Advertisment

ବାହା ହେବେ ବିଜୟ ଓ ରଶ୍ମିକା, ଫେବୃଆରୀରେ ନିର୍ବନ୍ଧ!

ବିଜୟ ଦେବରକୋଣ୍ଡା ଓ ରଶ୍ମିକା ଦୁଇଟି ଫିଲ୍ମ ଗୀତା ଗୋବିନ୍ଦମ ଓ ଡିୟର କୋମରେଡରେ ଏକାଠି ଅଭିନୟ କରିଛନ୍ତି। ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି।

Rashmika

Rashmika

Advertisment

ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦନା ଖୁବଶୀଘ୍ର ନିର୍ବନ୍ଧ କରିବାକୁ ଯାଉଛନ୍ତି। ଦୀର୍ଘ ବର୍ଷ ହେଲା ଉଭୟ ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜୟ କିମ୍ବା ରଶ୍ମିକା ଏଯାଏ ଏହାକୁ ସ୍ୱୀକାର କରି ନାହାନ୍ତି। ଏହାରି ଭିତରେ ନ୍ୟୁଜ ୧୮ ତେଲୁଗୁରେ ଗୋଟିଏ ବଡ଼ ଖବର ପ୍ରକାଶ ପାଇଛି।

Advertisment

ଏଥିରେ କୁହାଯାଇଛି ଯେ ବିଜୟ ଓ ରଶ୍ମିକା ଖୁବଶୀଘ୍ର ସେମାନଙ୍କ ପ୍ରେମ ସମ୍ପର୍କକୁ ସାର୍ବଜନୀନ କରିବେ। ଉଭୟ ହାତକୁ ଦି’ ହାତ ହେବେ। ଏହାପୂର୍ବରୁ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ସେମାନଙ୍କର ନିର୍ବନ୍ଧ ହେବ। ହେଲେ ଏସମ୍ପର୍କରେ ବିଜୟ କିମ୍ବା ରଶ୍ମିକା ଆଦୌ ମୁହଁ ଖୋଲି ନାହାନ୍ତି।

ବିଜୟ ଦେବରକୋଣ୍ଡା ଓ ରଶ୍ମିକା ଦୁଇଟି ଫିଲ୍ମ ଗୀତା ଗୋବିନ୍ଦମ ଓ ଡିୟର କୋମରେଡରେ ଏକାଠି ଅଭିନୟ କରିଛନ୍ତି। ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା କୁହାଯାଉଛି।

Advertisment

ବାରମ୍ବାର ଏ ସମ୍ପର୍କରେ ଉଭୟଙ୍କୁ ଗଣମାଧ୍ୟମ ପ୍ରଶ୍ନ କରିଥିଲେ ହେଁ ସେମାନେ କେବେ ହେଲେ ପରସ୍ପରକୁ ଭଲ ପାଉଥିବା ମୁହଁ ଖୋଲି କହି ନାହାନ୍ତି। ତେବେ ଉଭୟ ଏକାଠି ଅନେକ କାର୍ଯ୍ୟକ୍ରମ ଓ ବିଭିନ୍ନ ସ୍ଥାନରେ ନଜର ଆସିଛନ୍ତି। 

ନିକଟରେ ବିଜୟଙ୍କ ହାଇଦ୍ରାବାଦସ୍ଥିତ ଘରେ ରଶ୍ମିକା ଦୀପାବଳି ପାଳିଥିଲେ। ଦୁଇ ଜଣ ଏକାଠି ଛୁଟି କାଟିବାକୁ ବିଦେଶ ଯିବାର ମଧ୍ୟ ନଜିର ରହିଛି। ତେଣୁ ଲୁଛାଛପାରେ ଚାଲିଥିବା ପ୍ରେମ ମାସକ ପରେ ନିର୍ବନ୍ଧର ରୂପ ନେବ ବୋଲି ଚର୍ଚ୍ଚା ହେଉଛି।

ରଶ୍ମିକା ନିକଟରେ ରଣବୀର ସିଂହଙ୍କ ଆନିମଲ ଫିଲ୍ମରେ ନଜର ଆସିଥିଲେ। ସେହିପରି ଆଗକୁ ତାଙ୍କର ପୁଷ୍ପା-ଦି ରୁଲର ଆସୁଛି। ଏହାବାଦ ରେନବୋ, ଦି ଗାର୍ଲଫ୍ରେଣ୍ଡ ଓ ଛାଭାରେ ମଧ୍ୟ ରଶ୍ମିକା ନଜର ଆସିବେ।

ଅନ୍ୟପକ୍ଷରେ ବିଜୟ ଦେବରକୋଣ୍ଡା ଫ୍ୟାମିଲ ଷ୍ଟାର ଓ ଭିଡି ୧୨ ଖୁବଶୀଘ୍ର ରିଲଜ ହେବ।

Rashmika Mandana Vijay Deverakonda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe