Advertisment

ଦ୍ୱିତୀୟ ବିବାହ କରିବେ ଶାଲିନ୍‌ଙ୍କ ପୂର୍ବତନ ପତ୍ନୀ ଦଲଜିତ, ସରିଲା ନିର୍ବନ୍ଧ

ବୟଫ୍ରେଣ୍ଡ ନୀଖିଲ ପଟେଲଙ୍କ ସହ ଆସନ୍ତା ମାର୍ଚ୍ଚ ମାସରେ ସେ ବିବାହ କରିବେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Dalljiet kaur and Shaleen bhanot

Dalljiet kaur and Shaleen bhanot

ଦ୍ୱିତୀୟ ବିବାହ କରିବେ ବିଗ୍‌ ବସ୍‌-୧୬ ଫେମ୍‌ ଅଭିନେତା ଶାଲିନ୍‌ ଭନୋଟ୍‌ଙ୍କ ପୂର୍ବତନ ପତ୍ନୀ। ଲୋକପ୍ରିୟ ଟେଲି ଅଭିନେତ୍ରୀ ଦଲଜିତ କୌରଙ୍କୁ ମିଳିଯାଇଛି ତାଙ୍କ ମନର ମଣିଷ। ସରିଛି ତାଙ୍କ ନିର୍ବନ୍ଧ। ଏନ୍‌ଆର୍‌ଆଇ ବୟଫ୍ରେଣ୍ଡ ନୀଖିଲ ପଟେଲଙ୍କ ସହ ଆସନ୍ତା ମାର୍ଚ୍ଚ ମାସରେ ସେ ବିବାହ କରିବେ।

Advertisment

ଶାଲିନ୍ ଭାନୋଟଙ୍କ ପୂର୍ବ ପତ୍ନୀ ଦଲଜିତ କୌରଙ୍କୁ ପୁଣି ଥରେ ଭଲପାଇବା ମିଳିଛି। ଶାଲିନଙ୍କଠାରୁ ଅଲଗା ହେବା ପରଠାରୁ ଏକାକୀ ଜୀବନ ବିତାଉଥିଲେ ଦଲଜିତ। ହେଲେ ଏବେ ତାଙ୍କ ହାତ ଧରିବାକୁ ଆଗକୁ ଆସିଛନ୍ତି ବ୍ରିଟେନର ବିଜନେସମ୍ୟାନ୍‌ ନୀଖିଲ ପଟେଲ। ଗତକାଲି ତଥା ଜାନୁଆରୀ ୩ ତାରିଖରେ ଦଲଜିତ ଓ ନୀଖିଲଙ୍କ ନିର୍ବନ୍ଧ ସରିଛି। ଏନେଇ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ନିଜେ ଦଲଜିତ।

Dalljit Kourନିଜର ଭାବି ସ୍ୱାମୀ ଓ ପୁଅ ସହ ଦଲଜିତ କୌର୍‌

ସୂଚନା ମୁତାବକ, ଦଳଜିତ ଆସନ୍ତା ମାର୍ଚ୍ଚ ମାସରେ ବିବାହ କରିବେ। ନୀଖିଲଙ୍କ ସହ ବିବାହ ପରେ ସେ ଭାରତ ଛାଡି ଲଣ୍ଡନ ଚାଲିଯିବେ। ତେବେ ଲଣ୍ଡନ ଯିବା ପୂର୍ବରୁ ସେ କିଛି ବର୍ଷ ପାଇଁ ଆଫ୍ରିକାର ନୌରବିରେ ରହିବେ। ଏହାପରେ ଲଣ୍ଡନ ଆସିବେ। କାରଣ ନୀଖିଲଙ୍କୁ ବର୍ତ୍ତମାନ ନିଜ କାମ ପାଇଁ ସେଠାରେ ରହିବାକୁ ହେବ।

Advertisment

ଦଲଜିତ କହିଛନ୍ତି, ମୁଁ ଲଣ୍ଡନରେ ରହିଲେ ବି ପୁଅକୁ ନେଇ ଭାରତ ଯିବା ଆସିବା କରିବି। ବାପା ହିସାବରେ ଶାଲିନଙ୍କୁ ତାଙ୍କ ପୁଅ ସହ ସମୟ ବିତାଇବାର ଅଧିକାର ଅଛି। ସେଥିପାଇଁ ମୁଁ ଭାରତ ଆସିବି।

କୁହାଯାଉଛି ‌ଯେ, ଦଲଜିତ ଦୁବାଇ ସ୍ଥିତ ନିଜର ଏକ ବନ୍ଧୁଙ୍କ ପାର୍ଟିରେ ନୀଖିଲଙ୍କୁ ଭେଟିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

୨୦୦୯ରେ ଦଲଜିତ କୌର ଓ ଶାଲିନ ଭନୋଟ୍‌ଙ୍କ ବିବାହ ହୋଇଥିଲା। ତେବେ ବିବାହର ୪ ବର୍ଷ ପରେ ତଥା ୨୦୧୩ରେ ଉଭୟ ଅଲଗା ହୋଇଯାଇଥିଲେ। ଦଲଜିତ ଓ ଶାଲିନଙ୍କ ଗୋଟିଏ ପୁଅ ଅଛି, ତାଙ୍କ ନା ଜେଡନ୍‌। ମା' ଦଲଜିତଙ୍କ ପାଖରେ ଜେଡନ୍‌ ରୁହେ। ସେହିପରି ନୀଖିଲ ମଧ୍ୟ ପୂର୍ବରୁ ବିବାହତ । ସେ ତାଙ୍କ ପ୍ରଥମ ପତ୍ନୀଙ୍କ ଛାଡ଼ପତ୍ର ଦେଇସାରିଛନ୍ତି। ତାଙ୍କର ୧୩ ଓ ୮ ବର୍ଷର ଦୁଇଟି ଝିଅ ଅଛନ୍ତି।

Entertainment Tollywood