Advertisment

ଅଭିନେତା ଦୀଲିପଙ୍କୁ ମାରିବାକୁ ଷଡ଼ଯନ୍ତ୍ର, ଘର ବାହାରେ ୨୫ ବନ୍ଧୁକଧାରୀ

ପୁଲିସକୁ ଏଭଳି କିଛି ଫୋନ୍ କଲ୍ ଆସିଛି।

Dilip Joshi

Dilip Joshi

Advertisment

 ଲୋକପ୍ରିୟ ଟେଲିଭିଜନ ଶୋ’ ତାରକ ମେହତା କା ଉଲ୍ଟା ଚଷମାରେ ଜେଠାଲାଲ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦୀଲିପ ଯୋଶୀଙ୍କୁ ମାରିବାକୁ ହୋଇଛି ଷଡଯନ୍ତ୍ର। ଏଥିପାଇଁ ତାଙ୍କ ଘର ବାହାରେ ୨୫ ଦୁର୍ବୃତ୍ତ ବନ୍ଧୁକ ଧରି ଠିଆ ହୋଇଛନ୍ତି। ପୁଲିସକୁ ଏଭଳି କିଛି ଫୋନ୍ କଲ୍ ଆସିଛି। 

Advertisment

ଦୀଲିପଙ୍କୁ ନେଇ ନାଗପୁର ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ଅଭିନେତାଙ୍କ  ଘର ବାହାରେ ୨୫ ଜଣ ବନ୍ଧୁକ ଓ ବୋମା ଧରି ଠିଆ ହୋଇଥିବା ଫୋନ୍ ମଧ୍ୟମରେ କେହି ଜଣେ ସୂଚନା ଦେଇଥିଲେ। ଏହି ଖବର ନେଇ ଏବେ ହଇଚଇ ସୃଷ୍ଟି ହୋଇଯାଇଥିଲା।

ପ୍ରକୃତରେ ଫେବ୍ରୁଆରୀ ୧ ତାରିଖରେ ନାଗପୁର କଣ୍ଟ୍ରୋଲ ରୁମ୍‌କୁ ଜଣେ ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍ ଆସିଥିଲା। ତାରକ ମେହତା କା ଉଲ୍ଟା ଚଷମାରେ କାମ କରୁଥିବା ଦୀଲିପ ଯୋଶୀଙ୍କ ଘର ବାହାର ଥିବା ଶିବାଜୀ ପାର୍କରେ ୨୫ ଜଣ ଲୋକେ ବନ୍ଧୁକ ଓ ହତିଆର ଧରି ଠିଆ ହୋଇଥିବା ଉକ୍ତ ବ୍ୟକ୍ତି କହିଥିଲେ। 

Advertisment

ଏହାପରେ ନାଗପୁର କଣ୍ଟ୍ରୋଲ ରୁମ୍‌ରୁ ଶିବାଜୀ ପାର୍କ ନିକଟସ୍ତ ପୁଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା। ମୁମ୍ବାଇ ଶିବାଜୀ ପାର୍କ ପୁଲିସ ଷ୍ଟେସନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। 

ତଦନ୍ତରୁ ଜଣାପଡିଥିଲା ଯେ, ନାଗପୁର ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଯେଉଁ ନମ୍ବରରୁ ଫୋନ୍ କଲ ଆସିଥିଲା ତାହା ଦିଲ୍ଲୀର ଏକ ସିମ୍ କାର୍ଡ କମ୍ପାନୀରେ କାମ କରୁଥିବା ଯୁବକଙ୍କ ଥିଲା। ସେହି ଯୁବକଙ୍କ ନମ୍ବରକୁ ତାଙ୍କ ବିନା ଅନୁମତିରେ କେହି ଜଣେ ହ୍ୟାକ୍ କରି ଏହି କଲ୍ କରିଥିଲେ। ପୁଲିସ ଏହି ମାମଲରେ ଏବେ ଫୋନ କଲ୍ କରିଥିବା ଅସଲ ବ୍ୟକ୍ତିଙ୍କ ସନ୍ଧାନ ଜାରି ରଖିଛି। 

ସୂଚନା ମୁତାବକ, ମଙ୍ଗଳବାର ଦିନ ମୁକେଶ ଅମ୍ବାନୀ, ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ଘରକୁ ମଧ୍ୟ ବୋମା ଲଗାଇ ଉଡାଇ ଦେବାକୁ ଜଣେ ଅଜଣା ବ୍ୟକ୍ତି ଫୋନ୍ କଲ୍ କରି ଧମକ ଦେଇଥିଲା । ଏହି ଅଜଣା ବ୍ୟକ୍ତି ଜଣକ ନାଗପୁର ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରି ଏହା କହିଥିଲା। 

ଏହି ଫୋନ୍ କଲ୍ ଆସିବା ପରେ ଏହି ତିନି ଜଣ ସେଲେବ୍ରିଟିଙ୍କ ଘର ବାହାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ସେପଟେ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଭାରତ ଓ ବିଦେଶରେ ମଧ୍ୟ ଜେଡ୍ ପ୍ଲସ ସୁରକ୍ଷା ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ। 

Telly Dunia Dilip Joshi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe