Advertisment

ସାଉଥଷ୍ଟାର୍‌ ଥଲପତି ବିଜୟଙ୍କୁ ଚପଲ ମାଡ଼

ଦିବଙ୍ଗତ ଅଭିନେତା ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫେରିବା ପରେ ତାଙ୍କ ଉପରେ ଚପଲ ମାଡ଼ ହୋଇଥିଲା।

Thalapathy vijay

Thalapathy vijay

Advertisment

ଜଣାଶୁଣା ସାଉଥ ସୁପରଷ୍ଟାର ଥଲପତି ବିଜୟଙ୍କୁ ଚପଲ ମାଡ଼। ଭିଡ ଭିତରେ ତାଙ୍କ ଉପରକୁ ହେଲା ଚପଲରେ ଆକ୍ରମଣ। କେହି ଜଣେ ବ୍ୟକ୍ତି ତାଙ୍କ ଉପରକୁ ଚପଲ ଫିଙ୍ଗି ଆକ୍ରମଣ କରିଛନ୍ତି। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଜଣାଶୁଣା ସାଉଥ ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ଶୁକ୍ରବାର ଅନେକ ତାରକା ସାମିଲ ହୋଇଥିଲେ। ଅଭିନେତା ଥଲପତି ବିଜୟ ମଧ୍ୟ ତାଙ୍କ ଅନ୍ତିମ ଦର୍ଶନ ପାଇଁ ଯାଇଥିଲେ। ସେ ବିଜୟକାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫେରିବା ପରେ ତାଙ୍କ ଉପରେ ଚପଲ ମାଡ଼ ହୋଇଥିଲା।

ବିଜୟ ତାଙ୍କ କାର୍‌ ଆଡକୁ ଯିବା ବେଳେ ସେ ଭିଡ଼ ଭିତରେ ଫଶି ଯାଇଥିଲେ। ଏହି ସମୟରେ କିଏ ତାଙ୍କ ଚୁଟିକୁ ଛୁଇଁଥିଲା ତ ଆଉ କିଏ ତାଙ୍କ ହାତ ଧରି ଟାଣି ନେଉଥିଲା। ପ୍ରବଳ ଠେଳାପେଲା ଭିତରେ ଏହାର ସୁଯୋଗ ନେଇ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଚପଲରେ ଆକ୍ରମଣ କରିଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି।

Advertisment

ତେବେ ବିଜୟଙ୍କ ଉପରକୁ ଚପଲ ଫିଙ୍ଗା ଯାଇଥିଲେ ସୁଧା ତାଙ୍କ ଦେହରେ ବାଜିନି। ଚପଲଟି ତାଙ୍କ ନିକଟରେ ପଡିଥିଲା। ପରେ ସୁରକ୍ଷାକର୍ମୀ ଏହାକୁ ଫିଙ୍ଗି ଦେଇଥିଲେ। ତେବେ ବିଜୟଙ୍କ ଉପରେ କାହିଁକି ଚପଲ ମାଡ଼ ହୋଇଛି। କଏ କରିଛି ଏନେଇ କୌଣସ ସୂଚନା ମିଳିନି। ଭିଡିଓରେ ଅଭିନେତାଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି ହୋଇଥିବା ସ୍ପଷ୍ଟ ନଜର ଆସିଛି।

Thalapathy Vijay Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe