Advertisment

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଟଙ୍କା ଦେଲେ ଚିରଞ୍ଜୀବି, ଅଲୀ ଓ ଅନ୍ୟମାନେ

ଟଲିଉଡର ମେଗାଷ୍ଟାର ଚିରଞ୍ଜୀବି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି। ଅତିରିକ୍ତ ଭାବେ ସେ ତାଙ୍କ ପୁଅ ରାମ ଚରଣଙ୍କ ତରଫରୁ ମଧ୍ୟ ଆଉ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି।

Telangana

Telangana

Advertisment

ସିନେମା ଜଗତର ଜଣାଶୁଣା ତାରକା ଓ ବ୍ୟବସାୟ ଶିଳ୍ପ ସହ ଜଡ଼ିତ ଲୋକମାନେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରିଛନ୍ତି। ତେଲଙ୍ଗାନାରେ ହୋଇଥିବା ଭୟଙ୍କର ବନ୍ୟାରେ ୩୫ ଜଣ ଜୀବନ ଯାଇଥିବା ବେଳେ ଏକଧିକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି।

Advertisment

ସେହିପରି ରେଳ ଟ୍ରାକ୍‌ ବୁଡ଼ି ଯାଇଥିବା ବେଳେ ହଜାହଜାର ଏକର ଚାଷୀ ଜମିରେ ବନ୍ୟା ପାଣି ମାଡ଼ି ଯାଇଛି। ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ବିଶିଷ୍ଟ ବ୍ୟକ୍ତିମାନେ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା କରିଛନ୍ତି।

ଏହିକ୍ରମରେ ଟଲିଉଡର ମେଗାଷ୍ଟାର ଚିରଞ୍ଜୀବି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି। ଅତିରିକ୍ତ ଭାବେ ସେ ତାଙ୍କ ପୁଅ ରାମ ଚରଣଙ୍କ ତରଫରୁ ମଧ୍ୟ ଆଉ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି।

Advertisment

ଚିରଞ୍ଜୀବି ବ୍ୟକ୍ତିଗତ ଭାବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ତାଙ୍କ ଜୁବଲି ହିଲ୍ସ ସ୍ଥିତ ବାସଭବନରେ ଦେଖା କରିଛନ୍ତି। ଏହାପରେ ୧ କୋଟି ଟଙ୍କାର ଦୁଇଟି ଚେକ ହସ୍ତାନ୍ତର କରିଛନ୍ତି।

ପୂର୍ବତନ ମନ୍ତ୍ରୀ ତଥା ବ୍ୟବସାୟୀ ଗାଲ୍ଲା ଅରୁଣା କୁମାରୀ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଦେଇଛନ୍ତି। ଅରୁଣା ପରି ଆହୁରି ଅନେକ ବ୍ୟବସାୟୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ ଆକାରରେ ଟଙ୍କା ଦେଇଛନ୍ତି।

ଚିରଞ୍ଜୀବିଙ୍କ ବ୍ୟତୀତ ଅଭିନେତା ଅଲୀ ମଧ୍ୟ ୩ ଲକ୍ଷ ଟଙ୍କା ଦେଇଛନ୍ତି। ରାଇଜିଂ ଷ୍ଟାର ବିଶ୍ୱକ ସେନ ୧୦ ଲକ୍ଷ ଟଙ୍କାର ଚେକ ମୁଖ୍ୟମନ୍ତ୍ରୀ ରେଭନ୍ଥଙ୍କ ପାଖକୁ ପଠାଇଛନ୍ତି।

ଫିଲ୍ମ ତାରକା ଓ ବ୍ୟବସାୟୀଙ୍କ ଏପରି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

Revanth Reddy Telangana Chiranjeevi Telangana CM Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe