Advertisment

ବିଗ୍‌ବସ୍‌-୧୬ ବିଜେତା ହେଲେ ରାପର୍‌ ଏମ୍‌ସି ଷ୍ଟାନ୍‌

ଗ୍ରାଣ୍ଡ ଫିନାଲେ ପୂର୍ବରୁ ଅଧିକାଂଶ ପବ୍ଲିକ ପୋଲିଂରେ ପ୍ରିୟଙ୍କା ନଚେତ ଶିବ ଠାକରେ ବିଜେତା ହେବେ ବୋଲି ଆଶା କରାଯାଉଥିଲା।

ଅଦ୍ୟତନ ହୋଇଛି
MC Stan

MC Stan

Advertisment

ବିଗ୍‌ବସ୍‌-୧୬କୁ ମିଳିଗଲା ବିଜେତା। ୧୯ ସପ୍ତାହର ଅପେକ୍ଷା ପରେ ଲୋକପ୍ରିୟ ରିଆଲିଟି ଶୋ' ବିଗ୍‌ବସ୍‌ ସରିଛି। ଆଉ ଓ୍ୱିନର୍ ପାଲଟିଛି ବସ୍ତି କା ହସ୍ତି ଏମ୍‌ସି ଷ୍ଟାନ୍‌। ପ୍ରିୟଙ୍କା ଚହର ଚୌଧୁରୀଙ୍କୁ ହରାଇ ସମସ୍ତଙ୍କୁ ଚକିତ କରି ବିଗ୍‌ବସ୍‌-୧୬ର ଟ୍ରଫି ହାତେଇଛନ୍ତି ରାପର୍‌ ଏମ୍‌ସି। ଆଉ ରନର୍‌ ଅପ୍‌ ହୋଇଛନ୍ତି କମନ୍‌ ମ୍ୟାନ୍‌ ଶିବ ଠାକରେ।

Advertisment

୪ ମାସର ଏହି ଯାତ୍ରାରେ ବହୁ ଗଣ୍ଡଗୋଳ, ବିବାଦ, ନନଷ୍ଟପ୍ ଡ୍ରାମା ପରେ ଶେଷରେ ବିଜେତା ଘୋଷିତ ହୋଇଛନ୍ତି ଏମସି ଷ୍ଟାନ । ତାଙ୍କୁ ୩୧ ଲକ୍ଷ ୮୦ ହଜାର ଟଙ୍କାର ପୁରସ୍କାର ସହ ଏକ ବ୍ରାଣ୍ଡ ନ୍ୟୁ କାର ଉପହାର ମିଳିଛି। ହୋଷ୍ଟ ସଲମନ ଖାନ ତାଙ୍କୁ ଟ୍ରଫି ପ୍ରଦାନ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି।

ଗ୍ରାଣ୍ଡ ଫିନାଲେ ପୂର୍ବରୁ ଅଧିକାଂଶ ପବ୍ଲିକ ପୋଲିଂରେ ପ୍ରିୟଙ୍କା ନଚେତ ଶିବ ଠାକରେ ବିଜେତା ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସମସ୍ତଙ୍କୁ ଭୁଲ୍‌ ପ୍ରମାଣିତ କରି ବିଗବସ୍‌ ଟ୍ରଫି ବାଜି ମାରିନେଇଛନ୍ତି ରାପର୍‌ ଏମ୍‌ସି ଷ୍ଟାନ୍‌। ସେ ବିଜେତା ହେବା ପରେ ଅନେକ ଲୋକେ ଚକିତ ହୋଇପଡିଛନ୍ତି।

Advertisment

ଏମସି ଷ୍ଟାନ ଫାଇନାଲ ପର୍ଯ୍ୟନ୍ତ ସେ ଯେମିତି ଥିଲେ ସେମିତି ରହିଥିଲେ। ସେ ପରିବର୍ତନ ହୋଇନଥିବାରୁ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ । ତେବେ ଗ୍ରାଣ୍ଡ ଫିନାଲେରେ ପ୍ରିୟଙ୍କା ଓ ଏମ୍‌ସି ଷ୍ଟାନ୍‌ଙ୍କୁ ଛାଡି ମୋଟ ୫ ଜଣ ପ୍ରତିଯୋଗୀ ରହିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଶାଲିନ ଭନଟ, ଅର୍ଚ୍ଚନା ଗୌତମ ଓ ଶିବ ଠାକରେ । ତେବେ ଗ୍ରାଣ୍ଡ ଫିନାଲେ ଦିନ ପ୍ରଥମେ ୫ ଫାଇନାଲିଷ୍ଟଙ୍କ ମଧ୍ୟରୁ ଶାଲିନ ଭନୋଟ୍ ଆଉଟ୍‌ ହୋଇଥିଲେ। ଏହାପରେ ଭୋଟ ଅଭାବ ଯୋଗୁ ଫାଇନ୍‌ ୪ରୁ ଆଉଟ୍‌ ହୋଇଥିଲେ ଅର୍ଚ୍ଚନା ଗୌତମ। ଶେଷରେ ପ୍ରିୟଙ୍କା ମଧ୍ୟ ଫାଇନାଲ ୩ରୁ ପତ୍ତା କଟ୍‌ ହୋଇଥିଲା।

ସେପଟେ ଏମ୍‌ସି ଷ୍ଟାନ୍‌ ବିଜେତା ହେବା ପରେ ଅନେକ ଲୋକ ନିରାଶ ହୋଇପଡିଛନ୍ତି। ସୋଶାଲ ମିଡିଆରେ ବିଗ୍‌ ବସ୍‌ ଫ୍ୟାନ୍‌ମାନେ ମେକର୍ସଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ୟୁଜର୍ସମାନେ ବିଗ୍‌ବସ୍‌କୁ ଫିକ୍ସଡ୍ ଓ ସ୍କ୍ରିପ୍ଟେଡ୍‌ ବୋଲି କହିଛନ୍ତି। ଲୋକଙ୍କ କହିବା କଥା ଯିଏ ପୂରା ଶୋ'ରେ କିଛି କରି ନାହିଁ, ତାଙ୍କୁ କିଭଳି ଶୋ'ର ବିଜେତା ଘୋଷଣା କରାଗଲା। ସଲମାନ ଖାନ ମଧ୍ୟ ଏମ୍‌ସି ଷ୍ଟାନ୍‌ ବିଗ୍‌ବସର ଓ୍ୱିନର୍‌ ବନିଥିବା ନେଇ ଖୁସି ନଥିବା ଲୋକେ କହୁଛନ୍ତି। ଏଥିସହ କଲର୍ସ ଚ୍ୟାନେଲକୁ ୟୁଜର୍ସମାନେ ନିନ୍ଦା କରିଛନ୍ତି।

Big Boss Hindi Television
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe