Advertisment

ଅଭିନେତା ତରୁଣଙ୍କ ବିରୋଧରେ ଲିଭ ଇନ ପାର୍ଟନର ଆଣିଲେ ସାଂଘାତିକ ଅଭିଯୋଗ

ଲାବନ୍ୟାଙ୍କ ସମସ୍ତ ଅଭିଯୋଗକୁ ତରୁଣ ଖଣ୍ଡନ କରିଛନ୍ତି। ସେ ସମସ୍ତ ଅଭିଯୋଗକୁ ଆଶ୍ଚର୍ଯ୍ୟଜନକ ଓ ଭିତ୍ତିହୀନ କହିଛନ୍ତି।

author-image
Hemant Lenka
Tarun

Tarun

ଏକାଧିକ ହିଟ୍‌ ତେଲୁଗୁ ଫିଲ୍ମରେ ଅଭିନୟ କରିଥିବା ରାଜ ତରୁଣଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ବିଶ୍ୱାସଘାତକତା ଓ ଠକେଇ ଭଳି ସାଂଘାତିକ ଅଭିଯୋଗ ଆସିଛି। ତରୁଣଙ୍କ ଲିଭଇନ ପାର୍ଟନର ଲାବନ୍ୟା ଏପରି ଅଭିଯୋଗ ଆଣିଛନ୍ତି। ଏନେଇ ସେ ପୁଲିସ୍‌ର ଦ୍ୱାରସ୍ଥ ହେବା ସହ ତୁରଣ ଓ ତାଙ୍କର ଜଣେ ସହକର୍ମୀ ନିକଟରେ ଗୋଟିଏ ଶୁଟିଂ ବେଳେ ଠକେଇ କରିଥିବା କହିଛନ୍ତି।

Advertisment

ଲାବନ୍ୟା ଅଭିଯୋଗ କରିଛନ୍ତି ଯେ ୧୦ ବର୍ଷରୁ ଅଧିକ ଦିନ ସେମାନେ ଏକାଠି ରହୁଥିଲେ ହେଁ ରାଜ ତରୁଣ ସବୁବେଳେ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରୁ ନଥିଲେ। ମୁମ୍ବାଇରେ ଥିବା ଜଣେ ଅଭିନେତାଙ୍କ ସହ ଲାବନ୍ୟାଙ୍କ ସମ୍ପର୍କ ଥିବା ସନ୍ଦେହ କରି ତୁରଣ ତାଙ୍କ ଠାରୁ ଦୂରେଇ ଯାଇଥିଲେ।

ଲାବନ୍ୟା କହିଛନ୍ତି ଯେ ତୁରଣ ଓ ସେ ଗୁପ୍ତ ଭାବେ ଗୋଟିଏ ମନ୍ଦିରରେ ବିବାହ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଆଇନଗତ ଉପାୟରେ ତୁରଣ ତାଙ୍କୁ ନିଜର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ୩ ମାସରେ ପରେ ସେ ତାଙ୍କୁ ଛାଡ଼ି ପଳାଇଥିଲେ। ତରୁଣ ତାଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ଓ ଆଗାମୀ ପ୍ରୋଜେକ୍ଟର ଜଣେ ଅଭିନେତ୍ରୀଙ୍କ ସହ ସେ ସମ୍ପର୍କ ରଖିଥିବା ଲାବନ୍ୟା ଅଭିଯୋଗ କରିଛନ୍ତି।

Advertisment

ତେବେ ଲାବନ୍ୟାଙ୍କ ସମସ୍ତ ଅଭିଯୋଗକୁ ତରୁଣ ଖଣ୍ଡନ କରିଛନ୍ତି। ସେ ସମସ୍ତ ଅଭିଯୋଗକୁ ଆଶ୍ଚର୍ଯ୍ୟଜନକ ଓ ଭିତ୍ତିହୀନ କହିଛନ୍ତି। ତୁରଣ କହିଛନ୍ତି, ଆମେ ୧୦ ବର୍ଷ ହେଲା ଏକାଠି ଥିଲୁ। କିନ୍ତୁ ନିକଟରେ ପରସ୍ପର ବୁଝାମଣାରେ ଅଲଗା ହୋଇଛୁ। ମୁଁ କେବେ ହେଲେ ତାଙ୍କୁ ଠକି ନାହିଁ। ଆମେ କେବେ ହେଲେ ଗୁପ୍ତ ଭାବେ ବିବାହ କରିନାହୁଁ। ସେ ମିଛ କହି ସମସ୍ତଙ୍କୁ ବିଭ୍ରାନ୍ତ କାରୁଛନ୍ତି।”

ତରୁଣ ଆହୁରି କହିଛନ୍ତି ଲାବନ୍ୟା ଗୋଟିଏ ଡ୍ରଗ୍ସ କେସ୍‌ରେ ଧରାପଡ଼ିଥିଲେ। ହେଲେ ସେ ଏକଥା କେବେ ହେଲେ ସାର୍ବଜନୀନ କରିନାହାନ୍ତି କିମ୍ବା ତାଙ୍କୁ ବଦନାମ କରି ନାହାନ୍ତି। ଲାବନ୍ୟା କହିଛନ୍ତି ଯେ ସେ ୪୫ ଦିନ ପୁଲିସ୍‌ ହେପାଜତରେ ଥିଲେ। କିନ୍ତୁ ତରୁଣ କେବେ ହେଲେ ଏନେଇ ଚିନ୍ତା ପ୍ରକଟ କରି ନଥିଲେ।

Entertainment