Advertisment

ପୁଷ୍ପାଙ୍କୁ ଜେଲ୍ ନା ବେଲ୍? ଜାମିନ ଆବେଦନର ଆଜି ହେବ ଶୁଣାଣି

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓରଫ ପୁଷ୍ପାଙ୍କୁ ମିଳିବ ଜେଲ୍ ନା ବେଲ୍ ? ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଜାମିନ ଆବେଦନର ଆଜି ହେବ ଶୁଣାଣି।

author-image
Niharika Rout
Allu Arjun

Allu Arjun

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓରଫ ପୁଷ୍ପାଙ୍କୁ ମିଳିବ ଜେଲ୍ ନା ବେଲ୍ ? ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ମାମଲାରେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଜାମିନ ଆବେଦନର ଆଜି ହେବ ଶୁଣାଣି।

Advertisment

ହାଇଦ୍ରାବାଦ କୋର୍ଟରେ କିଛି ସମୟ ମଧ୍ୟରେ ଭର୍ଚୁଆଲ୍ ମୁଡରେ ଯୋଡ଼ି ହେବେ ଅଲ୍ଲୁ। ତାଙ୍କ ନିୟମିତ ଜାମିନ ଆବେଦନକୁ ନେଇ ଆଜି ଶୁଣାଣି ହେବ। ଯଦି, ଆଜି ବେଲ୍ ମିଳି ଯାଉଛି ତାହେଲେ ଏକ ତାଙ୍କୁ ବଡ଼ ଆଶ୍ୱସ୍ତି ଆଣିଦେବ। ନଚେତ ସେ ପୁଣି ଥରେ ଏଥିପାଇଁ ହାଇକୋର୍ଟଙ୍କୁ ଯାଇପାରନ୍ତି।

ନିଜ ଗିରଫଦାରୀକୁ ନେଇ ତାଙ୍କୁ ୪ ସପ୍ତାହର ଜାମିନରେ ଦେଇଛନ୍ତି ହାଇକୋର୍ଟ। ହେଲେ ରେଗୁଲାର୍ ଜାମିନ ପାଇଁ ଆଜିର ଶୁଣାଣି ବେଶ୍ ଗୁରୁତ୍ବ ରଖୁଛି।

Advertisment

ଗତ ୪ ତାରିଖରେ ପୁଷ୍ପା ଟୁ ସ୍ପେଶାଲ୍ ସ୍କ୍ରିନିଂରେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ ଯାଇଥିଲେ ଅଲ୍ଲୁ। ତାଙ୍କୁ ଦେଖିବାକୁ ଆସିଥିବା ଭିଡ଼ରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ନାବାଳକ ପୁଅ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି।

ଏହି ଘଟଣାକୁ ନେଇ ବିବାଦ ଥମିବା ନାଁ ଧରୁନି। କିଛି ଦିନ ପୂର୍ବେ ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା। ସେ କହିଛନ୍ତି, ଘୋଷଣା ହୋଇଥିବା ୨ କୋଟି ମଧ୍ୟରୁ ୧ କୋଟି ଟଙ୍କା ତାଙ୍କ ପୁଅ ଦେବେ। ବାକି ୧ କୋଟି ଟଙ୍କା ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ସୁକାର ପ୍ରଦାନ କରିବେ। ଦଳାଚକା ଘଟଣାରେ ଆହତ ହୋଇଥିବା ନାବାଳକ ଶ୍ରୀ ତେଜଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏପରି ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ଅରବିନ୍ଦ କହିଛନ୍ତି।

Allu Arjun Allu Arjun Controversy