Advertisment

ପତ୍ନୀଙ୍କୁ ଠାରୁ ଅଲଗା ହେଲେ ଅଭିନେତା ରବି

କିଛି ମାସ ତଳୁ ରବି ଓ ଆରତୀଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହି ଚର୍ଚ୍ଚା ଭିତରେ ଆରତୀ ନିଜ ଇନଷ୍ଟାଗ୍ରାମରୁ ରବିଙ୍କର ସମସ୍ତ ଫଟୋକୁ ଡିଲିଟ କରି ଦେଇଥିଲେ।

author-image
Hemant Lenka
Jayam Ravi

Jayam Ravi

ତାମିଲ ଅଭିନେତା ଜୟାମ ରବି ଦୀର୍ଘ ୧୫ ବର୍ଷ ପରେ ପତ୍ନୀ ଆରତୀଙ୍କୁ ଦେଇଛନ୍ତି ଛାଡ଼ପତ୍ର। ଏ ସମ୍ପର୍କରେ ନିଜେ ରବି ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସେ ତାମିଲ ଓ ଇଂରାଜୀରେ ବିବୃତି ଜାରି କରି ଆରତୀଙ୍କ ସହ ହୋଇଥିବା ବିବାହରେ ପୂର୍ଣ୍ଣଚ୍ଛେଦ ଟାଣିଥିବା କହିଛନ୍ତି।

Advertisment

ସବୁ କିଛିକୁ ବୁଝି ବିଚାରି ସେ ଏପରି ନିଷ୍ପତ୍ତି ନେଇଥିବା ବିବୃତିରେ ଉଲ୍ଲେଖ କରିଛନ୍ତି। ଏପରି କଷ୍ଟକର ସମୟରେ ସେ ଗୋପନୀୟତାକୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି।

କିଛି ମାସ ତଳୁ ରବି ଓ ଆରତୀଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହି ଚର୍ଚ୍ଚା ଭିତରେ ଆରତୀ ନିଜ ଇନଷ୍ଟାଗ୍ରାମରୁ ରବିଙ୍କର ସମସ୍ତ ଫଟୋକୁ ଡିଲିଟ କରି ଦେଇଥିଲେ। ସେବେଠାରୁ ଲାଗି ରହିଥିବା ଚର୍ଚ୍ଚା ଏବେ ସତ ପ୍ରମାଣିତ ହୋଇଛି। ଅଲଗା ହୋଇଯାଇଛନ୍ତି ରବି ଓ ଆରତୀ।

Advertisment

ରବି ସୋଶାଲ ମିଡିଆ ଏକ୍ସରେ ପୋଷ୍ଟ କରିଥିବା ବିବାହ ବିଚ୍ଛେଦ ସମ୍ପର୍କିତ ବିବୃତି ଶୀର୍ଷରେ ଲେଖିଛନ୍ତି ଯେ ଆପଣମାନଙ୍କ ଭଲ ପାଇବା ଓ ବୁଝିବାର ଶକ୍ତି ପାଇଁ କୃତଜ୍ଞ।” ଆରତୀ ଓ ରବି ୧୫ ବର୍ଷ ତଳେ ବିବାହ କରିଥିଲେ। ୨୦୦୯ରେ ଉଭୟ ପରସ୍ପରର ହାତ ଧରିଥିଲେ। ସେମାନଙ୍କର ଦୁଇଟି ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି। ହେଲେ ଏବେ ରବି ଓ ଆରତୀ ବ୍ୟକ୍ତିଗତ କାରଣରୁ ଅଲଗା ହୋଇଛନ୍ତି।

'ପୋନିୟିନ୍ ସେଲଭାନ୍' ତାରକା ରବି ତାମିଲ ସିନେମାର ଜଣେ ଲୋକପ୍ରିୟ ଅଭିନେତା। ତାଙ୍କୁ ମଣି ରତନମଙ୍କ 'ପୋନିୟାନ ସେଲଭାନ'ରେ ଦେଖିବାକୁ ମିଳିଥିଲା।

ବିଚ୍ଛେଦ ସମ୍ପର୍କରେ ରବି କହିଛନ୍ତି, “ଅତ୍ୟନ୍ତ ଦୁଃଖର ସହ ଆପଣମାନଙ୍କୁ ଗୋଟିଏ ବ୍ୟକ୍ତିଗତ ଘଟଣା ସମ୍ପର୍କରେ ଜଣାଇବାକୁ ଚାହୁଁଛି। ଅନେକ ବିଚାର, ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ମୁଁ ଆରତୀଙ୍କ ସହ ମୋର ବିବାହ ଶେଷ କରିବା ଭଳି କଷ୍ଟକର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି କୌଣସି ତରବରିଆ ଭାବେ ନିଆଯାଇ ନାହିଁ। ଏହା ଏକ ବ୍ୟକ୍ତିଗତ କାରଣ।

ଏହା ସମସ୍ତଙ୍କ ଭଲକୁ ଦୃଷ୍ଟିରେ ରଖି ନିଆଯାଇଛି। ଏପରି ଏକ ସମୟରେ ମୁଁ ଆପଣମାନଙ୍କୁ ଆମର ଗୋପନୀୟତା ରକ୍ଷା କରିବାକୁ ଅନୁରୋଧ କରୁଛି। କୌଣସି ମିଛ ତଥ୍ୟ, ଗୁଜବ ଓ ଅଭିଯୋଗ ଠାରୁ ଆପଣମାନେ ଦୂରେଇ ରହିବେ ବୋଲି ଆଶା।” ବିବାହ ବିଚ୍ଛେଦ ହୋଇଥିଲେ ହେଁ ସେ ପୂର୍ବଭଳି ଲୋକଙ୍କ ପାଇଁ ଭଲ ଭଲ ସିନେମା ଭେଟି ଦେବେ ବୋଲି ରବି କହିଛନ୍ତି।

Tamilnadu Jayam Ravi