Advertisment

ସାଉଥ ଅଭିନେତା ବିଜୟ ଆଣ୍ଟୋନୀଙ୍କୁ ଶକ୍ତ ଧକ୍କା, ଜୀବନ ହାରିଲେ ଝିଅ

ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷୀୟା ଝିଅ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା ବେଳେ ପରିବାର ଲୋକେ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ।

vijay-antony & daughter

vijay-antony & daughter

Advertisment

ସାଉଥ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା, ପ୍ରଯୋଜକ ଓ କମ୍ପୋଜର ବିଜୟ ଆଣ୍ଟୋନୀଙ୍କ ପରିବାରକୁ ମିଳିଛି ଶକ୍ତ ଧକ୍କା। ମୁଣ୍ଡ ଉପରେ ଛିଣ୍ଡି ପଡ଼ିଛି ଦୁଃଖର ପାହାଡ଼ । ବିଜୟ ଆଣ୍ଟୋନୀଙ୍କ ୧୬ ବର୍ଷୀୟା ଝିଅ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିବା ବେଳେ ପରିବାର ଲୋକେ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ।

Advertisment

ମୀରା ଆଜି ଭୋର ପ୍ରାୟ ୩ଟା ସମୟରେ ନିଜ ଘରେ ଝୁଲି ପଡ଼ିଥିବା ବେଳେ ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

 ମୀରା ଚେନ୍ନାଇର ଏକ ପ୍ରତିଷ୍ଠିତ ଘରୋଇ ସ୍କୁଲରେ ପଢ଼ୁଥିଲେ। ମାତ୍ର କିଛି ଦିନ ହେବ ଡିପ୍ରେସନର ଶିକାର ହୋଇଥିଲେ। ଫଳରେ ପରିବାର ଲୋକେ ତାଙ୍କ ଚିକିତ୍ସା କରୁଥିଲେ। ମାତ୍ର ଏହା ମଧ୍ୟରେ ସେ ଏପରି ଚରମ ପଦକ୍ଷେପ ନେଇ ନିଜେ ନିଜ ଜୀବନ ହାରି ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ବିଜୟ ଆଣ୍ଟୋନୀଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନାର ସୁଅ ଛୁଟୁଛି। 

Advertisment

 ବିଜୟ ଆଣ୍ଟୋନୀ ତାମିଲ ସିନେମା ଇଣ୍ଡଷ୍ଟ୍ରୀର ଜଣେ ପପୁଲାର କମ୍ପୋଜର ଭାବେ ଜଣାଶୁଣା। ଏହାପରେ ସେ ପ୍ରଡ୍ୟୁସର, ଆକ୍ଟର, ଗୀତିକାର, ଏଡିଟର, ଅଡିଓ ଇଞ୍ଜିନିୟର ଓ ଡାଇରେକ୍ଟର ଭାବେ ମଧ୍ୟ ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି। 

ବିଜୟ ଆଣ୍ଟୋନୀ ଫତିମା ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ। ଫତିମା ବିଜୟଙ୍କ ପ୍ରଡକସନ୍‌ ହାଉସ୍‌ କଥା ବୁଝନ୍ତି। ଉଭୟଙ୍କର ୨ ଝିଅ ମୀରା ଓ ଲାରା ଥିବା ବେଳେ ଏବେ ମୀରାଙ୍କ ଆତ୍ମହତ୍ୟା ସମ୍ପୂର୍ଣ୍ଣ ପରିବାରକୁ ଗଭୀର ଧକ୍କା ଦେଇଛି।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe