ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ୟମି ଗୌତମ। ଭୁବନେଶ୍ୱର ଜନପଥ ରୋଡ୍ରେ ଥିବା ସ୍କେଚର୍ସ ଇଣ୍ଡିଆ ଶୋ’ରୁମ୍ରେ ଆଜି ଅପରାହ୍ନ ୩ଟାରେ ଆସି ପହଞ୍ଚିବେ ୟମି। ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତି ଏବଂ ଏଥିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ପ୍ରୋଗ୍ରାମର ଆୟୋଜନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭାଗ ନେବା ପାଇଁ ୟମି ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରୋଗ୍ରାମର ନାଁ ରହିଛି ‘ଗୋ-ରନ୍’ ଚ୍ୟାଲେଞ୍ଜ।
ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ପ୍ରତିଯୋଗୀଙ୍କୁ ଏକ ଛୋଟ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ସେମାନଙ୍କୁ ଟ୍ରେଡ ମିଲ୍ ଉପରେ ଦୌଡିବାକୁ ହେବ। ପ୍ରତି କିଲୋମିଟର ପୂରା କରିବା ପରେ ସ୍କେଚର୍ସ ପକ୍ଷରୁ ଏକ ଏନଜିଓକୁ ୩ ହଳ ଜୋତା ଡୋନେଟ କରାଯିବ। ଏଥିରୁ ସଂଗୃହୀତ ଅର୍ଥ ଫୋନି ପ୍ରପୀଡିତଙ୍କ ଲାଗି ଖର୍ଚ୍ଚ କରାଯିବ। ଭୁବନେଶ୍ୱର ଆସିବା ସମ୍ପର୍କରେ ୟମି ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଭିଡିଓ ମାଧ୍ୟମରେ ୟମି ଭୁବନେଶ୍ୱରବାସୀଙ୍କୁ ଭେଟିବା ଏବଂ ‘ଗୋ-ରନ୍’ ଚ୍ୟାଲେଞ୍ଜରେ ଯୋଗ ଦେବାପାଇଁ କହିଛନ୍ତି।
https://twitter.com/yamigautam/status/1135077294844735489
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।