Advertisment

୩୯ ବର୍ଷ ବୟସରେ ଚାଲିଗଲେ ଚିରଞ୍ଜୀବିଙ୍କ ପୂର୍ବତନ ଜ୍ୱାଇଁ

ସିରିଶ ଏକଦା ଚିରଞ୍ଜୀବିଙ୍କ ସାନ ଝିଅ ଶ୍ରୀଜାଙ୍କୁ ବିବାହ କରିଥିଲେ। ଉଭୟ ୨୦୦୭ରେ ଘରୁ ଫେରାର ହୋଇ ବିବାହ କରିଥିଲେ।

Chiranjeevi

Chiranjeevi

Advertisment

ସୁପରଷ୍ଟାର ଚିରଞ୍ଜୀବିଙ୍କ ପୂର୍ବତନ ଜ୍ୱାଇଁ ସିରିଶ ଭରଦ୍ୱାଜ ଆଉ ନାହାନ୍ତି। ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ବୟସ ହୋଇଥିଲା। ସିରିଶ ବେଶ କିଛି ମାସ ହେଲା ଫୁସଫୁସ ସଂକ୍ରମଣ ଯୋଗୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଅଭିନେତ୍ରୀ ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି।

Advertisment

ତେବେ ସିରିଶଙ୍କ ମୃତ୍ୟୁ ସମ୍ପର୍କରେ ହସ୍ପିଟାଲ କିମ୍ବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଏଯାଏ କୌଣସି ପ୍ରକାରର ବିବୃତି ଜାରି କରାଯାଇ ନାହିଁ। ସିରିଶ ଏକଦା ଚିରଞ୍ଜୀବିଙ୍କ ସାନ ଝିଅ ଶ୍ରୀଜାଙ୍କୁ ବିବାହ କରିଥିଲେ। ଉଭୟ ୨୦୦୭ରେ ଘରୁ ଫେରାର ହୋଇ ବିବାହ କରିଥିଲେ।

ସେହି ସମୟରେ ସିରିଶଙ୍କୁ ୨୧ ଓ ଶ୍ରୀଜାଙ୍କୁ ୧୯ ବର୍ଷ ବୟସ ହୋଇଥିଲା। ଉଭୟ ପରସ୍ପରକୁ ଭଲ ପାଉଥିଲେ ହେଁ ଚିରଞ୍ଜୀବିଙ୍କ ପରିବାର ବାହାଘର ପାଇଁ ରାଜି ହେଉ ନଥିଲେ। ତେଣୁ ଉଭୟ ଫେରାର ହୋଇ ବାହା ହୋଇ ଯାଇଥିଲେ। ଉଭୟଙ୍କର ନିଭ୍ରିଥି ନାମ୍ନୀ କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି।

Advertisment

ସବୁ କିଛି ଠିକ ଠାକ ଚାଲିଥିବା ବେଳେ ୨୦୧୧ରେ ଘଟିଥିଲା ଅଘଟଣ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତିକ୍ତତା। ଶେଷରେ ଶ୍ରୀଜା ସ୍ୱାମୀ ସିରିଶ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ।

ଏହାପରେ ୨୦୧୪ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଶ୍ରୀଜା ତାଙ୍କ ଘରକୁ ଫେରି ଆସିଥିଲେ। ପରବର୍ତ୍ତୀ ଅବସ୍ଥାରେ ଅର୍ଥାତ ୨୦୧୬ରେ ସେ ବ୍ୟବସାୟୀ କଲ୍ୟାଣ ଦେବଙ୍କୁ ବିବାହ କରିଥିଲେ। ସିରିଶ ମଧ୍ୟ ଦ୍ୱିତୀୟ ବିବାହ କରିଥିଲେ ଓ ରାଜନୀତିରେ ପ୍ରବେଶ କରିଥିଲେ।

Hyderabad Chiranjeevi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe