Advertisment

'ତାରକ୍‌ ମେହତା କା ଉଲଟା ଚଷମା' ଅଭିନେତା ନିଖୋଜ

ସୋମବାର ରାତିରେ ପାଲାମ ଅଞ୍ଚଳରେ ସୁରକ୍ଷା କ୍ୟାମେରା ଦ୍ୱାରା କଏଦ ହୋଇଥିବା ଫୁଟେଜରେ ୫୦ ବର୍ଷିୟ ଗୁରୁଚରଣ ସିଂହଙ୍କୁ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଛି। କେବଳ ସେତିକି ନୁହେଁ ତାଙ୍କ ପିଠିରେ ଏକ ବ୍ୟାଗ୍‌ ଥିବା ମଧ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
gurcharan-singh

gurcharan-singh

Advertisment

ଲୋକପ୍ରିୟ ଟେଲି ସିରିଏଲ୍‌ 'ତାରକ ମେହତା କା ଉଲଟା ଚଷମା'ର ଅଭିତେନା ନିଖୋଜ। ଗତ କିଛି ଦିନ ହେବ ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରୁଥିବା ଗୁରୁଚରଣ ସିଂହ ନିଖୋଜ ଅଛନ୍ତି। ଏନେଇ ତାଙ୍କ ବାପା ମା' ପୁଲିସରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ମୁତାବକ, ଗୁରୁଚରଣ ସିଂହ ଗତ ୫ ଦିନ ହେବ ନିଖୋଜ ଅଛନ୍ତି। ସେ ମୁମ୍ବାଇ ଯିବାର ଥିଲା। ଏଥିପାଇଁ ସେ ଗତ ୨୨ ଏପ୍ରିଲରେ ସାଢ଼େ ୮ଟାରେ ଦିଲ୍ଲୀ ବିମାନ ବନ୍ଦର ଅଭିମୁଖେ ବହାରିଥିଲେ। ହେଲେ ମୁମ୍ବାଇ ପହଞ୍ଚି ନଥିଲେ। ସେବେଠାରୁ ତାଙ୍କ ସହ ଟେଲିଫୋନ୍‌ରେ ଯୋଗାଯୋଗ ମଧ୍ୟ ହୋଇନାହିଁ। ଏନେଇ ୫୦ ବର୍ଷୀୟ ଅଭିନେତାଙ୍କ ବାପା ପୁଲିସରେ ତାଙ୍କ ପୁଅ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଭିନ୍ନ ଭିନ୍ନ ଟିମ୍‌ ଗଠନ କରି ଗୁରୁଚରଣଙ୍କୁ ଖୋଜିବା ଆରମ୍ଭ କରିଛି। ତେବେ ଯାଞ୍ଚ ବେଳେ ପୁଲିସ ହାତରେ ଏକ ସିସିଟିଭି ଫୁଟେଜ୍‌ ଲାଗିଛି। ସୋମବାର ରାତିରେ ପାଲାମ ଅଞ୍ଚଳରେ ସୁରକ୍ଷା କ୍ୟାମେରା ଦ୍ୱାରା କଏଦ ହୋଇଥିବା ଫୁଟେଜରେ ୫୦ ବର୍ଷିୟ ଗୁରୁଚରଣ ସିଂହଙ୍କୁ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଛି। କେବଳ ସେତିକି ନୁହେଁ ତାଙ୍କ ପିଠିରେ ଏକ ବ୍ୟାଗ୍‌ ଥିବା ମଧ୍ୟ ଦେଖିବାକୁ ମିଳିଛି।

Advertisment

ପୁଲିସ କହିଛି ଯେ ସେମାନେ ସିସିଟିଭି ଫୁଟେଜ ସ୍କାନ କରୁଛନ୍ତି। ଗୁରୁଚରଣଙ୍କ ବ୍ୟାଙ୍କ ଆକାଉଣ୍ଟର ମଧ୍ୟ ଯାଞ୍ଚ ଚାଲିଛି। ଏଯାଏଁ ସେଭଳି କୌଣସି ବଡ ସୁରାଗ ମିଳିନାହିଁ। ମାମଲାର ତଦନ୍ତ ଜାରି ରହିଥିବା ପୁଲିସ କହିଛି।

ଟିଭି ଶୋ 'ତାରକ ମେହତା କା ଉଲଟା ଚାଷମା'ରେ ରୋଶନ ସିଂହ ସୋଡି ଭୂମିକାରେ ଗୁରୁଚରଣ ସିଂହଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ନିଜ ବାପାଙ୍କ ସ୍ୱାସ୍ଥ୍ୟାଗତ ସମସ୍ୟା କାରଣରୁ ସେ ଶୋ' ଛାଡିଥିଲେ। କାରଣ ସେହି ସମୟରେ ସେ ତାଙ୍କ ପରିବାର ଉପରେ ଧ୍ୟାନ ଦେବାକୁ ଚାହୁଁଥିଲେ।

Tollywood Taarak Mehta Ka Ooltah Chashmah Gurcharan Singh Missing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe