Brutally attack on Vanitha Vijaykumar
ହମ୍ଲାର ଶିକାର ହେଲେ ପୂର୍ବତନ ବିଗ୍ବସ୍ ଫେମ୍ ଅଭିନେତ୍ରୀ। ବିଳମ୍ବିତ ରାତିରେ ତାଙ୍କ ଉପରେ ହେଲା ଆକ୍ରମଣ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଚେହରା ପୂରା ବିଗିଡି ଯାଇଛି। ତାଙ୍କୁ ଚିହ୍ନିବା ବି ମୁସକିଲ ହୋଇପଡିଛି।
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ତଥା ତାମିଲ ବିଗ୍ବସ୍ ସିଜନ୍-୩ର ପ୍ରତିଯୋଗୀ ବନିତା ବିଜୟକୁମାରଙ୍କ ସହ ହୋଇଛି ମାର୍ପିଟ୍। କେହି ଜଣେ ଦୁର୍ବୃତ୍ତ ବିଳମ୍ବିତ ରାତିରେ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ସେ ଗୁରୁତର ହୋଇଛନ୍ତି। ତାଙ୍କ ଚେହେରା ପୂରାପୁରି ବିଗିଡି ଯାଇଛି। ଏନେଇ ସେ ଖୋଦ୍ ସୋଶାଲ ମିଡିଆରେ ଫଟୋ ପୋଷ୍ଟ କରି ଯନ୍ତ୍ରଣା ବଖାଣିଛନ୍ତି।
ବିନିତାଙ୍କ କହିବା ଅନୁସାରେ, #BiggBossTamil7ର ରିଭ୍ୟୁ ସାରି ଖାଇବା ପରେ ଘରକୁ ଫେରିବା ପାଇଁ ନିଜ କାର୍ ଆଡୁକୁ ଯାଉଥିଲେ। ଏହି ସମୟରେ ଅନ୍ଧାରର ସୁଯୋଗ ନେଇ କେହି ଜଣେ ଦୁର୍ବୃତ୍ତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ଯୋଗୁ ତାଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କର ପୂରା ମୁହଁ ରକ୍ତାକ୍ତ ହୋଇଯାଇଛି। ଏପରିକି ତାଙ୍କୁ ଚିହ୍ନିବା ବି ମୁସକିଲ ହୋଇପଡିଛି। ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣ ପରେ ସେ ଆଖପାଖରେ ସହାୟତା ପାଇଁ ଡାକିଥିଲେ ମଧ୍ୟ କେହି ଆସିନଥିଲେ। ପରେ ସେ ନିଜ ଭଉଣୀଙ୍କୁ ଡାକି ହସ୍ପିଟାଲକୁ ଯାଇଥିଲେ। ଅଭିନେତ୍ରୀ ଏହି ଆକ୍ରମଣ ପାଇଁ କାହାକୁ ଦାୟୀ କରିନଥିବା ବେଳେ ସୋଶାଲ ମିଡିଆ ପୋଷ୍ଟରେ ପ୍ରଦୀପ ଆଣ୍ଟୋନୀ ନାମକ ଜଣେ ବ୍ୟକ୍ତିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଆକ୍ରମଣାତ୍ମକ ସ୍ୱାଭାବ ପାଇଁ ବିଗ୍ବସ୍-୭ରୁ ତାଙ୍କୁ ଆଉଟ୍ କରାଯାଇଥିଲା। ଏହାପରେ ତାଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିବା କୁହାଯାଉଛି। ସେପଟେ ଅଭିନେତ୍ରୀଙ୍କ ଏଭଳି ଅବସ୍ଥା ଦେଖି ତାଙ୍କ ଫ୍ୟାନ୍ମାନେ ଚକିତ ହୋଇପଡିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1701072662.jpg)