Advertisment

ହିନ୍ଦୁତ୍ୱ ସମ୍ପର୍କରେ ଟ୍ୱିଟ କରି ଅଭିନେତା ଚେତନ କୁମାର ଗିରଫ

ମିଥ୍ୟାର ପାହାଡ଼କୁ ନେଇ ହିନ୍ଦୁତ୍ୱ ତିଆରି ହୋଇଥିବା ଚେତନ କୁମାର ଟ୍ୱିଟ କରିଥିଲେ। ଏପରି ଟ୍ୱିଟ କରି ସେ ହିନ୍ଦୁମାନଙ୍କର ଭାବାବେଗକୁ ଆହତ କରିଥିବା ଅଭିଯୋଗ ହୋଇଛି।

author-image
Hemant Lenka
Chetan Kumar

Chetan Kumar

ହିନ୍ଦୁତ୍ୱକୁ ନେଇ ଆପତ୍ତିଜନକ ଟ୍ୱିଟ କରିବା କନ୍ନଡ ଅଭିନେତା ଚେତନ କୁମାରଙ୍କୁ ମହଙ୍ଗା ପଡ଼ିଛି। ସେ କରିଥିବା ଟ୍ୱିଟ ଭାଇରାଲ ହେବା ପରେ ଆଜି ବେଙ୍ଗାଲୁରୁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ମିଥ୍ୟାର ପାହାଡ଼କୁ ନେଇ ହିନ୍ଦୁତ୍ୱ ତିଆରି ହୋଇଥିବା ଚେତନ କୁମାର ଟ୍ୱିଟ କରିଥିଲେ। ଏପରି ଟ୍ୱିଟ କରି ସେ ହିନ୍ଦୁମାନଙ୍କର ଭାବାବେଗକୁ ଆହତ କରିଥିବା ଅଭିଯୋଗ ହୋଇଛି।

Advertisment

ଅଭିଯୋଗ ପାଇବା ପରେ ପୁଲିସ୍‌ ତାଙ୍କ ନାଁରେ ମାମଲା କରିଥିଲା। ଏହାପରେ ତାଙ୍କୁ ବେଙ୍ଗାଲୁରୁରେ ଥିବା ଶେଶାଦ୍ରିପୁରମ ପୁଲିସ୍‌ ଗିରଫ କରିଥିଲା। ଚେତନ କୁମାର ଅଭିନୟ ସାଙ୍ଗକୁ ଜଣେ ଦଳିତ ଓ ଆଦିବାସୀ ସମାଜିକ କର୍ମୀ ଭାବେ ମଧ୍ୟ ପରିଚିତ। ତାଙ୍କୁ ସ୍ଥାନୀୟ କୋର୍ଟରେ ପୁଲିସ୍‌ ହାଜର କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ରିମାଣ୍ଡରେ ମଧ୍ୟ ନେଇପାରେ। ଧାର୍ମିକ ବିଶ୍ୱାସକୁ ଆଘାତ ଦେବା ଓ ଦୁଇ ବର୍ଗଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି।

ମାର୍ଚ୍ଚ ୨୦ରେ ଚେତନ କୁମାର ଟ୍ୱିଟ କରି ହିନ୍ଦୁତ୍ୱ ମିଥ୍ୟାକୁ ନେଇ ଗଠନ ହୋଇଥିବା କହିଥିଲେ। ଏଥିସହ ସତ୍ୟ ଦ୍ୱାରା ହିନ୍ଦୁତ୍ୱକୁ ପରାସ୍ତ କରାଯାଇ ପାରିବ ବୋଲି ମଧ୍ୟ ସେ କହିଥିଲେ।

Advertisment

ତାଙ୍କର ଏହି ଟ୍ୱିଟକୁ ହିନ୍ଦୁ ସଂଗଠନଗୁଡ଼ିକ ବିରୋଧ କରିଥିଲେ। ଏନେଇ କିଛି ସଂଗଠନ ତାଙ୍କ ନାଁରେ ପୁଲିସ୍‌ରେ ଏଫଆଇଆର ଦେଇଥିଲେ। ସଂଗଠନଗୁଡ଼ିକର ଏଫଆଇଆର ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ଚେତନ କୁମାରଙ୍କୁ ଗିରଫ କରିଛି।

ନିଜର ଆପତ୍ତିଜନକ ଟ୍ୱିଟ ପାଇଁ ଚେତନ କୁମାର ପ୍ରଥମଥର ଗିରଫ ହୋଇନାହାନ୍ତି। ଏହାପୂର୍ବରୁ ୨୦୨୨ ଫେବୃଆରୀରେ ସେ କର୍ଣ୍ଣାଟକା ହାଇକୋର୍ଟ ବିଚାରପତି ଜଷ୍ଟିସ କ୍ରିଷ୍ଣା ଦିକ୍ଷୀତଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ କରିଥିଲେ। ଏଥିପାଇଁ ତାଙ୍କୁ ଆଇନ ଜାଲରେ ଫସିବାକୁ ପଡ଼ିଥିଲା।

Karnataka Police