Advertisment

ଜାଣନ୍ତି କି, ପ୍ରସିଦ୍ଧ ଲେଖକ, ଗୀତିକାର ଓ  ନିର୍ଦ୍ଦେଶକ ଗୁଲ୍‌ଜାର୍‌ଙ୍କ ପ୍ରକୃତ ନାଁ ? ପଢ଼ନ୍ତୁ, ତାଙ୍କ ସମ୍ପର୍କରେ ଏହି ୧୦ଟି ଅଜଣା କଥା

ମୁମ୍ବାଇ: କଳ୍ପନା ଓ ଭାବନାର ବୈଚିତ୍ର୍ୟକୁ ଶବ୍ଦର ଯାଦୁରେ ସଜାଇ ଶରୀରରେ ଶିହରଣ ସୃଷ୍ଟି କରିପାରିବା ଭଳି ଅଭୂତପୂର୍ବ ସାମର୍ଥ୍ୟର ଅଧିକାରୀ ହେଉଛନ୍ତି ପ୍ରସିଦ୍ଧ ଲେଖକ, ଗୀତିକାର, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ଗୁଲ୍‌ଜାର୍‌ । ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟର ଏହି ପ୍ରଖ୍ୟାତ ବ୍ୟକ୍ତି ଏବେ ପାକିସ୍ତାନ୍‌ରେ ଥିବା ଝେଲମ୍‌ ଜିଲ୍ଲାର ଦୀନା ଗାଁରେ  ୧୯୩୪ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମ ହୋଇଥିଲେ । ତେବେ ଗୁଲ୍‌ଜାର୍‌ଙ୍କ ପ୍ରକୃତ ନାଁ ହେଉଛି, ସମ୍ପୂର୍ଣ୍ଣ ସିଂହ […]

ଅଦ୍ୟତନ ହୋଇଛି
ଜାଣନ୍ତି କି, ପ୍ରସିଦ୍ଧ ଲେଖକ, ଗୀତିକାର ଓ  ନିର୍ଦ୍ଦେଶକ ଗୁଲ୍‌ଜାର୍‌ଙ୍କ ପ୍ରକୃତ ନାଁ ? ପଢ଼ନ୍ତୁ, ତାଙ୍କ ସମ୍ପର୍କରେ ଏହି ୧୦ଟି ଅଜଣା କଥା

gulajaar

Advertisment

ମୁମ୍ବାଇ: କଳ୍ପନା ଓ ଭାବନାର ବୈଚିତ୍ର୍ୟକୁ ଶବ୍ଦର ଯାଦୁରେ ସଜାଇ ଶରୀରରେ ଶିହରଣ ସୃଷ୍ଟି କରିପାରିବା ଭଳି ଅଭୂତପୂର୍ବ ସାମର୍ଥ୍ୟର ଅଧିକାରୀ ହେଉଛନ୍ତି ପ୍ରସିଦ୍ଧ ଲେଖକ, ଗୀତିକାର, ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ଗୁଲ୍‌ଜାର୍‌ ।

Advertisment

ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ସାହିତ୍ୟର ଏହି ପ୍ରଖ୍ୟାତ ବ୍ୟକ୍ତି ଏବେ ପାକିସ୍ତାନ୍‌ରେ ଥିବା ଝେଲମ୍‌ ଜିଲ୍ଲାର ଦୀନା ଗାଁରେ  ୧୯୩୪ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମ ହୋଇଥିଲେ । ତେବେ ଗୁଲ୍‌ଜାର୍‌ଙ୍କ ପ୍ରକୃତ ନାଁ ହେଉଛି, ସମ୍ପୂର୍ଣ୍ଣ ସିଂହ କାଲ୍‌ରା।

gulzarଗ୍ୟାରେଜ୍‌ ମେକାନିକ୍‌ରୁ ଲୋକପ୍ରିୟ ଗୀତିକାର:

ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଗୁଲ୍‌ଜାର୍‌ ଜଣେ ଗ୍ୟାରେଜ୍‌ ମେକାନିକ୍‌ ଥିଲେ। ପିଲାଦିନୁ ତାଙ୍କର ଲେଖାଲେଖି ପ୍ରତି ଖୁବ୍ ଆଗ୍ରହ ଥିଲା ଏବଂ ବଡ଼ ହେଲେ ସେ ଜଣେ ଗୀତିକାର ହେବାର ସ୍ୱପ୍ନ ଦେଖିଥିଲେ। ବହୁ ସଂଘର୍ଷ ପରେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ମିଳିଥିଲା ଏବଂ ଏବେ ଇଣ୍ଡଷ୍ଟ୍ରିର ସେ ଜଣେ ଖୁବ୍ ଲୋକପ୍ରିୟ ବ୍ୟକ୍ତିତ୍ୱ।

Advertisment

ଏହି ପ୍ରଖ୍ୟାତ ବ୍ୟକ୍ତିତ୍ୱଙ୍କ ଜନ୍ମଦିନ ଅବସରରେ ଆସନ୍ତୁ, ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।

- ଗୁଲ୍‌ଜାର୍‌ ୨୦ଥର 'ଫିଲ୍ମଫେୟାର୍‌' ଏବଂ ୫ଥର ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପାଇଛନ୍ତି ।

- ୨୦୧୦ରେ ତାଙ୍କୁ 'ସ୍ଲମ୍‌ ଡଗ୍‌ ମିଲେନାୟର୍‌' ଫିଲ୍ମର ଗୀତ 'ଜୟ ହୋ' ପାଇଁ 'ଗ୍ରାମୀ ଆୱାର୍ଡ' ମିଳିଥିଲା।

- ୨୦୧୩ରେ ତାଙ୍କୁ 'ଦାଦା ସାହେବ ଫାଲ୍‌କେ' ସମ୍ମାନ ମିଳିଥିଲା।

-ଗୁଲ୍‌ଜାର ସବୁବେଳେ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧନ୍ତି। କଲେଜ୍‌ରେ ପଢିବା ଦିନରୁ ହିଁ ସେ ଧଳା ରଙ୍ଗର ଡ୍ରେସ୍‌ ପିନ୍ଧି ଆସୁଛନ୍ତି।

- ପ୍ରଥମେ ସେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ବିମଲ୍‌ ରୟଙ୍କ ସହ ଆସିଷ୍ଟାଣ୍ଟ୍‌ ଭାବେ କାମ କରୁଥିଲେ। ତେବେ ଏସ୍‌.ଡି ବର୍ମନଙ୍କ 'ବନ୍ଦିନୀ' ଫିଲ୍ମରୁ ହିଁ ସେ ଗୀତିକାର ଭାବେ କାମ ଆରମ୍ଭ କରିଥିଲେ।

publive-image

-ତାଙ୍କର ପ୍ରଥମ ଫିଲ୍ମ ଥିଲା 'ମେରେ ଅପ୍‌ନେ(୧୯୭୧)'। ଏହା ବେଙ୍ଗଲୀ ଫିଲ୍ମ 'ଆପ୍‌ନା ଜନ୍‌'ର ରିମେକ୍‌।

- ତାଙ୍କ ପ୍ରଯୋଜିତ ଫିଲ୍ମ 'ହୁ ତୁ ତୁ' ଫ୍ଲପ୍‌ ହେବା ପରେ ସେ ଫିଲ୍ମ ନିର୍ମାଣ ବନ୍ଦ କରିଦେଲେ। ଏହା ପରେ ସେ ସାୟରୀ ଏବଂ କାହାଣୀ ଲେଖିବାରେ ଅଧିକ ଧ୍ୟାନ ଦେଲେ।

- ଗୁଲଜାର୍‌ଙ୍କୁ ଟେନିସ୍‌ ଖେଳିବାକୁ ଭଲ ଲାଗେ।

-ଗୁଲ୍‌ଜାର୍‌ଙ୍କ ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି, 'କୋଶିଶ(୧୯୭୨)', 'ଆନ୍ଧି(୧୯୭୫)', 'ମୀରା', 'ଲେକିନ୍', 'କିତାବ(୧୯୭୭)', ଏବଂ 'ଇଜାଜତ୍‌(୧୯୮୭)' ପ୍ରମୁଖ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe