AR Rahman
ଦୁଇ ମୃତ ଗାୟକଙ୍କ କଣ୍ଠସ୍ୱରରେ ନୂଆ ଗୀତ ରେକର୍ଡ କରି ଚର୍ଚ୍ଚାରେ ଓସ୍କାର ପୁରସ୍କାର ପ୍ରାପ୍ତ କମ୍ପୋଜର ଏ.ଆର ରହମାନ। ମୃତ ଗାୟକ ବାମ୍ବା ବକିଆ ଏବଂ ଶାହୁଲ ହମିଦଙ୍କ କଣ୍ଠସ୍ୱରରେ ଏକ ନୂଆ ଗୀତ ରେକର୍ଡ କରାଇଛନ୍ତି। ରଜନୀକାନ୍ତଙ୍କ 'ଲାଲ ସଲାମ'ରେ 'ଥିମିରି ୟେଜୁଦା' ନାମକ ଏକ ଗୀତ ପାଇଁ ଉଭୟଙ୍କ କଣ୍ଠସ୍ୱରକୁ ରିକ୍ରିଏଟ କରାଯାଇଛି।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତ୍ରିମ ବୁଦ୍ଧିମତା) ସହାୟତାରେ ଭଏସ୍ ଆଲଗୋରିଦିମ୍ ବ୍ୟବହାର ଫଳରେ ଏପରି ସମ୍ଭବ ହୋଇପାରିଛି। ପରୀକ୍ଷାମୂଳକ ଭାବରେ ଏହି ଦୁଇ ଭେଟରାନ ସିଙ୍ଗରଙ୍କ ସ୍ୱର ପୁନଃସୃଷ୍ଟି କରିବା ପାଇଁ AI ବ୍ୟବହାର କରିଥିଲେ ରହମାନ। AI ଭଏସ୍ ମଡେଲ୍ ବ୍ୟବହାର କରି ବାମ୍ବା ବକିଆ ଏବଂ ଶାହୁଲ ହମିଦଙ୍କ ସ୍ୱରକୁ ଜୀବନ୍ତ କରିବାରେ ସଫଳ ହୋଇଛନ୍ତି। ଐସ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶିତ ଏହି ସିନେମା ଫେବୃଆରୀ 9ରେ ରିଲିଜ୍ ହେବ।
ପ୍ରକାଶ ଥାଉ କି, ବାମ୍ବା ବକିଆ ଏବଂ ଶାହୁଲ ହମିଦ ଏଆର୍ ରହମାନଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ। ସେମାନେ ମିଳିତ ଭାବେ କାର୍ଯ୍ୟ କରି ଅନେକ ସୁପରହିଟ୍ ସଙ୍ଗ୍ ଭେଟି ଦେଇଛନ୍ତି। ୧୯୯୭ରେ ଏକ କାର ଦୁର୍ଘଟଣାରେ ଶାହୁଲ ହମିଦଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୨୦୨୨ରେ ବାମ୍ବା ବକିଆ ହୃଦଘାତରେ ଚାଲି ଯାଇଛନ୍ତି।
ଏଆର ରମହାନ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସ ଯୋଗେ ଏକ ପୋଷ୍ଟ କରି କହିଛନ୍ତି, ବାମ୍ବା ବକିଆ ଏବଂ ଶାହୁଲ ହମିଦଙ୍କ ପରିବାର ସଦସ୍ୟଙ୍କଠୁ ଅନୁମତି ଆଣିବା ପରେ ସେମାନଙ୍କ କଣ୍ଠସ୍ୱରରେ ଏକ ଗୀତ ରେକର୍ଡ କରାଯାଇଛି। ଏଥିପାଇଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ପ୍ରାପ୍ୟ ଦଆଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଏହା ସଫଳ ହୋଇପାରିଛି। ଯଦି ଆମେ ସଠିକ୍ ବ୍ୟବହାର କରନ୍ତି, ତେବେ ଟେକ୍ନୋଲୋଜି କେବେ ହେଲେ ବିପଦ କି ଉଦବେଗଜନକ ନୁହେଁ ବୋଲି ରହମାନ କହିଛନ୍ତି।
ରହମାନଙ୍କ ଏହି ଅଭିନବ ପ୍ରୟାସକୁ ମିଶ୍ରିତ ଫଳାଫଳ ମିଳିଛି। କିଛି ସୋଶାଲ ମିଡିଆ ବ୍ୟବହାରକାରୀ ରହମାନଙ୍କ ଏହି ପ୍ରୟାସଙ୍କୁ ପ୍ରଶଂସା କରିଥିବା ବେଳେ କିଛି ଏହାକୁ 'ଅନୈତିକ' ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/AR_Rahman_1706596515.jpg)