Advertisment

ମୋତେ ଛୁଇଁବାକୁ ଦିଅ…ବିଗ୍‌ବସ୍‌ ଫେମ୍‌ ଅଙ୍କିତ ଗୁପ୍ତା ବଖାଣିଲେ କାଷ୍ଟିଂ କାଉଚ୍‌ ଦୁଃଖ

‘ଉଡାରିଆଁ’ ସିରିଏଲ୍‌ ପରେ ଅଙ୍କିତ ବିଗ୍ ବସ୍-୧୬ର ଅଫର୍ ପାଇଥିଲେ। ତାଙ୍କର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ଅଙ୍କିତ ଗୁପ୍ତା ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାଁ ପାଲଟିଛି।

Ankit Gupta

Ankit Gupta

Advertisment

ଲୋକପ୍ରିୟ ଟିଭି ସିରିଏଲ 'ଉଡାରିଆଁ' ଫେମ୍‌ ଅଙ୍କିତ ଗୁପ୍ତା। ନିକଟରେ ସେ ବିଗ୍‌ବସ-୧୬ରେ ଭାଗ ନେଇ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ଏହି ରିଆଲିଟି ଶୋ'ରେ ତାଙ୍କ ଶାନ୍ତ ସ୍ୱଭାବ ସମସ୍ତଙ୍କୁ ପସନ୍ଦ ଆସିଥିଲା। ତେବେ ଏହି ଶୋ'ରୁ ବାହାରିବା ପରେ ଏବେ ଅଙ୍କିତ ଏକ ବଡ଼ ଖୁଲାସା କରିଛନ୍ତି। ସେ ମଧ୍ୟ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌ର ଶକାର ହୋଇଥିବା ନେଇ କହିଛନ୍ତି।

Advertisment

ଅଙ୍କିତ ଗୁପ୍ତା। ବିଗ୍‌ବିସ୍‌ରେ ଭାଗ ନେବା ପରେ ଏବେ ଟିଭି ଇଣ୍ଡଷ୍ଟ୍ରିର ଏକ ବଡ଼ ନାଁ ପାଲଟିଛି। ତେବେ ଏହି ଖାତି ଅର୍ଜନ କରିବା ପୂର୍ବରୁ ସେ କାଷ୍ଟିଂ କାଉଚ୍‌ର ଯନ୍ତ୍ରଣା ଦେଇ ଗତି କରିଛନ୍ତି। ଅଙ୍କିତ କହିଛନ୍ତି ଜଣେ ବ୍ୟକ୍ତି ତାଙ୍କୁ କାମ ଦେବା ବାହାନାରେ ଅଶାଳୀନ ଭାବରେ ଛୁଇଁବାକୁ ଚେଷ୍ଟା କରିଥିଲେ। କାମ ଦେବାକୁ ଯାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସେ ପ୍ରସ୍ତାବ ଦେଇଥିଲେ। ହେଲେ ଅଙ୍କିତ ମନା କରିବାରୁ ସେ କହିଥିଲେ ‘ଠିକ ଅଛି, ତୁମେ ଏହା କରିବାକୁ ଚାହୁଁନାହଁ, କିନ୍ତୁ ଅନ୍ତତଃପକ୍ଷେ ମୋତେ ଏହାକୁ ଉପରୁ ଛୁଇଁବାକୁ ଦିଅ। ଏହା ଶୁଣି ଅଙ୍କିତ ଆଶ୍ଚର୍ଯ୍ୟ ହୋଇ କ’ଣ ଘଟୁଛି ବୋଲି ଜାଣିପାରିନଥିଲେ। ଏହି ଘଟଣା ପରେ ଅଙ୍କିତ ବହୁତ ଭୟଭିତ ହୋଇ ଯାଇଥିଲେ। ଭିତରୁ ସେ ଭାଙ୍ଗି ଯାଇଥିଲେ। ଦୀର୍ଘ ଦିନ ଧରି ଏହି ଘଟଣା ତାଙ୍କ ମନରୁ ଯାଇନଥିଲା। କାହାକୁ କହିବାର ସାହାସ ତାଙ୍କ ପାଖରେ ନଥିଲା ବୋଲି ସେ କହିଛନ୍ତି।

୨୦୧୨ରେ ଅଙ୍କିତ ଗୁପ୍ତା 'ବାଲିକା ବଧୂ' ସିରିଏଲ୍‌ରୁ ଅଭିନୟ ଜଗତରେ ପାଦ ରଖିଥିଲେ। ଏହାପରେ ସେ ବଲିଉଡ ଫିଲ୍ମ 'ତୁତିୟା ଦିଲ୍'ରେ ମଧ୍ୟ ନଜର ଆସିଥିଲେ। 'ସାଡ୍ଡା ହକ୍', 'ବେଗୁସରାୟ', 'କୁଛ ରଙ୍ଗ ପ୍ୟାର୍‌ କେ ଏସେ ଭି', 'କୁଣ୍ଡଲି ଭାଗ୍ୟ', 'ଇଲିଗଲ୍‌-ଜଷ୍ଟିସ୍‌', 'ଆଉଟ୍‌ ଅଫ୍‌ ଅର୍ଡର' ଓ 'ବେକାବୁ-୨'ରେ ମଧ୍ୟ ନଜର ଆସି ସାରିଛନ୍ତି ଅଙ୍କିତ ଗୁପ୍ତା।

Advertisment

ତେବେ ଏତେ ସବୁ ଟେଲିଭିଜନ ଶୋ'ରେ କାମ କରିବା ପରେ ତାଙ୍କ ପ୍ରକୃତ ପରିଚୟ ‘ଉଡାରିଆଁ’ରେ ମିଳିଥିଲା। ଅଙ୍କିତ ଗୁପ୍ତା ଫତେହ ଭୂମିକାରେ ଅଭିନୟ କରିଥିଲେ। ଫତେହ ଚରିତ୍ର ଅଙ୍କିତଙ୍କୁ ଘରେ ଘରେ ଲୋକପ୍ରିୟ କରାଇଥିଲା। ‘ଉଡାରିଆଁ’ ସିରିଏଲ୍‌ ପରେ ଅଙ୍କିତ ବିଗ୍ ବସ୍-୧୬ର ଅଫର୍ ପାଇଥିଲେ। ତାଙ୍କର ଶାନ୍ତ ସ୍ୱଭାବ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ଅଙ୍କିତ ଗୁପ୍ତା ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାଁ ପାଲଟିଛନ୍ତି।

'ଉଡାରିଆଁ' ପରେ ଏବେ ଅଙ୍କିତଙ୍କୁ କଲର୍ସ ଚ୍ୟାନେଲର ଆଉ ଏକ ଶୋ' 'ଜୁନୁନିୟତ୍‌'ରେ ଦେଖିବାକୁ ମିଳିବ। ଏହି ଶୋ'ରେ ଅଙ୍କିତ ଜଣେ ସିଙ୍ଗର୍‌ ଭୂମିକାରେ ନଜର ଆସିବେ।

Big Boss Hindi Television
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe