Advertisment

ବିଗ୍‌ବସ୍‌ ବିଜେତାଙ୍କୁ ଘରୁ ଉଠାଇ ନେଲା ପୁଲିସ

ରବିବାର ରାତିରେ ବିଗ୍‌ବସ୍‌ ବିଜେତାଙ୍କ ନାଁ ଘୋଷଣା ହେବା ପରେ ବିଗ୍ ବସ୍‌ ଫାଇନାଲିଷ୍ଟର ପ୍ରଶଂସକମାନେ ରାଗି ଯାଇଥିଲେ।

author-image
Madhupriya Mistry
bigg-boss-telugu

bigg-boss-telugu

ବହୁ ଚର୍ଚ୍ଚିତ ଟିଭି ରିଆଲିଟି ଶୋ' ବିଗ୍‌ବସ୍‌ର  ବିଜେତା ଗିରଫ। ତେଲୁଗୁ ବିଗ୍‌ବସ୍‌ ସିଜନ୍‌ -୭ର ବିଜେତା ପଲ୍ଲବୀ ପ୍ରଶାନ୍ତଙ୍କୁ ଗିରଫ କଲା ପୁଲିସ। ତାଙ୍କ ସମେତ ପୁଲିସ ତାଙ୍କ ଭାଇ ମହାବୀରଙ୍କୁ ସିଦ୍ଧିପେଟ ଜିଲ୍ଲାର କୋଲଗୁର ଗାଁରେ ଥିବା ତାଙ୍କ ଘରୁ ପୁଲିସ ଉଠାଇ ନେଇଛି। ରବିବାର ରାତିରେ ହାଇଦ୍ରାବାରେ ହୋଇଥିବା ହିଂସକ ଘଟଣା ମାମଲାରେ ତାଙ୍କୁ ପୁଲିସ ଗିରଫ କରିଛି।

Advertisment

ସୂଚନା ମୁତାବକ, ରବିବାର ରାତିରେ ବିଗ୍‌ବସ୍‌ ବିଜେତାଙ୍କ ନାଁ ଘୋଷଣା ହେବା ପରେ ବିଗ୍ ବସ୍‌ ଫାଇନାଲିଷ୍ଟର ପ୍ରଶଂସକମାନେ ରାଗି ଯାଇଥିଲେ। ଫ୍ୟାନ୍‌ମାନେ ଷ୍ଟୁଡିଓ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିଯୋଗୀଙ୍କ କାର୍‌ ଭଙ୍ଗାରୁଜା କରିଥିଲେ। କେବଳ ସେତିକି ନୁହେଁ ରାଜ୍ୟ ସଡକ ପରିବହନ ନିଗରର ଛଅଟି ବସ୍, ଗୋଟିଏ ପୁଲିସ ଗାଡି ଓ ବ୍ୟକ୍ତିଗତ ଗାଡିକୁ ମଧ୍ୟ କ୍ଷତିଗ୍ରସ୍ତ କରିଥିଲେ। ଏହି ଘଟଣାରେ ବିଗ୍‌ବସ୍‌ ତେଲୁଗୁ ସିଜନ-୭ର ରନର୍ସଅପ୍‌ ଅମରଦୀପ ଚୌଧୁରୀଙ୍କ ଗାଡି ମଧ୍ୟ ଭଙ୍ଗାରୁଜା ହୋଇଥିଲା।

ଏପରିକି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ବଳ ପ୍ରୟୋଗ କରିବାକୁ ମଧ୍ୟ ପଡିଥିଲା। ସେପଟେ ପୁଲସ ବିଗ୍‌ବସ ବିଜେତା ପ୍ରଶାନ୍ତ ଓ ତାଙ୍କ ଫ୍ୟାନ୍‌ମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପୂର୍ବରୁ ପୁଲିସ ଚେତାବନୀ ଜାରି କରିଥିଲେ ସୁଦ୍ଧା ଫ୍ୟାନ୍‌ମାନେ ଶୋଭାଯାତ୍ରା କରିଥିଲେ। ବିଗ୍‌ବସ୍‌ ବିଜେତା ଘୋଷଣା ହେବା ପରେ ପରେ ପ୍ରଶାନ୍ତଙ୍କ ଫ୍ୟାନ୍‌ମାନେ ଉତ୍ସବ ମନାଇବା ଆରମ୍ଭ କରିଦେଇଥିବା ବେଳେ ଅମରଦୀପଙ୍କ ସମର୍ଥକମାନେ ବିରୋଧ କରିବା ଆରମ୍ଭ କରିଦେଇଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା।

Advertisment

ଉଲ୍ଲେଖଯୋଗ୍ୟ, ସାଉଥ ସୁପରଷ୍ଟାର୍ ନାଗାର୍ଜୁନ ଚଳିତ ଥରକୁ ମିଶାଇ ପଞ୍ଚମ ଥର ପାଇଁ ବିଗ୍‌ବସ୍‌ ଶୋ ହୋଷ୍ଟ କରିଛନ୍ତି। ତେଲୁଗୁ ବିଗ୍‌ ବସ୍‌ର ପ୍ରଥମ ସିଜନରେ ଜୁନିଅର୍‌ ଏନ୍‌ଟିଆର୍‌ ହୋଷ୍ଟ କରିଥିଲେ। ସେହିପରି ଦ୍ୱିତୀୟ ସିଜନକୁ ହୋଷ୍ଟ କରିଥିଲେ ସାଉଥ ଅଭିନେତା ନାନି। ଡିସେମ୍ବର ୧୭ ତାରିଖରେ ବିଗ୍‌ ବସ୍‌ ତେଲୁଗୁର ଗ୍ରାଣ୍ଡ ଫିନାଲେ ଡିଜ୍‌ନୀ ହଟ୍‌ଷ୍ଟାର୍‌ ଓ ଷ୍ଟାର୍‌ ମା'ରେ ପ୍ରସାରିତ ହୋଇଥିଲା।

Bigg Boss Winner Bigg Boss Telugu