Advertisment

ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର କିମ୍ବଦନ୍ତୀ କଳାକାର ମହାଶ୍ୱେତା ରାୟଙ୍କର ଆଜି ଜନ୍ମଦିନ। ୧୯୬୨ ମସିହା ଜୁଲାଇ ୨ତାରିଖରେ ମହାଶ୍ୱେତାଙ୍କର ଜନ୍ମ ହୋଇଥିଲା। ଓଡ଼ିଆ ତଥା ବେଙ୍ଗଲୀ ଫିଲ୍ମରେ ଅଭିନୟ କରିଛନ୍ତି ମହାଶ୍ୱେତା। ୧୯୭୬ ମସିହାରେ ରିଲିଜ୍‌ ହୋଇଥିଲା ଓଡ଼ିଆ ଫିଲ୍ମ ‘ଶେଷ ଶ୍ରାବଣ’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ପ୍ରଶାନ୍ତ ନନ୍ଦ ଏବଂ ହେମନ୍ତ ଦାସ। ଏହି ଫିଲ୍ମରେ କାମ କରିବା ସମୟରେ ମହାଶ୍ୱେତା ଥରେ ଡରିଯାଇଥିଲେ। […]

ଅଦ୍ୟତନ ହୋଇଛି
ଏହି କଳାକାରଙ୍କ ଅଭିନୟ ଦେଖି ଡରରେ ଗାଡ଼ିଆରେ ପଶିଯାଇଥିଲେ ମହାଶ୍ୱେତା

maheswata

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର କିମ୍ବଦନ୍ତୀ କଳାକାର ମହାଶ୍ୱେତା ରାୟଙ୍କର ଆଜି ଜନ୍ମଦିନ। ୧୯୬୨ ମସିହା ଜୁଲାଇ ୨ତାରିଖରେ ମହାଶ୍ୱେତାଙ୍କର ଜନ୍ମ ହୋଇଥିଲା। ଓଡ଼ିଆ ତଥା ବେଙ୍ଗଲୀ ଫିଲ୍ମରେ ଅଭିନୟ କରିଛନ୍ତି ମହାଶ୍ୱେତା। ୧୯୭୬ ମସିହାରେ ରିଲିଜ୍‌ ହୋଇଥିଲା ଓଡ଼ିଆ ଫିଲ୍ମ ‘ଶେଷ ଶ୍ରାବଣ’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ପ୍ରଶାନ୍ତ ନନ୍ଦ ଏବଂ ହେମନ୍ତ ଦାସ।

Advertisment

ଏହି ଫିଲ୍ମରେ କାମ କରିବା ସମୟରେ ମହାଶ୍ୱେତା ଥରେ ଡରିଯାଇଥିଲେ। ‘ଶେଷ ଶ୍ରାବଣ’ ଫିଲ୍ମରେ ଖଳନାୟକ ଭୂମିକାରେ କାମ କରିଥିବା ସ୍ୱର୍ଗତଃ ଦୁଃଖିରାମ ସ୍ୱାଇଁଙ୍କୁ ଦେଖି ସେ ଗାଡିଆରେ ପଶିଯାଇଥିଲେ। ମହାଶ୍ୱେତା କହିଛନ୍ତି, ଫିଲ୍ମରେ ଏକ ସିକୁଏନ୍ସ ଥିଲା। ସିନ୍‌ଟି ହେଉଛି, ସେ ଗାଡ଼ିଆ କୂଳରେ ବସି ଗାଧୋଉଥିଲେ। ଏହି ସମୟରେ ପଛରୁ ଆସି ଦୁଃ‌ଖିରାମ ସ୍ୱାଇଁ ତାଙ୍କୁ ଡାକନ୍ତି, ଆଲୋ ମାଣିକ। ଏହି ସମୟରେ ସେ ପଛକୁ ଅନେଇ ଚାହିଁଲେ। ଦୁଃଖିରାମଙ୍କ ଅଭିନୟ ଏତେ ଦମ୍‌ଦାର୍‌ ଥିଲା ଯେ ସେ ଡରରେ ଗାଡ଼ିଆରେ ପଶି ଯାଇଥିଲେ।

publive-imageମହାଶ୍ୱେତାଙ୍କ କହିବା ଆନୁଯାୟୀ, ଦୁଃଖିରାମ ସ୍ୱାଇଁ ଯେମିତି ଅଭିନୟ କରନ୍ତି ସେମିତି ଅଭିନୟ ଖୁବ୍‌ କମ୍‌ ଲୋକ କରିପାରନ୍ତି। ତାଙ୍କର ଜୀବନ୍ତ ଅଭିନୟ ଅତୁଳନୀୟ ବୋଲି ଏକ ସାକ୍ଷାତକାରରେ ମହାଶ୍ୱେତା କହିଥିଲେ।

Advertisment

ସୂଚନାଯୋଗ୍ୟ, ମହାଶ୍ୱେତା ପାଖାପାଖି ୧୦୦ଟି ଫିଲ୍ମରେ କାମ କରିଛନ୍ତି। ‘ଜଗା ହାତରେ ପଘା’, ‘ହାତ ଧରି ଚାଲୁଥା’, ‘ଝୁମ୍‌କା’, ‘ହୀରା ମୋତି ମାଣିକ’, ‘ପ୍ରିୟତମା’, ‘ଶଂଖ ମହୁରୀ’, ‘ମା ଓ ମମତା’, ‘ଦଣ୍ଡା ବାଳୁଙ୍ଗା’, ‘ଟିକେ ହସ ଟିକେ ଲୁହ’ ଆଦି ଫିଲ୍ମରେ କାମ କରିଛନ୍ତି ମହାଶ୍ୱେତା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe