Advertisment

‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା

ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।

allu

allu

Advertisment

ହାଇଦ୍ରାବାଦର ସନ୍ଧ୍ୟା ହଲ ନିକଟରେ ପୁଷ୍ପା ୨ର ସ୍କ୍ରିନିଂ ବେଳେ ହୋଇଥିବା ଦଳଚକଟାରେ ପ୍ରାଣ ହରାଇଥିବା ୩୫ ବର୍ଷୀୟ ମହିଳାଙ୍କ ପରିବାରକୁ ମିଳିବ ୨ କୋଟି ଟଙ୍କା। ପୁଷ୍ପା ୨ର ସ୍କ୍ରିନିଂ ବେଳେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସନ୍ଧ୍ୟା ହଲକୁ ଆସିଥିଲେ।

Advertisment

ତାଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ହେବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜଣେ ୩୫ ବର୍ଷୀୟ ମହିଳା ପ୍ରାଣ ହରାଇଥିବା ବେଳେ ତାଙ୍କ ୮ ବର୍ଷର ପୁଅ ଡିସେମ୍ବର ୪ରୁ ଆହତ ହୋଇ କୋମାରେ ରହିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରିଥିଲା। ସେ ଗୋଟିଏ ଦିନ ଜେଲରେ ବି ରହିଥିଲେ।

ତଥାପି ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା। ସେ କହିଛନ୍ତି, ଘୋଷଣା ହୋଇଥିବା ୨ କୋଟି ମଧ୍ୟରୁ ୧ କୋଟି ଟଙ୍କା ତାଙ୍କ ପୁଅ ଦେବେ। ବାକି ୧ କୋଟି ଟଙ୍କା ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ସୁକାର ପ୍ରଦାନ କରିବେ।

Advertisment

ଘଟଣାରେ ଆହତ ହୋଇଥିବା ମହିଳାଙ୍କ ୮ ବର୍ଷର ପୁଅ ଶ୍ରୀ ତେଜଙ୍କ ଭିବଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏପରି ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ଅରବିନ୍ଦ କହିଛନ୍ତି। ସେ କହିଛନ୍ତି, “ହସ୍ପିଟାଲରୁ ବାହାରିବା ପରେ ପିଲାଟିର ପରିବାର ଓ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆମେ ଭାବିଛୁ ଯେ ଆମେ ତାଙ୍କୁ ୨ କୋଟି ଟଙ୍କା ଦେବୁ। ତେଲଙ୍ଗାନା ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କୁ ଏହି ଟଙ୍କା ହସ୍ତାନ୍ତର କରାଯିବ। ସେ ଏହାକୁ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଦେବେ। ପୀଡ଼ିତଙ୍କ ପରିବାର ଓ ଆମ ଭିତରେ ମଧ୍ୟସ୍ଥତା ସାଜିଥିବାରୁ ଆମେ ରାଜୁଙ୍କୁ ଧନ୍ୟବାଦ ଜଣାଉଛୁ।”

ଛୋଟ ପିଲାଟିର ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ମଧ୍ୟ ଅରବିନ୍ଦ କଥା ହୋଇଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପିଲାଟି ଧୀରେଧୀରେ ସୁସ୍ଥ ହେଉଛି। ସେ ଏବେ ଭେଣ୍ଟିଲେଟରରୁ ବାହାରି ସାରିଛନ୍ତି। ଡାକ୍ତରମାନେ ବେଶ ସକାରାତ୍ମକ ରହିଛନ୍ତି। ଆମର ଆଶା ସେ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବେ।”

Allu Arjun Puspa 2 Allu Arjun Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe