୍ନାକୁ ଯାଇ ଅଭିନୟ କରିବ କେମିତି? କିନ୍ତୁ ଏହା ସତ ଯେ, ସନ୍‌ମିରା କ୍ୟାମେରାକୁ ଡରନ୍ତି। ତେବେ କୌଣସି ମତେ  ଡରକୁ ଏଡ଼ାଇ ଅଭିନୟ କରନ୍ତି।

publive-imageନିକଟରେ ଏକ ସାକ୍ଷାତକାରରେ ସେ ଏ କଥା କହିଥିଲେ। ଏଥିରେ ସନ୍‌ମିରାଙ୍କୁ ପଚରାଯାଇଥିଲା, ତାଙ୍କୁ ଶୁଟିଂ ସେଟ୍‌ରେ ସବୁଠୁ ଅଧିକ କାହାକୁ ଡରଲାଗେ। ଆଉ ଏହାର ଉତ୍ତରରେ ସେ କହିଥିଲେ ଯ, ଶୁଟିଂ ସେଟ୍‌ରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଦେଖିଲେ ତାଙ୍କୁ ଡରଲାଗେ। ଆଉ ବେଶି ଡର କ୍ୟାମେରାକୁ ଦେଖି ଲାଗେ।

Advertisment

publive-imageସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ସୁନା ଚଢ଼େଇ ମୋ ରୂପା ଚଢେଇ’ ଫିଲ୍ମରୁ ସନ୍‌ମିରା ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ‘ସପନର ପଥେ ପଥେ’ ଫିଲ୍ମରେ ସେ ହିରୋଇନ୍‌ ଭାବେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅମ୍ଲାନ୍‌ ବି ଥିଲେ।