Advertisment

ରିଲିଜ୍ ଡେ'ରେ ସର୍ବାଧିକ ଆୟ କଲା 'ସାଲାର', ଭାଙ୍ଗିଲା ସବୁ ରେକର୍ଡ

ଚଳିତ ବର୍ଷର ବ୍ଲକ୍ ବଷ୍ଟର ମୁଭି 'ଆନିମଲ', 'ଯବାନ', 'ପଠାନ' ଏବଂ 'ଡଙ୍କି'ର ରେକର୍ଡକୁ ବି ଭାଙ୍ଗି ଦେଇଛି।

ଅଦ୍ୟତନ ହୋଇଛି
Prabhas

Prabhas

Advertisment

'ଆଦିପୁରୁଷ'ରେ ପ୍ରଭୁ ରାମଙ୍କ ଭୂମିକା ନିଭାଇବା ପରେ ଆକ୍ସନ ଅନ୍ଦାଜରେ ପରଦାକୁ ଫେରିଛନ୍ତି 'ରିବେଲ' ଷ୍ଟାର ପ୍ରଭାସ। ଗତକାଲି ପ୍ରଭାସଙ୍କ 'ସାଲାର: ପାର୍ଟ ୱାନ୍- ସିଜଫାୟାର୍' ରିଲିଜ୍ ହୋଇଛି। ଏହି ଫିଲ୍ମ ରିଲିଜ୍ ସହ ଚଳିତ ବର୍ଷ ବହୁ ସୁପରହିଟ୍ ସିନେମାକୁ ପଛରେ ପକାଇ ଦେଇଛି 'ସାଲାର'।

Advertisment

ରିଲିଜର ପ୍ରଥମ ଦିନରେ ସର୍ବାଧିକ ଆୟ କରି ରେକର୍ଡ କରିଛି 'ସାଲାର'। ଚଳିତ ବର୍ଷର ବ୍ଲକ୍ ବଷ୍ଟର ମୁଭି 'ଆନିମଲ', 'ଯବାନ', 'ପଠାନ' ଏବଂ 'ଡଙ୍କି'ର ରେକର୍ଡକୁ ବି ଭାଙ୍ଗି ଦେଇଛି। ପ୍ରଭାସଙ୍କ ଆକ୍ସନ ଅନ୍ଦାଜକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ। ଆଡଭାନ୍ସ ବୁକିଂରୁ ମଧ୍ୟ ଏହା ସ୍ପଷ୍ଟ ହେଉଥିଲା ଯେ, ବର୍ଷର ଶେଷରେ ପ୍ରଭାସଙ୍କ 'ସାଲାର' ରେକର୍ଡ ସୃଷ୍ଟି କରିବ। 

ରିପୋର୍ଟ ଅନୁସାରେ, ଘରୋଇ ବକ୍ସ ଅଫିସରେ ସାଲାର ପ୍ରଥମ ଦିନରେ 95 କୋଟି ଆୟ କରିଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ସବୁଠୁ ଅଧିକ ରୋଜଗାର ହୋଇଛି। ଏଠାରେ 70 କୋଟି ଆୟ ହୋଇଥିବା ବେଳେ ଆୟର 88.93 ପ୍ରତିଶତ ତେଲୁଗୁ ଭାଷାଭାଷି ଅଞ୍ଚଳରୁ ହୋଇଛି।

Advertisment

ପ୍ରଶାନ୍ତ ନୀଳ ସିନେମାର ନିର୍ଦ୍ଦେଶନା ଦଇଛନ୍ତି। ମୁଖ୍ୟ ଭୂମିକାରେ ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ, ପୃଥ୍ୱୀରାଜ ସୁକୁମାରନ୍ ଅଭିନୟ କରିଛନ୍ତି। ତେଲୁଗୁ, ତାମିଲ, ମାଲୟାଲମ, କନ୍ନଡ ଏବଂ ହିନ୍ଦି ଭାଷାରେ ରିଲିଜ୍ ହୋଇଛି 'ସାଲାର'। 

Prabhas Prabhas New Film 'Salaar' Box Office Collection Salaar Action Movie
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe