Advertisment

ଗୁରୁତର ଭାଇରସ୍‌ରେ ସଂକ୍ରମିତ ହେଲେ ଅଭିନେତ୍ରୀ ଦେବୀନା

ନିକଟରେ ଦେବୀନା ନିଜ ବିବାହ ଆନିର୍ଭସରୀ ପାଳନ କରିବା ପାଇଁ ପରିବାର ସହ ମିଶି ଶ୍ରୀଲଙ୍କା ଯାଇଥିଲେ।

author-image
Madhupriya Mistry
Debina Bonnerjee

Debina Bonnerjee

ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଦେବୀନା ବାନାର୍ଜୀ। ସେ ଛୋଟ ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ସୋଶାଲ ମିଡିଆରେ ସେ ବେଶ୍ ଆକ୍ଟିଭ। ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ପ୍ରତ୍ୟେକଟି ଜିନିଷ ସେ ନିଜ ଫ୍ୟାନ୍‌ମାନଙ୍କ ସହ ଶେଆର କରନ୍ତି। ଏହି ଜଣାଶୁଣା ଅଭିନେତ୍ରୀ ଗୁରୁତର ଭାଇରସର ସଂକ୍ରମିତ ହୋଇଛନ୍ତି। ଏହି ଖବର ତାଙ୍କ ଫ୍ୟାନ୍‌ମାନଙ୍କୁ ଚକିତ କରିଛି।

Advertisment

ଇନ୍‌ଫ୍ଲୁଏଞ୍ଜା-ବି ଭାଇରସରେ ସଂକ୍ରମିତ ହୋଇଛନ୍ତି ଦେବୀନା। ନିକଟରେ ଦେବୀନା ନିଜ ବିବାହ ଆନିର୍ଭସରୀ ପାଳନ କରିବା ପାଇଁ ପରିବାର ସହ ମିଶି ଶ୍ରୀଲଙ୍କା ଯାଇଥିଲେ। ସେଠାରୁ ଫେରିବା ପରେ ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ତେବେ ପରୀକ୍ଷା ପରେ ସେ ଇନ୍‌ଫ୍ଲୁଏଞ୍ଜା-ବି ଭାଇରସରେ ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏନେଇ ସେ ଖୋଦ୍ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଘରେ ରହି ଚିକିତ୍ସିତ ହେଉଛନ୍ତି।

ସେପଟେ ତାଙ୍କ ସ୍ୱାମୀ ଗୁରମିତ ଚୌଧରୀ ଓ ଦୁଇ ଝିଅ ଲିଆନା ଓ ଦିବିଶା ଏହି ସଂକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଦେବୀନା ନିଜ ଦୁଇ ଝିଅଙ୍କ ଠାରୁ ଦୂରେଇ ରହିଛି। ତାଙ୍କର ଜ୍ୱର ଓ କଫ ଭଳି ଲକ୍ଷଣ ରହିଛି। ସେ ସତର୍କତା ଅବଲମ୍ବନ କରୁଛନ୍ତି ଓ ସୁସ୍ଥ ଖାଦ୍ୟ ଖାଉଛନ୍ତି। ସେ ବର୍ତ୍ତମାନ ରିକଭରୀ ଷ୍ଟେଜରେ ଥିବା ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି। 

Advertisment

ଇନ୍‌ଫ୍ଲୁଏଞ୍ଜା (ଫ୍ଲୁ) ଏକ ସଂକ୍ରାମକ ଭାଇରାଲ୍ ଶ୍ୱାସ ଜନିତ ରୋଗ ଯାହା ଇନ୍‌ଫ୍ଲୁଏଞ୍ଜା ଜୀବାଣୁ ଦ୍ୱାରା ବ୍ୟାପୀଥାଏ। ଏହି ଭାଇରସର ଲକ୍ଷଣ ହେଉଛି ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି, ଶରୀର ଯନ୍ତ୍ରଣା ଇତ୍ୟାଦି।

ଦେବୀନା ବାନାର୍ଜୀ ଓ ଗୁରମିତ ଚୌଧୁରୀ ବହୁ ଦିନ ଧରି ପରସ୍ପର ସହ ଡେଟିଂ କରିବା ପରେ ୨୦୧୧ରେ ବିବାହ କରିଥିଲେ। ଏକ ରିଆଲିଟି ଟିଭି ଶୋ’ ମିଷ୍ଟର ଆଣ୍ଡ ମିସେଜ ବଲିଉଡରେ ଏହି ଦୁଇ ଜଣଙ୍କ ପ୍ରଥମେ ଦେଖାସାକ୍ଷାତ ହୋଇଥିଲା। ଏହାପରେ ଉଭୟ ୨୦୦୮ରେ ଟିଭି ସିରିଏଲ୍ ରାମାୟଣରେ ଏକାଠି କାମ କରିଥିଲେ। ଉଭୟଙ୍କୁ ରାମ-ସୀତା ଚରିତ୍ରରେ ଦେଖିବାକୁ ମିଳିଥିଲା। 

Debina Bonnerjee Telly Dunia