Advertisment

ବଙ୍ଗୀୟ ଅଭିନେତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ସୁପରିଚିତ ବଙ୍ଗୀୟ ଅଭିନେତ୍ରୀଙ୍କ ଜୀବନ । ଏହି ବଙ୍ଗୀୟ ଅଭିନେତ୍ରୀଜଣକ ହେଉଛନ୍ତି ସୁଚନ୍ଦ୍ରା ଦାସଗୁପ୍ତା ।

Suchandra Dasgupta

Suchandra Dasgupta

Advertisment

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ସୁପରିଚିତ ବଙ୍ଗୀୟ ଅଭିନେତ୍ରୀଙ୍କ ଜୀବନ । ଏହି ବଙ୍ଗୀୟ ଅଭିନେତ୍ରୀଜଣକ ହେଉଛନ୍ତି ସୁଚନ୍ଦ୍ରା ଦାସଗୁପ୍ତା । ଗତ ଶନିବାର ରାତିରେ ଏକ ଟ୍ରକ୍‌ ଚାପି ଦେବାରୁ ଘଟଣାସ୍ଥଳରେ ହିଁ ଏହି ୨୯ ବର୍ଷୀୟା ଅଭିନେତ୍ରୀ ଆଖି ବୁଜିଦେଲେ। ସୁଚନ୍ଦ୍ରାଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ସଦସ୍ୟଙ୍କୁ ଶକ୍ତ ମାନସିକ ଆଘାତ ଦେଇଥିବା ବେଳେ ତାଙ୍କ ଫ୍ୟାନ୍ସ ବି ଏହାକୁ ସହଜେ ଗ୍ରହଣ କରି ପାରି ନାହାନ୍ତି।

Advertisment

ସୁଚନ୍ଦ୍ରା ଶନିବାର ରାତିରେ ଶୁଟିଂ ସାରି ଘରକୁ ଫେରିବାକୁ ଏକ ବାଇକ୍‌ ବୁକ୍‌ କରିଥିଲେ। ମାତ୍ର ରାସ୍ତାରେ ଏକ ସାଇକେଲ ଆରୋହୀ ମଝିକୁ ଚାଲି ଆସିବାରୁ ଡ୍ରାଇଭର ଅଚାନକ ବ୍ରେକ୍‌ ମାରିଦେଲେ। ଫଳରେ ପଛରେ ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ୍‌ ବାଇକ୍‌କୁ ଜୋରରେ ଧକ୍କା ଦେଇଥିଲା।

ଏହାପରେ ସୁଚନ୍ଦ୍ରା ତଳେ ପଡ଼ି ଯିବାରୁ ଟ୍ରକ୍‌ଟି ତାଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବା ପରେ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ଟ୍ରକ୍‌ ଚାଳକଙ୍କୁ ଗିରଫ କରିଛି।

Advertisment

ସୁଚନ୍ଦା ବହୁ ବଙ୍ଗାଳି ଟେଲିଭିଜନ ଶୋ’ରେ କାମ କରିଛନ୍ତି। ‘ଗୌରି’ ନାମକ ସିରିଏଲରେ ନିଜ ଭୂମିକା ପାଇଁ ସେ ଘରେ ଘରେ ଖୁବ୍‌ ପରିଚିତ ହୋଇଥିଲେ। ସୁଚନ୍ଦ୍ରାଙ୍କ ଅକାଳ ମୃତ୍ୟୁରେ ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

Road Accident West Bengal Actress Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe