Advertisment

ଆଉ ନାହାନ୍ତି ଅଭିନେତା ବିକ୍ରମନ ନାଏର

ବିକ୍ରମନ ଜଣେ ପ୍ରଖ୍ୟାତ ଥିଏଟର ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ୧୦ ହଜାର ଷ୍ଟେଜ ଶୋ’ କରିବା ସହ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା।

author-image
Hemant Lenka
Vikraman Nair

Vikraman Nair

ଲୋକପ୍ରିୟ ଅଭିନେତା ବିକ୍ରମନ ନାଏର ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ବିକ୍ରମନ ବେଶ କିଛି ଦିନ ହେଲା କୋଝିକୋଡର ଗୋଟିଏ ଘରୋଇ ହସ୍ପିଟାଲରା ଚିକିତ୍ସିତ ହେଉଥିଲେ।

Advertisment

ସେହିଠାରେ ହିଁ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। ବିକ୍ରମନ ନିଜର ପତ୍ନୀ ଲକ୍ଷ୍ମୀ ଓ ଦୁଇ ପିଲା ଦୁର୍ଗା ଏବଂ ସରସ୍ୱତୀଙ୍କ ସହ ରହୁଥିଲେ। ତାଙ୍କର ଅନ୍ତିମ ସଂସ୍କାର ବୁଧବାର ସକାଳ ୯ଟାରେ ହେବ ବୋଲି ଜଣାପଡ଼ିଛି।

ବିକ୍ରମନ ଜଣେ ପ୍ରଖ୍ୟାତ ଥିଏଟର ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ୧୦ ହଜାର ଷ୍ଟେଜ ଶୋ’ କରିବା ସହ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ସେ ପ୍ରାୟ ୨୦୦ ନାଟକରେ ଅଭିନୟ କରିଥିଲେ। କୋଝିକୋଡର କୁନଡୁପରମ୍ବାରେ ଜନ୍ମ ଗ୍ରହଣ କରିଥିବା ବିକ୍ରମନ ସାମୋଥିରି ଗୁରୁବାୟୋରାପ୍ପନ କଲେଜରୁ ଡିଗ୍ରୀ ହାସଲ କରିଥିଲେ।

Advertisment

୧୯୮୫ରେ ସେ ନିଜର ଥିଏଟର ଗ୍ରୁପ ଷ୍ଟେଜ ଇଣ୍ଡିଆ ନାଁରେ ଆରମ୍ଭ କରିଥିଲେ। ବିକ୍ରମନ ସଙ୍ଗମ ନାମକ ଆଉ ଏକ ଥିଏଟର ଗ୍ରୁପର ସଦସ୍ୟ ଥିଲେ। ଜଣେ ଥିଏଟର କଳାକାର ବ୍ୟତୀତ ସେ ଅନେକ ଫିଲ୍ମ ଓ ସରିଏଲରେ ମଧ୍ୟ ଅଭିନୟ କରିଛନ୍ତି।

ମାର୍ଚ୍ଚ ୨୬ରେ ମଲୟାଲମ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଇନୋସେଣ୍ଟଙ୍କ ଦେହାନ୍ତ ହୋଇଥିଲା। ତାଙ୍କୁ ମୃତ୍ୟୁ ବେଳକୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ କଳାକାର ଜଗତ ଶୋକରେ ଥିବା ବେଳେ ଏବେ ବିକ୍ରମନଙ୍କ ଦେହାନ୍ତ ହୋଇଛି।

Entertainment