Advertisment

ଫୋନି ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଭୁବନେଶ୍ୱର ଆସୁଛନ୍ତି ୟମି ଗୌତମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ୟମି ଗୌତମ। ଭୁବନେଶ୍ୱର ଜନପଥ ରୋଡ୍‌ରେ ଥିବା ସ୍କେଚର୍ସ ଇଣ୍ଡିଆ   ଶୋ’ରୁମ୍‌ରେ ଆଜି ଅପରାହ୍ନ ୩ଟାରେ ଆସି ପହଞ୍ଚିବେ ୟମି। ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତି ଏବଂ ଏଥିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ପ୍ରୋଗ୍ରାମର ଆୟୋଜନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭାଗ ନେବା ପାଇଁ ୟମି ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରୋଗ୍ରାମର ନାଁ ରହିଛି  ‘ଗୋ-ରନ୍‌’ ଚ୍ୟାଲେଞ୍ଜ। ଏହି […]

ଅଦ୍ୟତନ ହୋଇଛି
ଫୋନି ପ୍ରଭାବିତଙ୍କୁ ସାହାଯ୍ୟ କରିବାକୁ ଭୁବନେଶ୍ୱର ଆସୁଛନ୍ତି ୟମି ଗୌତମ

Yami_Gautam

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ଆସୁଛନ୍ତି ବଲିଉଡ୍ ଅଭିନେତ୍ରୀ ୟମି ଗୌତମ। ଭୁବନେଶ୍ୱର ଜନପଥ ରୋଡ୍‌ରେ ଥିବା ସ୍କେଚର୍ସ ଇଣ୍ଡିଆ   ଶୋ’ରୁମ୍‌ରେ ଆଜି ଅପରାହ୍ନ ୩ଟାରେ ଆସି ପହଞ୍ଚିବେ ୟମି। ବାତ୍ୟା ଫନିରେ ହୋଇଥିବା କ୍ଷୟକ୍ଷତି ଏବଂ ଏଥିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ପ୍ରୋଗ୍ରାମର ଆୟୋଜନ କରାଯାଇଛି। ଏଥିରେ ବହୁ ସଂଖ୍ୟାରେ ଭାଗ ନେବା ପାଇଁ ୟମି ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପ୍ରୋଗ୍ରାମର ନାଁ ରହିଛି  ‘ଗୋ-ରନ୍‌’ ଚ୍ୟାଲେଞ୍ଜ।

Advertisment

publive-imageଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ପ୍ରତିଯୋଗୀଙ୍କୁ ଏକ ଛୋଟ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ସେମାନଙ୍କୁ ଟ୍ରେଡ ମିଲ୍‌ ଉପରେ ଦୌଡିବାକୁ ହେବ। ପ୍ରତି କିଲୋମିଟର ପୂରା କରିବା ପରେ ସ୍କେଚର୍ସ ପକ୍ଷରୁ ଏକ ଏନଜିଓକୁ ୩ ହଳ ଜୋତା ଡୋନେଟ କରାଯିବ। ଏଥିରୁ ସଂଗୃହୀତ ଅର୍ଥ ଫୋନି ପ୍ରପୀଡିତଙ୍କ ଲାଗି ଖର୍ଚ୍ଚ କରାଯିବ। ଭୁବନେଶ୍ୱର ଆସିବା ସମ୍ପର୍କରେ ୟମି ଟ୍ୱିଟ୍‌ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଭିଡିଓ ମାଧ୍ୟମରେ ୟମି ଭୁବନେଶ୍ୱରବାସୀଙ୍କୁ ଭେଟିବା ଏବଂ ‘ଗୋ-ରନ୍‌’ ଚ୍ୟାଲେଞ୍ଜରେ ଯୋଗ ଦେବାପାଇଁ କହିଛନ୍ତି।

https://twitter.com/yamigautam/status/1135077294844735489

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe