Advertisment

ଭେଣ୍ଟିଲେଟର୍‌ରେ ଅଭିନେତ୍ରୀ ଅରୁନ୍ଧତୀ

ବର୍ତ୍ତମାନ ଅରୁନ୍ଧତୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଓ ସେ ଭେଣ୍ଟିଲେଟରରେ ରହିଥିବା ମଧ୍ୟ ତାଙ୍କ ଉଭଣୀ କହିଛନ୍ତି।

ଅଦ୍ୟତନ ହୋଇଛି
arundhathi nair

arundhathi nair

Advertisment

ଅଭିନେତ୍ରୀ ଅରୁନ୍ଧତୀ ନାଏର ଗୁରୁତର ଆହତ ହୋଇଛନ୍ତି। ମାର୍ଚ୍ଚ ୧୪ରେ ସେ ଓ ତାଙ୍କ ଭାଇ ଚେନ୍ନାଇର କୋଭଳଲମ ବାଇପାସ୍‌ ଅତିକ୍ରମ କରୁଥିଲେ। ଏହି ସମୟରେ ସେ ବଡ଼ଧରଣର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

Advertisment

ଦୁର୍ଘଟଣା ଖବରକୁ ଅରୁନ୍ଧତୀ ନାଏରଙ୍କ ଉଭଣୀ ନିଶ୍ଚିତ କରିଛନ୍ତି। ଏଥିସହ ବର୍ତ୍ତମାନ ଅରୁନ୍ଧତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଓ ସେ ଭେଣ୍ଟିଲେଟରରେ ରହିଥିବା ମଧ୍ୟ ତାଙ୍କ ଉଭଣୀ କହିଛନ୍ତି।

ଅରୁନ୍ଧତୀଙ୍କ ଭଉଣୀ କହିଛନ୍ତି, “ତାମିଲନାଡୁର ଖବରକାଗଜ ଓ ଟିଭିରେ ପ୍ରକାଶିତ ଖବର ଉପରେ ସ୍ପଷ୍ଟୀକରଣ ରଖିବାକୁ ଚାହୁଁଛୁ। ମୋ ଉଭଣୀ ଅରୁନ୍ଧତୀ ୩ ଦିନ ତଳେ ଗୋଟିଏ ବଡ଼ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ ତ୍ରିବେନ୍ଦ୍ରମର ଅନନ୍ତପୁରୀ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଭେଣ୍ଟିଲେଟରରେ ରଖି ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।”

Advertisment

ଅରୁନ୍ଧତୀଙ୍କ ବନ୍ଧୁ ତଥା ସାଥୀ କଳାକାର ଗୋପିକା ଅନୀଲ ସମସ୍ତଙ୍କୁ ଆର୍ଥିକ ସହାୟତା ମାଗିଛନ୍ତି। ମେଡିକାଲ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ଅରୁନ୍ଧତୀଙ୍କ ପରିବାର ସକ୍ଷମ ହେଉ ନଥିବା ସେ କହିଛନ୍ତି। ତେଣୁ ସମସ୍ତେ ଆର୍ଥିକ ସହାୟତା କରନ୍ତୁ ବୋଲି ଗୋପିକା ଅନୁରୋଧ କରିଛନ୍ତି।

୨୦୧୪ରେ ଅରୁନ୍ଧତୀ ତାମିଲ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହାପରେ ସେ ତାମିଲ ଇଣ୍ଡଷ୍ଟ୍ରୀରେ ସବୁଠାରୁ ଲୋକପ୍ରିୟ ଚେହେରା ବନି ଯାଇଛନ୍ତି। ୨୦୨୩ରେ ଆୟିରାମ ପୋରକ୍କାସୁକଲ ଫିଲ୍ମରେ ସେ ନଜର ଆସିଥିଲେ।

Entertainment Arunthathi Nair
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe