Advertisment

ଇଡି ରାଡାର୍‌ରେ ଟେଲି ଷ୍ଟାର୍‌ ନିୟା, କରନ୍‌ ଓ କ୍ରିଷ୍ଟଲ

ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି କ୍ରିଷ୍ଟଲ ଡିସୁଜା, ନିୟା ଶର୍ମା ଓ କରନ୍‌ ଓ୍ୱାହି।

author-image
Madhupriya Mistry
Nia, Karan and Crystal

Nia, Karan and Crystal

ବଢ଼ିଲା ଜଣାଶୁଣା ଟେଲି ଷ୍ଟାର୍‌ଙ୍କ ଅଡୁଆ। ଇଡି ରାଡାର୍‌ରେ ଘରେ ଘରେ ପରିଚିତ ଥିବା ଟେଲି ଷ୍ଟାର୍‌। ମନି ଲଣ୍ଡରିଂ ମାମଲାରେ ଫସିଛନ୍ତି କ୍ରିଷ୍ଟଲ ଡିସୁଜା, ନିୟା ଶର୍ମା ଓ କରନ୍‌ ଓ୍ୱାହି। ଏମାନଙ୍କୁ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Advertisment

ଟଙ୍କା ବଦଳରେ ଅନ୍‌ଲାଇନ ଫରେକ୍ସ ଟ୍ରେଡିଂ ଆପ୍‌ ‘ଅକ୍ଟାଏଫ୍‌ଏକ୍ସ’ ଡଟ୍‌ କମ୍‌ ସହ ଜଡିତ ମନିଲଣ୍ଡରିଂ ମାମଲାରେ ଟେଲି ଷ୍ଟାର୍‌ କ୍ରିଷ୍ଟଲ ଡିସୁଜା, କରନ ଓ୍ୱାହି ଓ ନିୟା ଶର୍ମାଙ୍କୁ ଇଡି ବୁଧବାର ପଚରାଉଚରା କରିଛି। ଜେରାରେ ବେଆଇନ ଅନ୍‌ଲାଇଲ ବିଦେଶୀ ଟ୍ରେଡିଂ ମାମଲାରେ ଉଭୟ କଳାକାରଙ୍କୁ ପ୍ରଶ୍ନ କରାଯିବା ସହ ପିଏମ୍‌ଏଲ୍‌ଏ ମାମଲାରେ ସେମାନଙ୍କର ବୟାନ ରେକର୍ଡ ହୋଇଛି। ଏହି ତିନି ଅଭିନେତା ଓ ଅଭିନେତ୍ରୀ ଉକ୍ତ ଆପ୍‌ର ପ୍ରଚାର କରୁଥିବା ଅଭିଯୋଗ ହୋଇଛି।

‘ଅକ୍ଟାଏଫଏକ୍ସ’ ଆପ୍‌ ଉଚ୍ଚ ରିଟର୍ନର ପ୍ରଲୋଭନ ଦେଖାଇ ଅନେକ ନିବେଶକଙ୍କୁ ଠକିଥିବା ନେଇ ପୂର୍ବରୁ ଏପ୍ରିଲ ମାସରେ ପୁଣେ, ଚେନ୍ନାଇ, କୋଲକାତା ଓ ଦିଲ୍ଲୀ ସମେତ ଅନେକ ସ୍ଥାନରେ ଇଡି ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ଇଡି ୨.୭ କୋଟି ଟଙ୍କା ଓ ଅନେକ ବେଆଇନ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ଉପକରଣ ଜବତ କରିଥିବା ଜଣାଯାଇଛି। ନିକଟର ପୁଣେର ଶିବାଜୀନଗର ଥାନାରେ ଏହାର ପ୍ରମୋଟରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।

Advertisment
ED Raid Karan Wahi Nia Sharma Crystle Dsouza Money Laundering Case